ସୋମବାରଠୁ ସ୍କୁଲ ମାଟି ମାଡ଼ିବେ ପ୍ରାଥମିକ ପିଲା, ୧୦ ଦିନ ପରେ ହେବ ପରୀକ୍ଷା
Advertisement
Article Detail0/zeeodisha/odisha1109701

ସୋମବାରଠୁ ସ୍କୁଲ ମାଟି ମାଡ଼ିବେ ପ୍ରାଥମିକ ପିଲା, ୧୦ ଦିନ ପରେ ହେବ ପରୀକ୍ଷା

ଦୀର୍ଘ ଦୁଇ ବର୍ଷ ପରେ ବିଦ୍ୟାଳୟ ମାଟି ମାଡିବେ ପ୍ରଥମରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀ। ତେଣୁ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇବା ସହ ଅଭିଭାବକମାନଙ୍କ ମତାମତ ଓ ପରାମର୍ଶ ପାଇଁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଶନିବାର ରାଜ୍ୟବ୍ୟାପୀ ଶିକ୍ଷକ-ଅଭିଭାବକ ବୌଠକ ହୋଇଥିଲା। ସୋମବାରରୁ ସ୍କୁଲ ପୂର୍ଣ୍ଣ ସ୍ବାଭାବିକ ହେବାକୁ ଯାଉଛି।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ପୁଣି ଆରମ୍ଭ ହେବ କୋଳାହଳ, ରାତି ପାହିଲେ ଖୋଲିବ ପ୍ରାଥମିକ ବିଦ୍ୟାଳୟ। ପ୍ରଥମେ କୋରୋନା ପରେ ପଂଚାୟତ ନିର୍ବାଚନ ପାଇଁ ବିଦ୍ୟାଳୟ ଖୋଲିବା ତାରିଖ ଘୁଂଚିଚାଲିଥିଲା। ଶେଷରେ ଫେବୃଆରୀ ୨୮ ତାରିଖ ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ଯାଉଛି।

ଦୀର୍ଘ ଦୁଇ ବର୍ଷ ପରେ ବିଦ୍ୟାଳୟ ମାଟି ମାଡିବେ ପ୍ରଥମରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀ। ତେଣୁ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇବା ସହ ଅଭିଭାବକମାନଙ୍କ ମତାମତ ଓ ପରାମର୍ଶ ପାଇଁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଶନିବାର ରାଜ୍ୟବ୍ୟାପୀ ଶିକ୍ଷକ-ଅଭିଭାବକ ବୌଠକ ହୋଇଥିଲା। ସୋମବାରରୁ ସ୍କୁଲ ପୂର୍ଣ୍ଣ ସ୍ବାଭାବିକ ହେବାକୁ ଯାଉଛି। ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବା ସହ ପ୍ରାୟ ଦୁଇ ବର୍ଷ ପରେ ସ୍କୁଲ ମାଟି ମାଡିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ। ଯାହାକୁ ନେଇ ସ୍କୁଲ ଗୁଡିକ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।  

Also Read: ପଞ୍ଚାୟତ ଫଳ ୨୦୨୨: ଶଙ୍ଖନାଦରେ ହଜିଗଲେ 'ପଦ୍ମ' ଆଉ 'ହାତ' !

କୋରୋନା କାଳରେ ଦୁଇ ବର୍ଷ ହେବ ପିଲା ସ୍କୁଲ ଦେଖି ନାହାନ୍ତି। ପିଲାଙ୍କୁ ସତର୍କ ରହିବା ସହ ସ୍କୁଲ ଆସିଲେ କୋଭିଡ କଟକଣା କିଭଳି ମାନିବେ ସେ ନେଇ ସ୍କୁଲ କର୍ତ୍ତୃପକ୍ଷ  ସଚେତନ କରାଇଛନ୍ତି। ସମସ୍ତ ଅଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କୁ କୋଭିଡ କଟକଣାରେ ବିଦ୍ୟାଳୟ ଛାଡିବାକୁ ଅପିଲ୍ କରାଯାଇଛି। ତେବେ ପ୍ରଥମ ଦିନରେ ପିଲାଙ୍କୁ ଫୁଲ ଦେଇ ସ୍ୱାଗତ କରିବା ସହ ହସଖୁସି ଓ ଖେଳକୁଦ ପରିବେଶରେ କ୍ଳାସ ଆରମ୍ଭ କରିବାକୁ ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତୁତ ହୋଇଛନ୍ତି। 

ନିର୍ଦ୍ଦେଶ ମୁତାବକ ପ୍ରଥମରୁ ଅଷ୍ଟମ ଯାଏଁ ସକାଳ ୧୦ରୁ ଦିନ ୧ଟା ଯାଏଁ କ୍ଳାସ ହେବ। ପ୍ରଥମ ଦିନରେ ୯.୩୦ରୁ ଛାତ୍ରଛାତ୍ରୀ ଆସିବେ। ଦୁଇ ବର୍ଷ ହେବ ଅନଲାଇନ କ୍ଳାସ କରୁଥିଲେ ଏବେ ପୁଣି ଅଫଳାଇନ କ୍ଳାସକୁ ଫେରିବେ। ଯଦ୍ବାରା ପିଲାଙ୍କ ପାଇଁ ସୁବିଧା ହେବା ସହ ସହଜରେ ପାଠ ପଢିପାରିବେ ବୋଲି ଅଭିଭାବକ କହିଛନ୍ତି। ଏହାପରେ ସେମାନଙ୍କ ଦକ୍ଷତା ମାପିବା ପାଇଁ ମାର୍ଚ୍ଚ ୯ରୁ ୧୧ ପର୍ଯ୍ୟନ୍ତ ହେବ ବେସଲାଇନ ପରୀକ୍ଷା, ଯାହାକୁ ନେଇ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ସମସ୍ତେ ଉତ୍ସାହିତ ରହିଛନ୍ତି। 

Also Read: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର! ବନ୍ଦ ହେଇଯିବ କୋଭିଡ୍ ହସ୍ପିଟାଲ୍, କେୟାର ସେଣ୍ଟର

ସୂଚନାଯୋଗ୍ୟ, ପୂର୍ବରୁ ଦୁଇ ଦୁଇ ଥର ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲେ। ପ୍ରଥମେ କୋଭିଡର ତୃତୀୟ ଲହର ପରେ ପଂଚାୟତ ନିର୍ବାଚନ ହେତୁ ବନ୍ଦ ରହିଥିଲା। ଆଉ ଏବେ ପୁଣି ସ୍ବାଭାବିକ ହେବାକୁ ଯାଉଛି ପ୍ରାଥମିକ ବିଦ୍ୟାଳୟ, ଫଳରେ ବିଦ୍ୟାଳୟକୁ କୋଭିଡ କଟକଣା ଭିତରେ ପୂର୍ବାବସ୍ଥାକୁ ଫେରୁଛି।