କୋରୋନା ମୁକାବିଲା ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ
ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କୋରୋନା। ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭୯୬୯କୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: କୋଭିଡ୧୯ ପରିଚାଳନା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା। ଟିକା ଆସିବାରେ ସମସ୍ୟା ନହେଲେ ୪ ମାସରେ ସରିବ ଟିକାକରଣ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨ କୋଟି ୨୦ ଲକ୍ଷ ଡୋଜ ଟିକା ଦିଆଯାଇଛି। ଏବେ ଟିକାକରଣ ଜାରି ରହିଛି, ୫୪% ପ୍ରଥମ ଡୋଜ ଦିଆଯାଇଛି
ରାଜ୍ୟରେ ୧ କୋଟି ୬୬ ଲକ୍ଷ ଲୋକ ପ୍ରଥମ ଡୋଜ ଏବଂ ୫୩ ଲକ୍ଷ ଲୋକ ଦ୍ବିତୀୟ ଡୋଜ ଟିକା ନେଇ ସାରିଛନ୍ତି। ସେହିପରି ୧ ଲକ୍ଷ ଗର୍ଭବତୀଙ୍କ ଟିକାକରଣ କରାଯାଇଛି। ୨୮ ଲକ୍ଷ ୫୪ ହଜାର କୋଭିସିଲ୍ଡ ଟିକା ମହଜୁଦ ରହିଛି।
୪ ଲକ୍ଷ ୫୪ ହଜାର କୋଭାକ୍ସିନ ଟିକା ମହଜୁଦ ରହିଥିବା ନେଇ ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ପ୍ରାଥମିକତା ଭିତ୍ତିରେ ଦ୍ବିତୀୟ ଡୋଜ ଦେବାକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଉଦ୍ଦେଶ୍ୟରେ ଜାରି ହୋଇଛି ନିର୍ଦ୍ଦେଶ। କେତେ ଶିକ୍ଷକ ଟିକା ନେବେ ସେ ନେଇ ଜିଲ୍ଲାକୁ ତଥ୍ୟ ମଗାଯାଇଛି। ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ। ଶିକ୍ଷକଙ୍କୁ ଟିକା ଦେବାକୁ ସ୍ବତନ୍ତ୍ର କେନ୍ଦ୍ର କରାଯାଇଛି। ଅଗଷ୍ଟ ୩୧ ମଙ୍ଗଳବାର ପର୍ଯ୍ୟନ୍ତ ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି। ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ହେଲେ ଦ୍ବିତୀୟ ଲହରରେ ଏହି ସଂଖ୍ୟା ୧୦ ପ୍ରତିଶତକୁ ବୃଦ୍ଧି ପାଇଛି।
Also Read: ରାଜ୍ୟରେ ତୃତୀୟ ଲହର ସଙ୍କେତ; ଦୈନିକ ସଂକ୍ରମଣର ସାଢେ ୧୩ ପ୍ରତିଶତ ନାବାଳକ, ବିସ୍ଫୋରଣ କରିପାରେ ପାର୍ବଣ
ରାଜ୍ୟରେ ଦିନକରେ ଆଉ ୬୩୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୬୭ ଏବଂ ୨୭୧ ସ୍ଥାନୀୟ ସଂକ୍ରମଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୩୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୦ ଜଣ ସଂକ୍ରମିତ ଅଛନ୍ତି।
ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କୋରୋନା। ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭୯୬୯କୁ ବୃଦ୍ଧି ପାଇଛି। କଟକରୁ ୨୨, ଅନୁଗୁଳରୁ ୧୧, ଜଗତସିଂହପୁରରୁ ୮, କେନ୍ଦ୍ରାପଡ଼ାରୁ ୬, ବାଲେଶ୍ବରରୁ ୫, ଢେଙ୍କାନାଳରେ ୪ ମୃତ୍ୟୁ ହୋଇଛି। ଭଦ୍ରକ ଓ ପୁରୀରୁ ୩, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କୋରୋନାରେ ପୁଣି ଏକ ଶିଶୁର ମୃତ୍ୟୁ। ମୃତ ଶିଶୁ କନ୍ୟା ଖୋର୍ଦ୍ଧା ଜିଲ୍ଲାର। ବୟସ ୨ ମାସ। ଏନେଇ ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Also Read: କୋରୋନା କଟକଣା ଭିତ୍ତିରେ ଖୋଲିବ ଧର୍ମାନୁଷ୍ଠାନ; ପାର୍ବଣ ସମୟରେ ଦର୍ଶନ ସୁବିଧା ଦେବା ଲାଗି ଦାବି
ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୭୫୦କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ୯ ଲକ୍ଷ ୯୨ ହଜାର ୪୭୩ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ୭୨୫୫ ଜଣ କୋଭିଡ୧୯ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି।