ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର! ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗଡିବ ଏହି ୨୨ ଯୋଡା ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement
Article Detail0/zeeodisha/odisha927915

ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର! ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗଡିବ ଏହି ୨୨ ଯୋଡା ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

୨୨ ଯୋଡ଼ା ସ୍ପେଶାଲ ଟ୍ରେନ ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଗୁଡିକ ଜୁନ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରାଯିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା।

 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଠାରୁ ପୂର୍ବ ଘୋଷଣା ଅନୁଯାୟୀ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨୨ ଯୋଡ଼ା ସ୍ପେଶାଲ ଟ୍ରେନ ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଗୁଡିକ ଜୁନ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରାଯିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା।

ଦେଖନ୍ତୁ ଟ୍ରେନ୍ ଗୁଡିକ ସମ୍ପୂର୍ଣ୍ଣ ଲିଷ୍ଟ୍

ପୁରୀରୁ ଛାଡୁଥିବା ସ୍ପେଶାଲ ଟ୍ରେନ:

  • 08477/08488 ପୁରୀ-ଯୋଗ ନାଗରୀ ଋଷିକେଶ-ପୁରୀ
  • 02866/02865 ପୁରୀ-ମୁମ୍ବାଇ ଏଲଟିଟି- ପୁରୀ
  • 08449/08450 ପୁରୀ-ପାଟନା-ପୁରୀ
  • 08419/08420 ପୁରୀ-ଜୟନଗର-ପୁରୀ
  • 02827/02828 ପୁରୀ-ସୁରଟ-ପୁରୀ
  • 02859 / 02860 ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ସ୍ପେଶାଲ୍ ଟ୍ରେନ୍

ଅବଶ୍ୟ, 08477/08488 ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ ସ୍ପେଶାଲ୍ ୨୩ ଜୁଲାଇ ପର୍ଯ୍ୟନ୍ତ ଏବଂ ଅନ୍ୟ ଉପରୋକ୍ତ ଟ୍ରେନ୍ ଗୁଡିକ ସ୍ଥିରୀକୃତ ଦିନରେ ରଥ ଯାତ୍ରା ସମୟରେ କୋଭିଡ୍ ପ୍ରୋଟୋକଲ୍ ଦୃଷ୍ଟିରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଉଭୟ ଦିଗରୁ ବାତିଲ୍ ହୋଇ ରହିବ।

Also Read: ଆସିଗଲା ଆସନ୍ତା WTC Schedule; ଜାଣନ୍ତୁ କେବେ, କାହା ସହ Team Indiaର ହେବ ମୁକାବିଲା?

ଭୁବନେଶ୍ୱରରୁ ଛାଡୁଥିବା ସ୍ପେଶାଲ ଟ୍ରେନ:

  • 02819/02820 ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର
  • 02880/02879 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି-ଭୁବନେଶ୍ୱର
  • 08479/08480 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର 
  • 02839/02840 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ-ଭୁବନେଶ୍ୱର 
  • 02845 /02846 ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ-ଭୁବନେଶ୍ୱର
  • 02898/02897 ଭୁବନେଶ୍ୱର-ପଣ୍ଡିଚେରୀ-ଭୁବନେଶ୍ୱର
  • 08496/08495 ଭୁବନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର ସ୍ପେଶାଲ ଟ୍ରେନ

ସମ୍ବଲପୁରରୁ ଛାଡୁଥିବା ସ୍ପେଶାଲ ଟ୍ରେନ:

  • 08306/08305 ସମ୍ବଲପୁର-ହାଓଡ଼ା-ସମ୍ବଲପୁର
  • 08311/08312 ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ସ୍ପେଶାଲ ଟ୍ରେନ୍

ବିଶାଖାପାଟନମ୍ ଠାରୁ ଛାଡୁଥିବା ସ୍ପେଶାଲ ଟ୍ରେନ:

  • 02851/02852 ଓ 02887/02888 ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍
  • 02869/02870 ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍-ବିଶାଖାପାଟନମ୍
  • 02857/02858 ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି-ବିଶାଖାପାଟନମ୍
  • 08501/08502 ବିଶାଖାପାଟନାମ୍-ଗାନ୍ଧୀଧାମ-ବିଶାଖାପାଟନମ
  • 07488/07487 ବିଶାଖାପାଟନାମ୍-କଡପ୍ପା-ବିଶାଖାପାଟନମ
  • 02831/02832 ବିଶାଖାପାଟନାମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ ସ୍ପେଶାଲ ଟ୍ରେନ୍

Also Read: ଟ୍ରେନ୍ ଟିକେଟ୍ ବାତିଲ୍ କଲେ ତୁରନ୍ତ ଫେରସ୍ତ ମିଳିବ ଟଙ୍କା, IRCTC ଆରମ୍ଭ କଲା ଏହି ସୁବିଧା   

ଏହା ସହିତ କେତେକ ସ୍ପେଶାଲ ଟ୍ରେନ ଗୁଡିକର ଗଠନରେ ମଧ୍ୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ଗୁଡିକ ହେଲା -  

  • 02819/02820 ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱରର
  • 02880/02879 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି- ଭୁବନେଶ୍ୱର
  • 08479/08480 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର 
  • 02839/02840 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ-ଭୁବନେଶ୍ୱର
  • 02845/02846 ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ.-ଭୁବନେଶ୍ୱର
  • 02898/02897 ଭୁବନେଶ୍ୱର-ପଣ୍ଡିଚେରୀ-ଭୁବନେଶ୍ୱର
  • 08496/08495 ଭୁବନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର
  • 08449/08450 ପୁରୀ-ପାଟନା-ପୁରୀ
  • 08419/08420 ପୁରୀ-ଜୟନଗର-ପୁରୀ
  • 02827/02828 ପୁରୀ-ସୁରଟ-ପୁରୀ 
  • 02859/02860 ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ବିଶେଷ ଟ୍ରେନ୍

ଏହି ଟ୍ରେନ ଗୁଡିକ ପାଇଁ ସ୍ଥିରୀକୃତ ରହଣି ସ୍ଥାନ ଓ ଷ୍ଟେସନମାନଙ୍କ ଠାରେ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବନାହିଁ। ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଅଛି ଯେ ସେମାନେ ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍ (NTES) https://enquiry.indianrail.gov.in/mntes/ କିମ୍ବା http://www.indianrail.gov.in/enquiry/StaticPages/StaticEnquiry.jsp?Stati... ଅନୁସରଣ କରି ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଆଗମନ ଓ ପ୍ରସ୍ଥାନ ସମ୍ବନ୍ଧରେ ସୂଚନା ପାଇ ପାରିବେ।