ଭୁବନେଶ୍ୱର: ଆଜି (ସୋମବାର) ଠାରୁ ରାଜ୍ୟରେ ପ୍ରାଥମିକ ସ୍କୁଲରେ ଅଫଲାଇନ୍ ପାଠପଢା ଆରମ୍ଭ ହେଉଛି। ପ୍ରଥମରୁ ଅଷ୍ଟମ ଯାଏଁ ସକାଳ ୧୦ରୁ ଦିନ ୧ଟା ଯାଏଁ କ୍ଳାସ ହେବ। ପ୍ରଥମ ଦିନରେ ୯.୩୦ରୁ ଛାତ୍ରଛାତ୍ରୀ ଆସିବେ। ପିଲାଙ୍କ ଦକ୍ଷତା ମାପିବା ପାଇଁ ମାର୍ଚ୍ଚ ୯ରୁ ୧୧ ପର୍ଯ୍ୟନ୍ତ ହେବ ବେସଲାଇନ ପରୀକ୍ଷା, ଯାହାକୁ ନେଇ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ସମସ୍ତେ ଉତ୍ସାହିତ ରହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସ୍କୁଲ ଖୋଲିବା ପରେ ଏଣିକି ପିଲାଙ୍କ ପାଠପଢା ଚିନ୍ତା ବଢିଯିବ। ବିଶେଷ କରି ସର୍ବାଧିକ ପ୍ରଭାବିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ଯାଉଛି। ପିଲାମାନଙ୍କର ଦୁଇ ବର୍ଷ ଧରି କ୍ଲାସ ପ୍ରମୋସନ ହୋଇଛି, ତେଣୁ ଏକାଡେମିସିଆନ, ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କୁ ନେଇ ଓସେପା ପକ୍ଷରୁ ଏପ୍ରିଲ ମାସ ସୁଦ୍ଧା ଏକ ବୈଠକ ହେବ। ଏଥିରେ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଗଲା ଦୁଇ ବର୍ଷ ଧରି କ୍ଷତି ହୋଇଥିବା ପାଠକୁ ଭରଣା କରିବା ପାଇଁ ଏକ ସ୍ବତନ୍ତ୍ର ମେକାନିଜମ କରାଯିବା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ  କହିଛନ୍ତି। 


Also Read: ସୋମବାରଠୁ ସ୍କୁଲ ମାଟି ମାଡ଼ିବେ ପ୍ରାଥମିକ ପିଲା, ୧୦ ଦିନ ପରେ ହେବ ପରୀକ୍ଷା


ସେପଟେ ଚଳିତ ବୋର୍ଡ ପରୀକ୍ଷା ଗୁଡିକର ତାରିଖ ଘୋଷଣା ନେଇ ନିଷ୍ପତ୍ତି ଏଯାଏଁ ଝୁଲିଛି। ସୋମବାର ଠାରୁ ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲୁଛି। ତେବେ ପ୍ରଥମ ସପ୍ତାହରେ ପିଲାଙ୍କୁ ମାନସିକ ଚାପମୁକ୍ତି ପାଇଁ ବିଭିନ୍ନ ଆକ୍ଟିଭିଟି ବା କାର୍ଯ୍ୟକ୍ରମ କରାଯିବ। ସ୍କୁଲ ବନ୍ଦ ଥିବା ସମୟରେ ଘରେ କଣ କରୁଥିଲେ, ସମୟ କେମିତି କାଟୁଥିଲେ ଏ ସବୁ ଵିଷୟରେ ଷ୍ଟୋରୀ ଲେଖିବା ଓ କହିବା ଆଦି କାର୍ଯ୍ୟକ୍ରମ କରାଯିବ। ଏହାପରେ ପାଠପଢ଼ା ପ୍ରକ୍ରିୟା ଆରମ୍ଭ ହେବ।


ସେପଟେ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର ମୋଡ୍ ଏବଂ ତାରିଖ ଘୋଷଣା ନେଇ ଏବେ ବି ଅନିଶ୍ଚିତତା ଦେଖାଦେଇଛି। ମନ୍ତ୍ରୀଙ୍କ କହିବା କଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି। ସେମାନଙ୍କର ମତାମତ ସହ ବୋର୍ଡ ଏବଂ କାଉନସିଲର ମତାମତକୁ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହାପରେ ପରୀକ୍ଷା ନେଇ ନିଷ୍ପତ୍ତି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। 


Also Read: ପୁଣି ଥରେ ରୁପେଲି ପରଦାରେ ନଜର ଆସିବେ ଦିବଂଗତ ସଲିଲ ମିତ୍ର ଓ ମିହିର ଦାସ


ସେପଟେ ଦଶମ ଓ ଦ୍ଵାଦଶର ପରୀକ୍ଷା ଅଫଲାଇନରେ ହେବା ଉଚିତ୍ ବୋଲି ଉତ୍କଳ ଅଭିଭାବକ ସଂଘ କହିଛି। କିନ୍ତୁ ଯଥାଶୀଘ୍ର ତାରିଖ ଘୋଷଣା କରିବାକୁ ଦାବୀ କରିବା ସହ ପିଲାମାନେ ପରୀକ୍ଷାକୁ ନ ଡରି ପରୀକ୍ଷା ଦିଅନ୍ତୁ ବୋଲି ସଂଘ ସଭାପତି କହିଛନ୍ତି। ଏହାସହ ଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟା ଚାଲିଥିବା ବେଳେ ୧୧ ହଜାର ୨୦୦ ପଦବୀ ପାଇଁ ପରୀକ୍ଷା ଅଛି। ତେଣୁ ଖାଲି ଥିବା ଶିକ୍ଷକ ପଦବୀ ନିଶ୍ଚିତ ଭାବେ ପୂରଣ ହେବା ସହ ଅବସର ନେଉଥିବା ଶିକ୍ଷକଙ୍କ ପରେ ଯେମିତି ପାଠ ପଢ଼ାରେ ସମସ୍ୟା ନ ରହିବ ସେଥିପାଇଁ ବିଭାଗ ସଚେତନ ଥିବା ମନ୍ତ୍ରୀ କହିଛନ୍ତି।