'ହିନ୍ଦୁଙ୍କ ମଧ୍ୟରେ ପାକିସ୍ତାନୀ ଖେଳାଳି ନମାଜ ପଢିବା T20 ମ୍ୟାଚରେ ମୋର ପସନ୍ଦଯୋଗ୍ୟ ଅଂଶ ଥିଲା'
Advertisement
Article Detail0/zeeodisha/odisha1015375

'ହିନ୍ଦୁଙ୍କ ମଧ୍ୟରେ ପାକିସ୍ତାନୀ ଖେଳାଳି ନମାଜ ପଢିବା T20 ମ୍ୟାଚରେ ମୋର ପସନ୍ଦଯୋଗ୍ୟ ଅଂଶ ଥିଲା'

କ୍ରୀଡା଼ ସହ ଧର୍ମକୁ ଯୋଡିବା ପ୍ରସଙ୍ଗକୁ ସର୍ବପ୍ରଥମେ ଚର୍ଚ୍ଚାର ପରିସରକୁ ଆଣିଥିଲେ ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଥିଲେ ଭାରତୀୟ ଦଳ ସହ କ୍ରିକେଟ ମ୍ୟାଚକୁ ସେ “ଜିହାଦ” ଅର୍ଥାତ ଧର୍ମ ଯୁଦ୍ଧ ଭାବେ ଦେଖନ୍ତି। 

'ହିନ୍ଦୁଙ୍କ ମଧ୍ୟରେ ପାକିସ୍ତାନୀ ଖେଳାଳି ନମାଜ ପଢିବା T20 ମ୍ୟାଚରେ ମୋର ପସନ୍ଦଯୋଗ୍ୟ ଅଂଶ ଥିଲା'

ନୂଆଦିଲ୍ଲୀ: ସ୍ୱତନ୍ତ୍ର ଦେଶ ଭାବେ ଗଠିତ ହେବା ପର ଠାରୁ ଧାର୍ମିକ, ସାମରିକ, ରାଜନୈତିକ ସମେତ ବିଭିନ୍ନ କ୍ଷେତ୍ରରେ ଭାରତ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଜାରି ରଖିଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ସଦ୍ୟ ଦୁବାଇ ଠାରେ ଆୟୋଜିତ ହୋଇଥିବା T20 ମ୍ୟାଚ ମଧ୍ୟ ଏଥିରୁ ବାଦ ପଡି଼ନାହି। ବର୍ତ୍ତମାନ କ୍ରୀଡା଼ ସହ ଧର୍ମକୁ ଯୋଡିବା ପାଇଁ ପଛାଇନାହାଁନ୍ତି ପାକିସ୍ତାନୀ ରାଜନେତା ତଥା କ୍ରିକେଟର।

କ୍ରୀଡା଼ ସହ ଧର୍ମକୁ ଯୋଡିବା ପ୍ରସଙ୍ଗକୁ ସର୍ବପ୍ରଥମେ ଚର୍ଚ୍ଚାର ପରିସରକୁ ଆଣିଥିଲେ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ (Pakistan PM Imran Khan)। ଏନେଇ ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଥିଲେ ଭାରତୀୟ ଦଳ ସହ କ୍ରିକେଟ ମ୍ୟାଚକୁ ସେ “ଜିହାଦ” (jihad) ଭାବେ ଦେଖନ୍ତି। ଏହା କୌଣସି ଆଶ୍ଚର୍ଯ୍ୟ କରିବା ଭଳି କଥା ନୁହେଁ। କାରଣ ପାକିସ୍ତାନୀ କ୍ରୀଡ଼ାବିତ୍ ବିଶେଷକରି କ୍ରିକେଟର କ୍ରିକେଟ ପଡି଼ଆ ବାହାରେ ଯାହା କଥା ହୁଅନ୍ତି ତାହା ଅଧିକାଂଶ ଦର୍ଶକ ଶୁଣିନଥିବେ।

Also Read: ଭାଙ୍ଗିଲା ୧୪ ବର୍ଷର ରେକର୍ଡ, ନିରାଶ କଲେ ବିରାଟ ବାହିନୀ

ପାକିସ୍ତାନୀ ଟିଭି ଗଣମାଧ୍ୟମ (Pakistani Television Media) ଯେଉଁଠି ଭାରତ ତଥା ହିନ୍ଦୁ ବିରୋଧି କାର୍ଯ୍ୟକ୍ରମ ମୁକ୍ତ ଭାବେ ପ୍ରସାରଣ କରାଯାଏ। ସେଠାରେ ଭାରତ-ପାକିସ୍ତାନ ସମ୍ପର୍କ ପ୍ରସଙ୍ଗରେ ହେଉଥିବା ଆଲୋଚନା ପାଇଁ ପାକିସ୍ତାନୀ କ୍ରିକେଟରଙ୍କୁ (Pakistani Cricketer) ଡକାଯାଇଥାଏ।

ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପାକିସ୍ତାନୀ କ୍ରିକେଟର ଯେ କେବଳ ଭାରତ ସରକାରଙ୍କ ବିରୁଦ୍ଧରେ ବୟାନବାଜି କରନ୍ତି ତାହା ନୁହେଁ ବରଂ ସମାନେ ସମଗ୍ର ଭାରତୀୟ ଉପମହାଦେଶରେ (Indian Sub-Continent) ଇସଲାମୀକରଣ (Islamisation) କରିବା ପାଇଁ ରହିଥିବା ଅବଧାରଣା ଗଜୱା-ଇ-ହିନ୍ଦ (Ghazwa-e-Hind) ବିଷୟରେ ମଧ୍ୟ କହିଥାନ୍ତି। 

ଦେଶର ପ୍ରଧାନମନ୍ତ୍ରୀଙ୍କ ପରେ ପାକିସ୍ତାନୀ କ୍ରିକେଟର (Pakistan Cricketer) ୱାକର ୟୁନିସ (Waqar Younis) ମଧ୍ୟ କ୍ରୀଡା଼ ସହ ଧର୍ମକୁ ଯୋଡିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ପାକିସ୍ତାାନୀ ଗଣମାଧ୍ୟମ ARY News Channel ପକ୍ଷରୁ ଆୟୋଜିତ ଏକ ବିତର୍କରେ ଯୋଗ ଦେଇ ସେ କହିଛନ୍ତି ଭାରତୀୟ ଦଳ ବିପକ୍ଷରେ ଖେଳାଯାଇଥିବା T20 ମ୍ୟାଚରେ ତାଙ୍କର ସବୁଠାରୁ ପସନ୍ଦ ଯୋଗ୍ୟ ଅଂଶ ଥିଲା କ୍ରିକେଟର ମହମ୍ମଦ ରିଜୱାନଙ୍କ ଦ୍ୱାରା କ୍ରିକେଟ ପଡି଼ଆରେ ନମାଜ ପଢିବା (Namaz Read at Cricket Ground)। ଗତ ରବିବାର ଦୁବାଇ ଠାରେ ଖେଳାଯାଇଥିବା ଏହି ମ୍ୟାଚର ବିରତି ସମୟରେ ପାକିସ୍ତାନୀ କ୍ରିକେଟର ରିଜୱାନଙ୍କ ନମାଜ ପଢିବାର ଭିଡି଼ଓ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଥିଲା।

Also Read: ଅଭିଯୋଗ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ; ମସଜିଦରୁ ହଟାଗଲା ଲାଉଡ ସ୍ପିକର

ପାକିସ୍ତାନୀ କ୍ରିକେଟର ୱାକର ୟୁନିସ ଯୋଗ ଦେଇଥିବା ଏହି କାର୍ଯ୍ୟକ୍ରମରେ ପାକିସ୍ତାନୀ ବୋଲର ସୋଏବ ଅଖତାର (Pakistan Bowler Shoaib Akhtar) ମଧ୍ୟ ଯୋଗ ଦେଇଥିଲେ। ୟୁନିସଙ୍କ ବକ୍ତବ୍ୟ ଶୁଣିବା ପରେ ସୋଏବ ହସିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ବଲିଉଡ଼ ଅଭିନେତା ଆମୀର ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘PK’ ପାକିସ୍ତାନରେ ମୁକ୍ତିଲାଭ ପାଇଁ ARY ଗୋଷ୍ଠୀ ସହ ସହଭାଗୀ ହୋଇଥିଲା, ଯେଉଁଠାରେ ଏହା ପାକିସ୍ତାନର ସର୍ବ ବୃହତ ଚଳଚ୍ଚିତ୍ର କମ୍ପ୍ଲେକ୍ସ ଦ୍ୱାରା ହିନ୍ଦୁ ଦେବା ଦେବୀ ତଥା ଇଶ୍ୱରଙ୍କ ଉପରେ ବ୍ୟଙ୍ଗ ଭାବେ ପ୍ରସାରିତ ହୋଇଥିଲା।

Also Read: ବର୍ଷକ ମଧ୍ୟରେ ବନ୍ଦ ହୋଇଗଲା ୩୦ ମସଜିଦ; କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଭାରତ ବିରୁଦ୍ଧରେ ପାକିସ୍ତାନ କ୍ରିକେଟ୍ ଦଳର ବିଜୟକୁ ଦେଶର ରାଜନେତା ତଥା ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ଧାର୍ମିକ ବିଜୟ ବୋଲି (Religious Victory over India) ବର୍ଣ୍ଣନା କରୁଛନ୍ତି। ସେହିପରି ଆଇସିସି ସମୀକ୍ଷକ ୱାଜିଦ୍ ଖାନ୍ (ICC Commentator Bazid Khan) ଏହାକୁ “କୁଫରର ବିନାଶ” (Destruction of Kufr) ବୋଲି କହିଥିବା ବେଳେ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ (Pakistani Interior Minister) ଶେଖ ରସିଦ (Sheikh Rasheed) ଏହାକୁ “ସମଗ୍ର ଇସଲାମ ଜଗତର ବିଜୟ” (Victory of the Entire Islamic World) ବୋଲି କହିଛନ୍ତି।