WTC ଫାଇନାଲର ବିଜେତାକୁ ମିଳିବ ଏତିକି ପୁରସ୍କାର ରାଶି, ଜାଣି ଚକିତ ହେବେ ଆପଣ!
Advertisement

WTC ଫାଇନାଲର ବିଜେତାକୁ ମିଳିବ ଏତିକି ପୁରସ୍କାର ରାଶି, ଜାଣି ଚକିତ ହେବେ ଆପଣ!

ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରିଥିବା ଅଷ୍ଟ୍ରେଲିଆକୁ ୩.୩ କୋଟି ଟଙ୍କା ପୁରସ୍କାର, ଚତୁର୍ଥ ସ୍ଥାନ ହାସଲ କରିଥିବା ଇଂଲଣ୍ଡ ଓ ପଞ୍ଚମ ସ୍ଥାନ ହାସଲ କରିଥିବା ପାକିସ୍ତାନକୁ ୧.୫ କୋଟି ଟଙ୍କା ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ ।

 

ପ୍ରତୀକାତ୍ମକ ଛବି

WTC Final: ଆଇସିସି ଘୋଷଣା କରିଛି ଯେ ଭାରତ ବନାମ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (WTC) ଫାଇନାଲର ବିଜେତାକୁ ୧.୬ ମିଲିୟନ ଡ଼ଲାର (ଅର୍ଥାତ୍ ପ୍ରାୟ ୧୨ କୋଟି ଟଙ୍କା) ଓ ଟେଷ୍ଟ ଚାମ୍ପିଅନସିପ୍ ଗଦା (Test championship mace) ମିଳିବ । ହାରିବା ଦଳକୁ ୮୦୦,୦୦୦ ଆମେରିକୀୟ ଡଲାର (ପ୍ରାୟ ୬ କୋଟି ଟଙ୍କା) ମିଳିବ । ଯଦି ମ୍ୟାଚ୍ ଡ୍ର ’ହୁଏ, ତେବେ ମୋଟ ପୁରସ୍କାର ୨.୪ ମିଲିୟନ ଡ଼ଲାର ଦୁଇ ଦଳ ମଧ୍ୟରେ ଭାଗ ହେବ । ଏଭଳି ପରିସ୍ଥିତିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (Ind vs Nz) ଦଳ ପ୍ରାୟ ୮.୭୮ କୋଟି ଟଙ୍କା ପୁରସ୍କାର ରାଶି ପାଇବେ ।

ଏହା ପ୍ରଥମ ଥର ହେବ ଯେତେବେଳେ ଗୋଟିଏ ଦଳ ଏହିପରି ନୂଆ ଫର୍ମାଟରେ ଅଫିସିଆଲ୍ ବିଶ୍ୱ ଚାମ୍ପିଅନ୍ (World champion) ହେବ । ଆଇସିସି (ICC) ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓ ଆଲାର୍ଡିସ ଗଣମାଧ୍ୟମର ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଏହା (WTC) ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ଦଳର ପ୍ରତୀକ ପାଲଟିଛି ଓ ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ଦଳ ଚିହ୍ନଟ କରିବା ପାଇଁ ଟେଷ୍ଟ ଚାମ୍ପିଅନସିପ (Test championship) କରାଯାଉଛି ।  

ଆଇସିସି ଏକ ବୟାନରେ କହିଛି ଯେ ପୂର୍ବରୁ ପ୍ରତିବର୍ଷ ଟେଷ୍ଟ ଦଳ ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ଦଳମାନଙ୍କୁ ଦିଆଯାଇଥିବା ଟେଷ୍ଟ ଗଦା ବର୍ତ୍ତମାନଠାରୁ WTC ବିଜେତା ଦଳକୁ ଦିଆଯିବ । ଡ୍ର କିମ୍ବା ଟାଇ ହେଲେ ଉଭୟ ଦଳ ଟେଷ୍ଟ ଚାମ୍ପିଅନସିପ୍ ଗଦା ଅଂଶୀଦାର କରିବେ ଯେତେବେଳେ କି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଚାମ୍ପିଅନ୍ ହୋଇ ରହିଛନ୍ତି ।

ଅଧିକ ପଢ଼ନ୍ତୁ: କୋରୋନା ବିରୁଦ୍ଧରେ ଲଢ଼େଇ ପାଇଁ ମିଳିଲା ଆଉ ଏକ ଶକ୍ତିଶାଳୀ ଅସ୍ତ୍ର; ୯୦% ପ୍ରଭାବଶାଳୀ

ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରିଥିବା ଅଷ୍ଟ୍ରେଲିଆ କ୍ରିକିନଫୋଙ୍କ ଅନୁଯାୟୀ ୩.୩ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ପ୍ରତିଯୋଗିତାର ଅଂଶ ଗ୍ରହଣ ହୋଇଥିବା ଅବଶିଷ୍ଟ ଦଳ - ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ବାଂଲାଦେଶ ପ୍ରତ୍ୟେକଙ୍କୁ ୭୩-୭୩ ଲକ୍ଷ ଟଙ୍କା ମିଳିବ । ୧୮ ରୁ ୨୨ ଜୁନ୍ ମଧ୍ୟରେ ସାଉଥମ୍ପଟନରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ । ୨୩ ଜୁନକୁ ଏକ ରିଜର୍ଭ ଡେ ରଖାଯାଇଛି ।