ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଜନିତ ମାମଲା ବଢିବା ପରେ ଗମନାଗମନ ଉପରେ ଜାରି ହୋଇଛି ଅନେକ କଟକଣା। ଏଣିକି ବାହାର ରାଜ୍ୟରୁ ଆସିଲେ ବାଧ୍ୟତାମୂଳକ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ହେବ। ଏହା ସହିତ ଆରଟିସିପିଆର ରିପୋର୍ଟ କିମ୍ବା କୋଭିଡ ଦ୍ବିତୀୟ ଡୋଜ୍ ସାର୍ଟିଫିକେଟ୍ ଦେବାକୁ ହେବ ନଚେତ ୭ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ହେବ।  


COMMERCIAL BREAK
SCROLL TO CONTINUE READING

ସାରା ଦେଶରେ କୋରୋନା ଲହର ନିଜର କାୟା ବିସ୍ତାର କରୁଥିବା ବେଳେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ନଜର ରଖି ଏପରି ନିଷ୍ପତ୍ତି ନିଆଯାଇଛି। କୋରୋନା ବାହକ ସାଜି ଓଡିଶା ନଆସିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସହ ତାଳ ଦେଇ ଶନିବାର ପର ଠାରୁ ଯାତ୍ରା ଆରମ୍ଭ କରୁଥିବା ସମସ୍ତ ବାହାର ରାଜ୍ୟର ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରିଛି ରେଳବାଇ। ସେପଟେ ଆଜି ଠାରୁ ଉଭୟ ଛତିଶଗଡ-ଓଡିଶା ମଧ୍ୟରେ ବସ୍ ଚଳାଚଳକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।  


Also Read: ନିୟମ ଭାଙ୍ଗିବାରେ ମାହିର ଓଡିଶାବାସୀ!


 


ଦେଶର ଯେକୌଣସି ସ୍ଥାନରୁ ଯେଉଁମାନେ ଏପ୍ରିଲ ୧୦ ତାରିଖ ଶନିବାର ଠାରୁ ଓଡିଶା ଅଭିମୁଖେ ଯାତ୍ରା କରିଥିବା ବ୍ୟକ୍ତିବିଶେଷ ସର୍ବାଧିକ ୭୨ ଘଣ୍ଟା ପୂର୍ବରୁ ହୋଇଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ (RTPC Negative Test Report) କିମ୍ବା କୋଭିଡ୧୯ ଟିକାର (Covid19 Vaccine) ଦ୍ଵିତୀୟ ଖୋରାକ ସାର୍ଟିଫିକେଟ୍ (Second Dose Certificate) ଆଣିବା ଆବଶ୍ୟକ। ନଚେତ୍ ସାତ ଦିନ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ନିଜେ ଘରେ କିମ୍ବା ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ର (Quarentine Centre) ଠାରେ ରହିବାକୁ ହେବ। 


ରାଜ୍ୟର କେତେକ ସ୍ଥାନରେ କୋଭିଡ ୧୯ ମହାମାରୀ ପୁଣି ବୃଦ୍ଧି ପାଉଥିବା ବେଳେ ଏହା ଉପରେ ରୋକ ଲଗାଇବା ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇଛି ରେଳବାଇ (Railway)। ଯାହାକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରେ ଯାଞ୍ଚ, ବିଶୋଧନ (Sanitization) ଜୋରଦାର ହେବା ସହ ରାଜ୍ୟ ବାହାର ଯାତ୍ରୀଙ୍କ ଉପରେ ନଜର ରଖାଯାଉଥିବା ଭୁବନେଶ୍ବର ରେଳ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି।


Also Read: 'ବାହାରେ ସରକାର ଜଗିଛନ୍ତି, ଘରେ ମାଆ ମାନେ ଜଗନ୍ତୁ'


 


ଅପରପକ୍ଷେ ବସ୍ ଗମନାଗମନ ଉପରେ ମଧ୍ୟ କୋରୋନା ପ୍ରଭାବ ପଡିଛି। ଗତବର୍ଷ ଭଳି ଚଳିତ ବର୍ଷ୍ୟ ମଧ୍ୟ ପର୍ଯ୍ୟାୟକ୍ରମେ ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଛତିଶଗଡ଼ରେ (Chhattisgarh) ବର୍ଦ୍ଧିତ ସଂକ୍ରମଣକୁ ଦେଖି ଏପ୍ରିଲ ୧୦ ତାରିଖ ଶନିବାର ଠାରୁ ଓଡିଶା (Odisha) ସହ ସମସ୍ତ ଯୋଗାଯୋଗ ବନ୍ଦ ହୋଇଛି। ପରିବହନ ବିଭାଗର ନିର୍ଦେଶ ମୁତାବକ ସମସ୍ତ ପରିବହନ ବ୍ୟବସ୍ଥା ବନ୍ଦ କରାଯାଇଛି। 


ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡକୁ ସମସ୍ତ ପରିବହନ ବ୍ୟବସ୍ଥା ବନ୍ଦ ରହିବ ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଅନ୍ୟ ପଡ଼ୋଶୀ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଲେ ସେଠାରୁ ମଧ୍ୟ ଓଡିଶା ସହ ପରିବହନ ବ୍ୟବସ୍ଥା ବନ୍ଦ ହୋଇପାରେ ବୋଲି କହିଛନ୍ତି ମନ୍ତ୍ରୀ। ସେହିପରି ରାଜ୍ୟ ଭିତରେ ମଧ୍ୟ ଯାତ୍ରୀ ପରିବହନ ବ୍ୟବସ୍ଥାରେ କୋଭିଡ କଟକଣା ନେଇ ବିଭାଗ ପକ୍ଷରୁ ବିଚାରବିମର୍ଶ ଚାଲିଥିବା ବେଳେ ଆବଶ୍ୟକ ହେଲେ ପୁଣି ବସ ଚଳାଚଳ ଉପରେ କଟକଣା ଲାଗିପାରେ ବୋଲି ସେ କହିଛନ୍ତି।


Also Read: Corona Returns: ଦୋଦୁଲ୍ୟମାନ ସ୍ଥିତିରେ ଶିକ୍ଷା ଆଉ ଶିକ୍ଷାନୁଷ୍ଠାନ


 


ଗୋଟିଏ ପରେ ଗୋଟିଏ କଟକଣା ଆରମ୍ଭ ହେଉଥିବା ବେଳେ ଗତବର୍ଷର ପୁରୁଣା କଟକଣା ତାଜା ହେବାରେ ଲାଗିଛି। ବ୍ୟବସାୟିକ ଦୃଷ୍ଟିକୋଣରୁ ଏହାର ପ୍ରଭାବ ଗମନାଗମନ ଉପରେ ମଧ୍ୟ ପଡିଥିଲା। ଏବେ ବେଳହୁଁ ସାବଧାନ ନହେଲେ ଆଗକୁ ସ୍ଥିତି ଜଟିଳ ହୋଇପାରେ।