ସରୋଜ ବେହେରା, ଭୁବନେଶ୍ୱର: ରାଜ୍ୟର ୭ ଜିଲ୍ଲାରେ କୋଭିଡ ପରିସ୍ଥିତି ଏବେ ବି ସଙ୍ଗୀନ ରହିଛି । ଯଦିଓ ଲକଡାଉନର ସୁଫଳ ମିଳିଛି ତଥାପି ଅନେକ ସ୍ଥାନରେ କୋରୋନା କଟକଣାକୁ ଉଚିତ ଢଙ୍ଗରେ ମାନୁ ନାହାଁନ୍ତି । ଏଥିପାଇଁ ଉପକୂଳବର୍ତ୍ତୀ ୭ ଜିଲ୍ଲାରେ କଟକଣା ରଖାଯାଇପାରେ । ଏ ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ଶିଶୁଙ୍କ ନେଇ ସେରୋ ସର୍ଭେ ଆରମ୍ଭ ହୋଇଛି । ଆଗକୁ ୧୮ ବର୍ଷରୁ କମ ଶିଶୁଙ୍କ ପାଇଁ ଭ୍ୟାକସିନ ଆସିବାକୁ ଯାଉଛି । ଏଭଳି ପରିସ୍ଥିତିରେ ଥାର୍ଡ ୱେଭ ଯଦି ଆସିବ କୋଭିଡ କଟକଣା,ଟୀକାକରଣ, ଓ ଭାଇରସ୍ ର ପରିବର୍ତ୍ତିତ ସଂକ୍ରମଣ ସମସ୍ତ ବର୍ଗର ଲୋକମାନଙ୍କୁ ସଂକ୍ରମିତ କରିପାରେ । 


COMMERCIAL BREAK
SCROLL TO CONTINUE READING

ECMOପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ଟେଣ୍ଡର ପ୍ରକ୍ରିୟା ସହ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି । AIIMSରେ ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ କରାଯାଉଛି । କିମ୍ସ ଭଳି କେତେକ ଘରୋଇ ହସ୍ପିଟାଲରେ ୭ଟି ମେସିନ ଆଣି ଇକମୋ ସେଣ୍ଟର କରାଯିବ ।  
ସୁଧୁରିବା ସହ ୭ ପ୍ରତିଶତକୁ ଆସିଛି ରାଜ୍ୟରେ ଟେଷ୍ଟ ପଜିଟିଭ ରେଟ । ଆଗକୁ ଏହା ଆହୁରି ତଳକୁ ଖସିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଲକଡାଉନ (Lockdown) ଯୋଗୁଁ ଏହାର ସୁଫଳ ମିଳୁଛି । ୧୭ ତାରିଖରୁ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । 


Also Read: ବାହାରେ ବୁଲୁଛି କୋରୋନା, ଘରେ ରହି ରଜ ପାଳିଲେ ରାଜଧାନୀବାସୀ
 
ହେଲେ ଉପକୂଳବର୍ତ୍ତୀ ୭ ଜିଲ୍ଲାରେ ପରିସ୍ଥିତି ଏବେ ବି ଅଣାୟତ୍ତ ହୋଇ ରହିଛି । ଅନଲକ ପ୍ରକ୍ରିୟାକୁ ଲୋକେ କଟକଣା ସହ ନ ମାନିଲେ ପୁଣି ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହି ୭ ଜିଲ୍ଲାରେ କଟକଣା ରଖାଯିବାର ଆବଶ୍ୟକ ରହିଛି ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଇନଫେକସନ ଭାଇରସ ଲୋଡ଼ କମିଛି । ସିଟିଭ୍ୟାଲୁ ୧୪ରୁ ୧୫ ପ୍ରତିଶତ ରହୁଥିଲା ଏବେ ୨୮ ପାଖାପାଖି ରହୁଛି । ଥାର୍ଡ ୱେଭ ଯଦି ଆସିବ କୋଭିଡ କଟକଣା,ଟୀକାକରଣ, ଓ ଭାଇରସ୍ ର ପରିବର୍ତ୍ତିତ ସଂକ୍ରମଣ ଉପରେ ନିର୍ଭର କରିବ । ମାତ୍ର ଏଥିରେ ମଧ୍ୟ ସମସ୍ତ ବର୍ଗର ଲୋକେ ସଂକ୍ରମିତ ହେବେ  ବୋଲି କୁହାଯାଉଛି । ଏ ସମୟରେ ଶିଶୁ ମାନଙ୍କ ଉପରେ କୋରୋନାର ପ୍ରଭାବକୁ ନଜରରେ ରଖି ରାଜ୍ୟରେ ମଧ୍ୟ ସେରୋ ସର୍ଭେ ଆରମ୍ଭ ହୋଇଛି । ଏ ମଧ୍ୟରେ ବିଭିନ୍ନ ସଂସ୍ଥା ଶିଶୁଙ୍କ ପାଇଁ ଭ୍ୟାକସିନ (Vaccine) ତିଆରି କରିବା ଆରମ୍ଭ କରି ଦେଇଛନ୍ତି । ତୃତୀୟ ୱେଭ ଆରମ୍ଭ ହେବା ପୂର୍ବରୁ ଏହା କାର୍ଯ୍ୟକାରୀ ହେବା ବୋଲି ଆଶା କରାଯାଉଛି ।
 
Also Read: WTC ଫାଇନାଲର ବିଜେତାକୁ ମିଳିବ ଏତିକି ପୁରସ୍କାର ରାଶି, ଜାଣି ଚକିତ ହେବେ ଆପଣ!


ରାଜ୍ୟରେ  ଫୁସଫୁସ ଜନିତ ରୋଗୀଙ୍କ ଚିକିତ୍ସା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ECMO ମେସିନ ପାଇଁ ସରକାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।  AIIMSରେ ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ରାଜ୍ୟ ସରକାର ମଧ୍ୟ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି ବୋଲି DMET ସ୍ପଷ୍ଟ କରିସାରିଛନ୍ତି  । ଏ ମଧ୍ୟରେ ରାଜ୍ୟରେ ଅନ୍ୟ ଘରୋଇ ହସ୍ପିଟାଲରେ ମଧ୍ୟ ECMO ମେସିନ ଲଗାଯିବାକୁ ତତ୍ପରତା ପ୍ରକାଶ ପାଇଛି । କିମ୍ସ ହସ୍ପିଟାଲରେ ପୂର୍ବରୁ ଗୋଟାଏ ECMO ମେସିନ ଥିବା ବେଳେ ଏବେ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଆହୁରି ୭ଟି ମେସିନ ଆଣି ECMO ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ପରିସ୍ଥିତି ସୁଧୁରିବା ସହ ଲୋକେ ସଚେତନ ନ ରହିଲେ ଆଗକୁ ପରିସ୍ଥିତି ଅଣାୟତ ହେବା ଆଶଙ୍କା ହେଉଛି ।