ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର:  ଡିସେମ୍ବର ଓ ଜାନୁଆରୀ ପରେ ଏବେ ଫେବୃୟାରୀ ମାସ ଉପରେ ପଶ୍ଚିମାଝଡର ଆଖି । ୨୪ ଘଣ୍ଟାରେ ଅର୍ଦ୍ଧାଧିକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନ ଉତ୍ତର-ଦକ୍ଷିଣ ନିମ୍ନ ଚାପରେଖା ଦକ୍ଷିଣ ପଶ୍ଚିମ ବିହାର ରୁ ଛତିଶଗଡ ଏବଂ ବିଦର୍ଭ ମଧ୍ୟ ଦେଇ ତେଲେଙ୍ଗାନା ଯାଏଁ  ସମୁଦ୍ର ପତ୍ତନ ଠାରୁ ଦେଢ କିଲୋମିଟର ଯାଏଁ ବାୟୁମଣ୍ଡଳରେ ସକ୍ରିୟ ରହିଛି । 


COMMERCIAL BREAK
SCROLL TO CONTINUE READING

ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୪ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ଖୋର୍ଦ୍ଧା ଓ ପୁରୀରେ ଘଡଘଡି ବର୍ଷା ଏବଂ କେଉଁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଓ ଢେଙ୍କାନାଳରେ କୂଆପଥର ବୃଷ୍ଟି ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 


Also Read: ଜାଣିଲେ ହେବେ ଆଶ୍ଚର୍ଯ୍ୟ; କିଏ ସବୁଠାରୁ କୋଟିପତି, ମୋଦି ନା ଯୋଗୀ ? 


ଏହାପରେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବା ସହ ୪୮ ଘଣ୍ଟା ମଧ୍ୟରେ ହାଲୁକା କୁହୁଡି ସମ୍ଭାବନା ରହିଛି । ସେହିପରି ଆସନ୍ତା ୩ ଦିନ ମଧ୍ୟରେ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବା ନେଇ କେନ୍ଦ୍ର ଆକଳନ କରିଛି । ସେପଟେ ୬ ଫେବୃଆରୀରେ ପୁଣି ଏକ ପଶ୍ଚିମାଝଡ ପ୍ରଭାବିତ କରିବାର ସମ୍ଭାବନା ଥିବା ବେଳେ ୮ ତାରିଖରୁ ଅନ୍ୟ ଏକ ପଶ୍ଚିମା ଝଡ ଭାରତର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ତେଣୁ ଫେବୃୟାରୀ ମାସ (February Month) ରେ ବର୍ଷାର ଲୁଚକାଳି ଖେଳ ଜାରି ରହିବ ।