ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ସଂକ୍ରମଣ କମୁଛି ହେଲେ ଡର ଯାଇନି । ସଂଖ୍ୟା କମ୍ ଦେଖି ଟେଷ୍ଟ କରିବାକୁ ମନ ବଳାଉନାହାନ୍ତି ସଂକ୍ରମିତ। ଯାହା ଘାତକ ସୃଷ୍ଟି କରିପାରେ। ସଂକ୍ରମଣ କମିବା ଯୋଗୁଁ କୋଭିଡ ପରୀକ୍ଷା ପାଇଁ ଲୋକେ ଆଗ୍ରହ ଦେଖାଉନାହାଁନ୍ତି। ବର୍ତ୍ତମାନ ବି ରାଜ୍ୟରେ ସାଢେ ୪ ହଜାର ସକ୍ରିୟ ମାମଲା ରହିଛି। ତେଣୁ ଟେଷ୍ଟ କରିବାକୁ ଲୋକ ମାନଙ୍କୁ ସଚେତନ କରିବା ସହ ଡିସେମ୍ବର ପର୍ଯ୍ୟନ୍ତ ୬୦-୭୦ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ। ସେପଟେ ରାଜ୍ୟ କୁ ଘାରିଛି ଭୁବନେଶ୍ୱର ସଂକ୍ରମଣ ଟେନସନ୍ ।


COMMERCIAL BREAK
SCROLL TO CONTINUE READING

ଟେଷ୍ଟ କର ଭୟ ଦୂରାଅ। ଏବେବି ୪ ହଜାର ସକ୍ରିୟ, ଲାଲ୍ ବଳୟ ମୁହାଁ ଭୁବନେଶ୍ୱର। ରାଜ୍ୟରେ ସାମୁହିକ ଭାବେ କୋରୋନା ସଂକ୍ରମଣ ହ୍ରାସ (Corona Pandemic) ପାଇଥିଲେ ହେଁ ବିପଦ ଟଳିନି। ରୋଗ ଖୋଜିବା ନିହାତି ଜରୁରୀ। ତେଣୁ ଡିସେମ୍ବର ପର୍ଯ୍ୟନ୍ତ ୬୦-୭୦ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଛି। ଟୀକା ନେଇଗଲୁ ଭାବି ଟେଷ୍ଟ ନକରିବା ଭୁଲ । ଯେଉଁ ଜିଲ୍ଲାରେ ସମ୍ପୂର୍ଣ୍ଣ ସଂକ୍ରମଣ କମିଛି ସେଠି ବି ଆକ୍ରାନ୍ତ ବାହାରିପାରନ୍ତି। ରାସ୍ତା କଡ଼ ବ୍ୟବସାୟୀ, ସପିଂ ମଲ କର୍ମଚାରୀ, ସ୍କୁଲ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ଆଗଧାଡ଼ିର ଯୋଦ୍ଧା କିମ୍ବା ବେଶୀ ଗହଳି ସ୍ଥାନକୁ ଯାଉଥିବା ଲୋକ ନିହାତି ସ୍ବତଃପ୍ରବୃତ ଭାବେ ପରୀକ୍ଷା କରିବା ଆବଶ୍ୟକ। ତୃତୀୟ ଲହର ଆସୁଛି ନା ନାହିଁ ଜାଣିବା ପାଇଁ ଟେଷ୍ଟ ଜରୁରୀ। ଏପରିକି ବାହାର ରାଜ୍ୟକୁ ଯାଇଥିବା ବ୍ୟକ୍ତି ବି ଟେଷ୍ଟ କରିବା ଦ୍ୱାରା ନୂଆ ମ୍ୟୁଟାଣ୍ଟ ଆସିଛି କି ନାହିଁ ଜଣାପଡ଼ିବ । ବର୍ତ୍ତମାନ ନୂଆ ଭ୍ୟାରିଆଣ୍ଟ ଉପରେ ନଜର ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ (Health Department) କହିଛି ‌।


Also Read: ଚୀନରେ ପୁଣି କୋରୋନାର ପ୍ରକୋପ: ଏହି ସହରରେ ଲାଗିଲା ଲକଡାଉନ୍, ୪୦ ଲକ୍ଷ ଲୋକ ଗୃହ ବନ୍ଦୀ


ସେପଟେ ରାଜ୍ୟକୁ ଘାରିଛି ଭୁବନେଶ୍ୱର। ଆଗକୁ ଶୀତଦିନ । ଶୀତରେ ସଂକ୍ରମଣର ଆଶଙ୍କା ଅଧକା ରହିଛି । ଏପରି ସ୍ଥିତିରେ ଭୁବନେଶ୍ୱରରେ ସଂକ୍ରମଣ ସ୍ଵାସ୍ଥ୍ୟ ବିଭାଗ ସୂଚନାନୁଯାୟୀ ବର୍ତ୍ତମାନ ପ୍ଲାଟୋ ଷ୍ଟେଜରେ ରହିଛି । ଯେତିକି ସଂକ୍ରମଣ ହାର କମିବା ନେଇ ଆଶା କରାଯାଉଥିଲା ତାହା କମିନି । ତେବେ ଭୟ ନ କରି କୋଭିଡ ଗାଇଡ଼ଲାଇନ ଅନୁପାଳନ ଜରୁରୀ ରହିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଏମସି କମିଶନର । ଭୁବନେଶ୍ୱର (Bhubaneswar)କୁ ବିମାନ, ଟ୍ରେନ ଏବଂ ବସ ଯୋଗେ ବାହାରୁ ବହୁତ ଯାତ୍ରୀ ଯାତାୟାତ କରୁଥିବା ହେତୁ ସଂକ୍ରମଣ ବଢ଼ିଛି । ଏନେଇ ବିଏମସି (BMC) ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଟେଷ୍ଟି, ଟ୍ରିଟିଙ୍ଗ ଓ ଭ୍ୟାକସିନେସନ ଜାରି ରହିଥିବା ସେ କହିଛନ୍ତି।


Also Read: 'ହିନ୍ଦୁଙ୍କ ମଧ୍ୟରେ ପାକିସ୍ତାନୀ ଖେଳାଳି ନମାଜ ପଢିବା T20 ମ୍ୟାଚରେ ମୋର ପସନ୍ଦଯୋଗ୍ୟ ଅଂଶ ଥିଲା'


ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କମିଲେ ଭାଇରସ (Corona Virus) ଏଣ୍ଡେମୀକ ସ୍ତରକୁ ଯିବ। ଏବେ ରାଜ୍ୟରେ ସଂକ୍ରମଣ ସଂଖ୍ୟା, ଡାକ୍ତରଖାନାକୁ ଯିବା ରୋଗୀଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା କ୍ରମାନ୍ବୟରେ କମୁଛି। ତଥାପି ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ।