ଭୁବନେଶ୍ୱର: ଶେଷରେ ପୂରଣ ହେଲା ସମସ୍ତଙ୍କ ମନସ୍କାମନା! ଫେବୃଆରୀ ୮ରୁ ରାଜ୍ୟରେ ହେବ ନବମ ଓ ଏକାଦଶ ଶ୍ରେଣୀ କ୍ଲାସରୁମ୍ ପାଠପଢା। ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ସାମନ ଦିନରୁ ପାଠପଢା ଆରମ୍ଭ ହେବ। ତେବେ ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ୧୦ ମାସ ପରେ ସ୍କୁଲ (School reopen) ପିଣ୍ଡା ମାଡିବେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର କ୍ଲାସରୁମ ପାଠପଢା (Class Room Study) ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ୮ରୁ ନବମ ଓ ଏକାଦଶ ଛାତ୍ରଛାତ୍ରୀ ସ୍କୁଲ ଯିବେ। ପୂର୍ବରୁ ଜାରି ହୋଇଥିବା କୋଭିଡ୍ କଟକଣା (Covid Guidline) ବାଧ୍ୟତାମୂଳକ ହେବ। କିନ୍ତୁ ଦଶମ ଓ ଦ୍ୱାଦଶ ପାଇଁ ଦିଆଯାଇଥିବା ଗାଇଡଲାଇନ ସମ୍ପୂର୍ଣ୍ଣ ଭାବେ ନବମ ଓ ଏକାଦଶରେ ଲାଗୁ ହେବ ନାହିଁ।


Also Read: କାଲିଠୁ ଅଙ୍ଗନବାଡ଼ି, ନବମ ଓ ଏକାଦଶ ପାଳି କେବେ ?


ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଗାଇଡଲାଇନ:


  • ଫେବୃଆରୀ ୮ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପାଠପଢା ହେବ।

  • ସପ୍ତାହକୁ ୬ ଦିନ ପାଠପଢା ହେବ, ପୂର୍ବଭଳି ରବିବାର ସ୍କୁଲ ଛୁଟି ରହିବ।

  • ବିନା ବ୍ରେକରେ ସକାଳ ୮ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ।

  • ଦିନକୁ ମାତ୍ର ୩ଟି ପରିୟଡ ରହିବ।

  • ଆଞ୍ଚଳିକ ପାଣିପାଗ (Regional climate) କୁ ଦେଖି ସ୍କୁଲ ସମୟ ପରିବର୍ତ୍ତନ କରାଯାଇପାରେ।

  • ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ୟୁନିଟ୍ ଟେଷ୍ଟ (Unit Test)।

  • ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା (Annual Exam)।

  • ଶିକ୍ଷକ ଅଭାବ ହେଲେ ସ୍ନାତକ ଡିଗ୍ରୀଧାରୀ ପ୍ରାଥମିକ ଶିକ୍ଷକ (Primary teacher)  ମାଧ୍ୟମିକ ସ୍କୁଲରେ ପଢାଇବେ।

  • ଅବସରପ୍ରାପ୍ତ ଓ ଅତିଥି ଶିକ୍ଷକଙ୍କୁ ବି ସୁଯୋଗ ମିଳିପାରେ।

  • ଜାନୁଆରୀ ୩ର ଗାଇଡଲାଇନ ଅନୁସାରେ ପିଲାଙ୍କ ହଷ୍ଟେଲ ରହଣୀ।


Also Read: ପୋଷ୍ୟ ସ୍କୁଲ ମୋହରା, କେତେ ଦୂର ହେବ ବିକାଶ ? 


ଅନ୍ୟପଟେ ନବମ ଓ ଏକାଦଶ କ୍ଲାସରୁମ ପାଠପଢା ପାଇଁ ଦଶମ ଓ ଦ୍ୱାଦଶଙ୍କ ସମୟ ସାରଣୀରେ ସାମାନ୍ୟ ପରିବର୍ତନ କରାଯାଇଛି। 


  • ଏଣିକି ୧୧ଟାରୁ ଅପରାହ୍ଣ ୪ଟା ଯାଏଁ କ୍ଲାସ ଚାଲିବ। 

  • ୭ଟି ପରିୟଡ ପାଠାପଢା ହେବ।

  • ଅପରାହ୍ଣ ଗୋଟେ ୩୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ଣ ଭୋଜନ ବ୍ରେକ। 

  • ଦ୍ୱିତୀୟ ପର୍ଯ୍ୟାୟ କ୍ଲାସ ଆରମ୍ଭର ୩୦ ମିନିଟ ପୂର୍ବରୁ ଶିକ୍ଷକମାନେ ସ୍କୁଲରେ ପହଞ୍ଚିବେ।

  • ପ୍ରଥମ ପର୍ଯ୍ୟାୟ ବା ସକାଳେ ଆସିଥିବା ଶିକ୍ଷକ ଦିନ ଗୋଟାଏ ଯାଏଁ ସ୍କୁଲରେ ରହିପାରିବେ। 

  • ପରବର୍ତ୍ତି ସିଲାବସ ଅନୁସାରେ ପିଲାଙ୍କ ରୁଟିନ ଓ ଲେସନ୍ ସ୍କିମ୍ ତିଆରି ହେବ।


ସେହିପରି ଫେବୃଆରୀ ୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ (+2 form fillup) ଆରମ୍ଭ ହେବ। ୧୨ ଯାଏଁ ଏକ୍ସ-ରେଗୁଲାର, ୧୨ରୁ ୨୪ ରେଗୁଲାର ଓ ଶେଷରେ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ। ଫର୍ମ ପୂରଣ ଦେୟ ୫୨୦ ଟଙ୍କା ରଖାଯାଇଛି।