'ବାହାରେ ସରକାର ଜଗିଛନ୍ତି, ଘରେ ମାଆ ମାନେ ଜଗନ୍ତୁ'
Advertisement

'ବାହାରେ ସରକାର ଜଗିଛନ୍ତି, ଘରେ ମାଆ ମାନେ ଜଗନ୍ତୁ'

ଆଜି ଗୋଟିଏ ଦିନରେ ୧୨ ଶହ ଡେଇଁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହି ମହାମାରୀରୁ କେମିତି ବର୍ତ୍ତିବା ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

'ବାହାରେ ସରକାର ଜଗିଛନ୍ତି, ଘରେ ମାଆ ମାନେ ଜଗନ୍ତୁ'

ଭୁବନେଶ୍ୱର: ଦେଶରେ ପୁଣି କୋରୋନା ଲହର । ଗତବର୍ଷ ଏହି ସମୟରେ ଅନେକ ସମସ୍ୟାର ସାମ୍ନା ଦେଇ ଗତି କରିଛନ୍ତି ଦେଶବାସୀ । ଦିନକୁ ଦିନ କୋରୋନା ଗ୍ରାଫ୍ ବଢିବାରେ ଲାଗିଛି । ସେହି କ୍ରମରେ ଆମ ରାଜ୍ୟରେ ମଧ୍ୟ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୨ ଶହ ଡେଇଁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହି ମହାମାରୀରୁ କେମିତି ବର୍ତ୍ତିବା ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

କୋଭିଡର ପ୍ରଥମ ଲହର ସମୟରେ ଆମକୁ ବହୁ କଠିନ ପଦକ୍ଷେପ ନେବାକୁ ପଡିଥିଲା। ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ଅସୀମ ତ୍ୟାଗ ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ। ବାରମ୍ବାର ଲକଡାଉନ ଓ ସଟଡାଉନ କରିବାକୁ ପଡିଥିଲା। ଲକଡାଉନ (Lockdown) ପାଇଁ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ଆଜି ଠାରୁ ୧୪ଦିନ ବ୍ୟାପୀ ଆମେ ସମସ୍ତେ ମିଶି ମାସ୍କ ଅଭିଯାନ କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik)।  

Also Read: କୋରୋନା କଟକଣା: ସମ୍ବଲପୁରରେ ଟାଇଟ୍, ବୁର୍ଲାରେ ଢି଼ଲା

ସମସ୍ତେ ସଙ୍କଳ୍ପ ନେଇ ମାସ୍କ ନାକରେ ଝୁଲାଇ ନୁହେଁ ପୁରା ନାକ ଓ ପାଟି ଘୋଡ଼ାଇ ପିନ୍ଧିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ (Chief Minister)। ଏଥିପାଇଁ ମାଆ ମାନଙ୍କୁ ବିଶେଷ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ , ପରିବାରର ଲୋକ ବାହାରକୁ ଯିବା ସମୟରେ ଯେପରି ଠିକ ଭାବେ ମାସ୍କ (Mask)ପିନ୍ଧିବେ ସେଥିପ୍ରତି ମାଆ ମାନଙ୍କୁ ଧ୍ୟାନ ଦେବାକୁ କହିଛନ୍ତି । ଘରର ମହିଳା ମାନେ ସତର୍କ ହେଲେ କୋରୋନା (Corona) କେବେ ବି ଆମ ଘରେ ପଶିପାରିବ ନାହିଁ ବୋଲି ସେ କହିଛନ୍ତି । 

Also Read: ଦୀର୍ଘ ୨୨ ମାସ ପରେ ଭାରତରେ IPL: ଆଜି ଉଦଘାଟନ, ଜାଣନ୍ତୁ କେବେ କାହାର ମୁକାବିଲା

'ସରକାର ବାହାରେ ଜଗିଛନ୍ତି ଆପଣମାନେ ଘରେ ଜଗନ୍ତୁ'। ତାହେଲେ ଯାଇ ଆମେ ଲକଡାଉନ (Lockdown) ପରି ସ୍ଥିତିକୁ ଏଡ଼ାଇ ପାରିବା। ଆସନ୍ତୁ ଦୃଢ଼ ସଙ୍କଳ୍ପ ନେବା, ନିୟମିତ ମାସ୍କ ପିନ୍ଧି ବିନା ଲକଡାଉନରେ ଆମେ କୋରୋନାର ମୁକାବିଲା କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ବୃଦ୍ଧି ପାଉଥିବା କୋରୋନା ର ଦ୍ଵିତୀୟ ଲହର (Corona Second Wave) ପୁଣିଥରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ଆମର ସତର୍କତା ଏବଂ ସଚେତନତା ହିଁ ଏହାକୁ ରୋକିବାର ଶ୍ରେଷ୍ଠ ଉପାୟ ବୋଲି ନିଜ ସମ୍ବୋଧନ ରେ କହିଛନ୍ତି ମୁଖ୍ୟମନ୍ତ୍ରୀ।