ଭ୍ୟାକ୍ସିନ୍-ଭାଇରସକୁ ନେଇ ସରକାର ଓ ସ୍ୱସ୍ଥ୍ୟ ବିଶେଷଜ୍ଞ କ`ଣ କହୁଛନ୍ତି?
ମହାମାରୀର ଏକମାତ୍ର ସଞ୍ଜିବନୀ ଟିକାକୁ ନେଇ ଏବେ ବି ଲୋକଙ୍କ ମନରେ ଦ୍ୱନ୍ଦ ଲାଗିରହିଛି। ଏହାରି ମଧ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାର ତତ୍ପର ଥିବା ବେଳେ ଜନସାଧାରଣ ଆତଙ୍କୀତ ଅଛନ୍ତି। ତେବେ ଉଭୟ ଭ୍ୟାକ୍ସିନ୍ ଓ ଭାଇରସକୁ ନେଇ ସରକାର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ସଚେତନ କରାଉଛନ୍ତି।
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଲଗାତାର କୋରୋନା ସଂକ୍ରମଣର ଗ୍ରାଫ୍ ଖସିବାରେ ଲାଗିଛି। ସେପଟେ କିନ୍ତୁ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ମହାମାରୀର ଏକମାତ୍ର ସଞ୍ଜିବନୀ ଟିକାକୁ ନେଇ ଏବେ ବି ଲୋକଙ୍କ ମନରେ ଦ୍ୱନ୍ଦ ଲାଗିରହିଛି। ଏହାରି ମଧ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାର ତତ୍ପର ଥିବା ବେଳେ ଜନସାଧାରଣ ଆତଙ୍କୀତ ଅଛନ୍ତି। ତେବେ ଉଭୟ ଭ୍ୟାକ୍ସିନ୍ ଓ ଭାଇରସକୁ ନେଇ ସରକାର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ସଚେତନ କରାଉଛନ୍ତି।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି। ବେଳେ ବେଳେ ଅପ ଆଣ୍ଡ ଡାଉନ ହେଉଛି। ସଂକ୍ରମଣ ବଢିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଛି। ଥାର୍ଡ ୱେଭ ଆସିବା ପୂର୍ବରୁ ଆଗୁଆ ଜାଣି ହେବ। କେବେ ଥାର୍ଡ ୱେଭ ଓଡ଼ିଶା ଆସିବ ତାହା ଆମେ ପୂର୍ବରୁ ହିଁ ଜାଣି ପାରିବୁ। ଦ୍ୱିତୀୟ ଲହର ମୁମ୍ବାଇ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା। ତେଣୁ ଆଶା କରୁଛୁ ଥାର୍ଡ ୱେଭ ଆମ ଦେଶକୁ ଆସିଲେ ଜାଣିହେବେ। ମାତ୍ର ବର୍ତ୍ତମାନଠୁ ଆମେ ଥାର୍ଡ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ।
Also Read: ଚିନ୍ତା ବଢାଇଲା କୋରୋନାର Delta Plus Variant, ପୁଣି ଲକଡାଉନ୍ ପାଇଁ ସରକାର ପ୍ରସ୍ତୁତ
ସେହିପରି ଭ୍ୟାକ୍ସିନ ନେଇ ଆଇସିଏମଆର ଷ୍ଟଡ଼ି ଉପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମହାପାତ୍ରଙ୍କ କହିବା ହେଲା, ଭ୍ୟାକ୍ସିନ ନେଇ ପିଜେଟିଭ ହୋଇଥିବା ୨୭୪ ଜଣଙ୍କର ଷ୍ଟଡ଼ି କରିଥିଲା ଆଇସିଏମଆର। ଭ୍ୟାକ୍ସିନ ନେବା ଦ୍ୱାରା ସୁରକ୍ଷା ମିଳୁଛି ଏବଂ ସିଭିୟରିଟି ଅଧିକ ହେଉ ନାହିଁ। ଏହା ଆମ ଶରୀରରେ ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରୁଛି। ତଥାପି ଏହାର ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଷୟିକ କମିଟି ଭ୍ୟାକ୍ସିନ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି, କେତେ ଲୋକଙ୍କର ସିଭିୟରିଟି ହେଉଛନ୍ତି ସେ ନେଇ ଷ୍ଟଡ଼ି କରାଯାଉଛି।
'ବର୍ତ୍ତମାନ ପରିସ୍ଥିତିରେ ଆମେ ଭଲ ସ୍ଥିତି ଆଡ଼କୁ ଗତି କରୁଛୁ। ସମସ୍ତ ଭାଇରସରେ ମ୍ୟୁଟେସନ୍ ଏକ ନିୟମିତ ପ୍ରକ୍ରିୟା। ମାର୍ଚ୍ଚ ମାସରେ ପ୍ରଥମେ ଡେଲ୍ଟା ପ୍ଲସ ଡିଟେକ୍ଟ ହେଲା। ଡେଲ୍ଟା ଭାଇରସ ଦୁଇମାସରେ ବୃଦ୍ଧି ହେଲା, ହେଲେ ସେଇ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଇନି। ତେଣୁ ଭବିଷ୍ୟତରେ କଣ ହେବ ନଜାଣି ବର୍ତ୍ତମାନ ତାକୁ ଆକଳନ କରିବା ଭାବି ଅଯଥା ଭୟଭୀତ ହେବ ଆବଶ୍ୟକ ନାହିଁ।' ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।
Also Read: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର! ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗଡିବ ଏହି ୨୨ ଯୋଡା ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ସେ ପୁଣି କହିଛନ୍ତି ଯେ, ଭ୍ୟାକ୍ସିନ ନେଲେ ଲୋକ ଶତ ପ୍ରତିଶତ ପ୍ରୋଟେକ୍ଟ ହେବେ ତାହା ନୁହେଁ। ହେଲେ ଏହା ଦ୍ବାରା ସିଭିଆରୀଟି ଅଫ ଡିଜିଜ କମିବ। ରାଜ୍ୟ ସରକାରଙ୍କ ଏକ୍ସପର୍ଟ କମିଟି ସମସ୍ତ ତଥ୍ୟ ଅନୁଧ୍ୟାନ କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଭ୍ୟାକ୍ସିନ ଫଳ ପ୍ରଦ ହେଉଛି, ମୃତ୍ୟୁହାର କମୁଛି। ଥାର୍ଡ଼ ୱେଭ ଏବେ ଆକଳନ ଷ୍ଟେଜରେ ଅଛି, ଏହା ହବ କି ନହେବ ତାହା ନିଶ୍ଚିତ ଭାବେ କେହି କହିନାହାନ୍ତି। ଭ୍ୟାକ୍ସିନ ନେଲେ ଏହାକୁ ଦୂର କରିହେବ। ଥାର୍ଡ ୱେଭ ପୂର୍ବରୁ ଭ୍ୟାକ୍ସିନ ନେଲେ ବରିଷ୍ଠ ଲୋକେ ନିଜେ ସୁରକ୍ଷିତ ହେବେ, ସେମାନେ ପ୍ରୋଟେକ୍ଟ ହେଲେ ତାଙ୍କ ପିଲା ମାନେ ସୁରକ୍ଷିତ ହେବେ।
ଅନ୍ୟପଟେ ଭେଷଜ ବିଶେଷଜ୍ଞ, ନିରୋଜ ମିଶ୍ର କହିଛନ୍ତି, 'ସଂକ୍ରମଣ ହାର କମିବାର ଥିଲା, ଆଗକୁ ଆହୁରି କମିବ। ସଂକ୍ରମଣ କମିବା ହାର ସାଧାରଣ ଲୋକଙ୍କ ଉପରେ ନିର୍ଭର କରୁଛି। ଲୋକେ ସଚେତନ ହେଲେ ସଂକ୍ରମଣ ଅଧିକ କମିବ। ଡେଲଟା ପ୍ଲସ ଯୋଗୁଁ ତୃତୀୟ ଲହରି ଆସିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଯାଏ WHO ବର୍ତ୍ତମାନ ଡେଲଟାର ଅନ୍ଯ ଭ୍ୟାରିଆଣ୍ଟକୁ ଭିନ୍ନ ଷ୍ଟ୍ରେନ ଭାବେ ଗ୍ରହଣ କରିନାହିଁ। ଏବେ ବି ଏହାର ସଂକ୍ରମିତଙ୍କ ସଂଖ୍ଯା କମ ରହିଛି। ଆଗକୁ ଏହା କି ପ୍ରଭାବ ପକାଇବ ତାହା ପରେ ଜଣାପଡିବ।'
'ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଦ୍ବିତୀୟ ୱେଭରେ ହୋଇଥିବା ଭୁଲ ଯେଭଳି ପୁଣି ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ଭୁବନେଶ୍ୱର ICMR ରିସର୍ଚ ଅନୁଯାୟୀ, ୩୫୪ ଲୋକଙ୍କ ମଧ୍ଯରୁ ୨୭୪ ଜଣଙ୍କ ମଧ୍ଯରେ ଡବଲ ଡୋଜର ସୁଫଳ ମିଳିଛି। ଡବଲ ଡୋଜ ଭ୍ଯାକ୍ସିନ ନେବା ପରେ ଗୁରୁତର ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ ହୋଇଯାଇଛି। ସିଙ୍ଗଲ ଡୋଜ ଭ୍ଯାକ୍ସିନ ନେବା ପରେ ମୃତ୍ୟୁ ହାର ଅନେକାଂଶରେ କମ ହେଉଛି। ଆଗକୁ ସିଙ୍ଗଲ ଡୋଜ ଭ୍ଯାକ୍ସିନ ଆସିବା ସମ୍ଭାବନା ରହିଛି' ବୋଲି ନିରୋଜ ମିଶ୍ର କହିଛନ୍ତି