ପୁଣି ଥରେ ରୁପେଲି ପରଦାରେ ନଜର ଆସିବେ ଦିବଂଗତ ସଲିଲ ମିତ୍ର ଓ ମିହିର ଦାସ
Advertisement

ପୁଣି ଥରେ ରୁପେଲି ପରଦାରେ ନଜର ଆସିବେ ଦିବଂଗତ ସଲିଲ ମିତ୍ର ଓ ମିହିର ଦାସ

ରଙ୍ଗାରଙ୍ଗ ପରିବେଶ ଭିତରେ 'ବିଶ୍ୱନାଥ'ର ଟ୍ରେଲର ରିଲିଜ ହୋଇଛି। ଏହି ଅବସରରେ ପ୍ରଯୋଜକ ଶଙ୍କର ଗୌଡ, ନିର୍ଦ୍ଦେଶକ ବବଲି କିରଣ, ଅଭିନେତା ରାଇମୋହନ ପରିଡା, ସମ୍ବିତ, ଅଭିନେତ୍ରୀ ସମ୍ଭାବନା ଓ କ୍ରିଏଟିଭ୍ ହେଡ୍ ପଣୟ ଜେଠୀଙ୍କ ସହ ଅନ୍ୟ କଳାକାର, ଟେକନିସିଆନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଫାଇଲ ଫଟୋ

ଭୁବନେଶ୍ୱର: ପୁଣି ଥରେ ରୁପେଲି ପରଦାରେ ନଜର ଆସିବେ ଦିବଂଗତ ସଲିଲ ମିତ୍ର ଓ ମିହିର ଦାସ। ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡିଆ ଫିଲ୍ମ 'ବିଶ୍ୱନାଥ'ର ଟ୍ରେଲର ରିଲିଜ ହୋଇଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଟ୍ରେଲରର ଲୋକାର୍ପଣ କରାଯାଇଛି। ଗତ ୨୪ ତାରିଖରେ ଏହି କାର୍ଯ୍ୟାକ୍ରମଟି ଆୟୋଜନ ହୋଇଥିଲା।

ରଙ୍ଗାରଙ୍ଗ ପରିବେଶ ଭିତରେ 'ବିଶ୍ୱନାଥ'ର ଟ୍ରେଲର ରିଲିଜ ହୋଇଛି। ଏହି ଅବସରରେ ପ୍ରଯୋଜକ ଶଙ୍କର ଗୌଡ, ନିର୍ଦ୍ଦେଶକ ବବଲି କିରଣ, ଅଭିନେତା ରାଇମୋହନ ପରିଡା, ସମ୍ବିତ, ଅଭିନେତ୍ରୀ ସମ୍ଭାବନା ଓ କ୍ରିଏଟିଭ୍ ହେଡ୍ ପଣୟ ଜେଠୀଙ୍କ ସହ ଅନ୍ୟ କଳାକାର, ଟେକନିସିଆନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। 'ବିଶ୍ୱନାଥ'ର ଟ୍ରେଲର ଦେଖି ଅତିଥି ଦର୍ଶକମାନେ ବେଶ ଉତ୍ସାହିତ ହୋଇଥିଲେ।

Also Read: ପୂଜାଙ୍କ ଏମିତି ଅଙ୍ଗରେ ଛୁଇଁଦେଲେ ସଲମାନ, ଯାହାକୁ ଦେଖି ରାଗିଗଲେ ପ୍ରଶଂସକ

'ବିଶ୍ୱନାଥ'ରେ ଦୁଇ ଜଣ ଦିବଂଗତ ଦିଗଜ କଳାକାରଙ୍କୁ ଦେଖିବାକୁ ମିଳିବ। ଶେଷ ଥର ପାଇଁ ରୁପେଲି ପରଦାରେ ସ୍ୱର୍ଗତ ମିହିର ଦାସ ଓ ସ୍ୱର୍ଗତ ସଲିଲ ମିତ୍ର ଏକତ୍ର ନଜର ଆସିବେ। ଦୁଇ ଷ୍ଟାର କଳାକାରଙ୍କ ବ୍ୟତୀତ ରାଇମୋହନ, ପୃଥ୍ୱୀରାଜ, ଚୌଧୂରୀ ବିକାଶ ଦାସ, ପ୍ରତିଭଆ ପଣ୍ଡା, ମନୀଷା ମିଶ୍ର, ନୂପୁର ଘୋଷ, ପିଣ୍ଟୁ ନନ୍ଦ, ଭବନୀ, ବିଶ୍ୱ, ପବନ ମଧ୍ୟ ସ୍କ୍ରୀନ ସେୟାର କରିବେ। ସେହିପରି ଆଇଟମ ସଙ୍ଗରେ ଅଭିନେତ୍ରୀ ଅନନ୍ୟାଙ୍କ ଜଲୱା ଦେଖିବାକୁ ମିଳିବ।

ମହୁରତ ଓ ସୁଟିଂଫ୍ଲୋରରେ ଥିବାବେଳେ ଚର୍ଚ୍ଚାରେ ଥିବା 'ବିଶ୍ୱନାଥ'ର ଟ୍ରେଲର ରିଲିଜ ହୋଇଛି। ମୁଖ୍ୟ ଭୂମିକାରେ ଅଭିନେତା ସମ୍ବିତ ଓ ତାଙ୍କ ବିପକ୍ଷରେ ସମ୍ଭାବନା ଅଛନ୍ତି।  'ବିଶ୍ୱନାଥ' ମାଧ୍ୟମରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ସଙ୍ଗୀତା ବଡ ପରଦାକୁ ଆସୁଛନ୍ତି। ଏଚଏମଟି ନିବେଦିତ ଏହି ଚଳଚ୍ଚିତ୍ରକୁ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର ପରିଚିତ ନିର୍ଦ୍ଦେଶକ ବବଲି କିରଣ ନିର୍ଦ୍ଦେଶନା ଦେଉଛନ୍ତି। ଏଥିରେ ରଜନୀ ରଞ୍ଜନ ସଂଳାପ ରଚନା କରିଛନ୍ତି। ଖୁବଶୀଘ୍ର ଫିଲ୍ମ ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।