କାଲିଠୁ ଅଙ୍ଗନବାଡ଼ି, ନବମ ଓ ଏକାଦଶ ପାଳି କେବେ ?
Advertisement

କାଲିଠୁ ଅଙ୍ଗନବାଡ଼ି, ନବମ ଓ ଏକାଦଶ ପାଳି କେବେ ?

କେନ୍ଦ୍ରରେ ବିଶୋଧନ ପ୍ରକ୍ରିୟା ସହ ସଫେଇ କାର୍ଯ୍ୟ କରାଯାଇଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ସେପଟେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରେ ନବମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ଦାବୀ ଜୋର ଧରିଛି।

କାଲିଠୁ ଅଙ୍ଗନବାଡ଼ି, ନବମ ଓ ଏକାଦଶ ପାଳି କେବେ ?

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ଦୀର୍ଘ ୧୦ ମାସ ପରେ ଆସନ୍ତାକାଲି ଠାରୁ ରାଜ୍ୟରେ ଖୋଲିବାକୁ ଯାଉଛି ଅଙ୍ଗନବାଡି କେନ୍ଦ୍ର। ଫେବୃଆରୀ କୋଭିଡ ଗାଇଡଲାଇନରେ ରାଜ୍ୟ ସରକାର ଅନୁମତି ଦେବା ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କେନ୍ଦ୍ରରେ ବିଶୋଧନ ପ୍ରକ୍ରିୟା ସହ ସଫେଇ କାର୍ଯ୍ୟ କରାଯାଇଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ସେପଟେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରେ ନବମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ଦାବୀ ଜୋର ଧରିଛି।

ଗତ ମାର୍ଚ୍ଚ ମାସରୁ ବନ୍ଦ ପଡିଥିବା ଅଙ୍ଗନବାଡି କେନ୍ଦ୍ର (Anganwadi Center) ଫେବୃଆରି ୧ ତାରିଖରୁ ଖୋଲିବାକୁ ଯାଉଛି। ରାଜ୍ୟ ସରକାର (Odisha Govt) ଙ୍କ ଏହି ଅନୁମତି ପରେ ଆରମ୍ଭ ହୋଇଛି ପ୍ରସ୍ତୁତି। ତେବେ କେବଳ କଣ୍ଟେନମେଣ୍ଟ ଜୋନ୍ (Contenment Zone) ବାହାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଖୋଲିବାକୁ ଅନୁମତି ଥିବା ବେଳେ ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ମାସକରେ ୨୫ ଦିନ ଏବଂ ଦିନକୁ ୨ ଘଣ୍ଟା ସକାଳ ୯ଟାରୁ ୧୧ ଟା ପର୍ଯ୍ୟନ୍ତ ଅଙ୍ଗନବାଡି ଖୋଲିବ। 

Also Read: ପୋଷ୍ୟ ସ୍କୁଲ ମୋହରା, କେତେ ଦୂର ହେବ ବିକାଶ ?

 

ଏହାପୂର୍ବରୁ ସମସ୍ତ କେନ୍ଦ୍ରକୁ ବିଶୋଧନ କରାଯିବା ସହ ମାର୍ଗଦର୍ଶିକା (Corona Guideline) ଅନୁଯାୟୀ ଭିତ୍ତିଭୂମି ସଜଡାଯାଇଛି। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାରେ ପିଲାଙ୍କୁ ବସାଇବା ସହ ଯେଉଁଠି ପର୍ଯ୍ୟାପ୍ତ ସ୍ଥାନ ନାହିଁ ସେଠାରେ ଦୁଇଟି ସିଫ୍ଟ କରାଯିବ। ପିଲାଙ୍କୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ‘ଆଜି ମୋ ଜନମ ଦିନ’ ଗୀତ ବୋଲି ହାତ ଧୋଇବାକୁ ଉତ୍ସାହିତ କରାଯିବ। ସେମାନଙ୍କୁ ପୁଷ୍ଚିକର ଖାଦ୍ୟ ମଧ୍ୟ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ (Tukuni Sahu)  କହିଛନ୍ତି।

ସେପଟେ ରାଜ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରେ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ଦାବୀ ଉଠିଛି। କୋଭିଡ ଗାଇଡଲାଇନ ଅନୁଯାୟୀ ଗତ ୮ ତାରିଖରୁ ରବିବାର ଛୁଟି ଦିନ ସମେତ ୧୦୦ ଦିନିଆ କଣ୍ଟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠପଢା ଜାରି ରହିଛି। ଏବେ ନବମରୁ ଦ୍ବାଦଶ ପର୍ଯ୍ୟନ୍ତ ସମସ୍ତ କ୍ଲାସ ପାଇଁ ଶ୍ରେଣୀଗୃହ ପାଠପଢା ଆରମ୍ଭ କରିବା ଲାଗି ଫେବୃଆରି ଗାଇଡଲାଇନରେ ସରକାର ଅନୁମତି ଦେଇ ଗଣଶିକ୍ଷା ବିଭାଗ ଉପରେ ନିଷ୍ପତ୍ତି ଛାଡିଛନ୍ତି। ଯାହାକୁ ନେଇ ଅଭିଭାବକ ଓ ଶିକ୍ଷାବିତ୍ ପ୍ରମୁଖ ସ୍ୱାଗତ କରିବା ସହ ତୁରନ୍ତ ବିଭାଗ ପକ୍ଷରୁ କଟକଣା ଯୁକ୍ତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି।

Also Read: ଭୁବନେଶ୍ୱରରେ ଦେଶର ପ୍ରଥମ ଆଇନଜୀବୀ ପ୍ରଶିକ୍ଷଣ ସଂସ୍ଥାନ

ତେବେ ଅଙ୍ଗନବାଡି ଖୋଲିବା ପରେ ଯେଉଁଠି ବନ୍ଦ ରହିବ ସେଠାରେ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ କରାଯିବ। ଶିଶୁମାନଙ୍କ ଦକ୍ଷତା ବିକାଶ କରିବା ସହ ଅଭିଭାବକମାନଙ୍କ ଜରିଆରେ ପାଠପଢା ହେବ ବୋଲି କୁହାଯାଇଛି। ସେପଟେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଗଣଶିକ୍ଷା ବିଭାଗର ନିଷ୍ପତ୍ତିକୁ ଅପେକ୍ଷା ରହିଛି।