ନିର୍ବାଚନ ପୂର୍ବରୁ ନାମାଙ୍କନ ଭରିବା ବେଳେ ଯେଉଁ ଫଲକନାମା ବା ସମ୍ପତ୍ତି ତାଲିକା ଦିଆଯାଏ ସେଥିରେ ସମ୍ପତ୍ତି ସହ ପୁରୁଣା ଦସ୍ତାବିଜ୍ ଓ କ୍ରାଇମ ରେକର୍ଡର ସୂଚନା ମଧ୍ୟ ଦିଆଯାଇଥାଏ।
Trending Photos
ନୂଆଦିଲ୍ଲୀ: ଯେଉଁଠାରେ ଗୋଟେପଟେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି ସେହିପରି ଏବେ ସବୁ ଦଳ ନିଜ ନିଜ ରଣ ପ୍ରସ୍ତୁତ କରିଛନ୍ତି। କିଏ ନିର୍ବାଚନରେ ବାଜି ମାରିବ ତାହା ତ ନିର୍ବାଚନ ଫଳାଫଳ ବାହାରିବା ପରେ ଜଣାପଡ଼ିବ। ଆଉ ସେହି କ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁରରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦି ଯୋଗୀଙ୍କ କାମକୁ ବହୁତ ପସନ୍ଦ କରୁଥିବା ମଧ୍ୟ ଚର୍ଚ୍ଚା ହୁଏ।
କିନ୍ତୁ କେବେ ଭାବିଛନ୍ତି ଏହି ଦୁହିଁଙ୍କ ମଧ୍ୟରେ ସବୁଠାରୁ ଧନବାନ ବା କୋଟିପତି କିଏ। ନିର୍ବାଚନ ପୂର୍ବରୁ ନାମାଙ୍କନ ଭରିବା ବେଳେ ଯେଉଁ ଫଲକନାମା ବା ସମ୍ପତ୍ତି ତାଲିକା ଦିଆଯାଏ ସେଥିରେ ସମ୍ପତ୍ତି ସହ ପୁରୁଣା ଦସ୍ତାବିଜ୍ ଓ କ୍ରାଇମ ରେକର୍ଡର ସୂଚନା ମଧ୍ୟ ଦିଆଯାଇଥାଏ। ଏହି କାରଣରୁ ପ୍ରାର୍ଥୀଙ୍କ ପାଖରେ କେତେ ସମ୍ପତ୍ତି ରହିଛି ସେସବୁ ତାଲିକାର ଖୁଲାସା ହୋଇଥାଏ। ତେବେ ଲୋକଙ୍କ ମନରେ ଏ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (Yogi Adityanath) ଓ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ସବୁଠାରୁ କୋଟିପତି କିଏ?
୨୦୧୭ ମସିହାରେ ପ୍ରକାଶ ପାଇଥିବା ଯୋଗୀ (Yogi Adityanath) ଙ୍କ ସମ୍ପତ୍ତି ତାଲିକା...
ପିଏମ ମୋଦି (Pm Narendra Modi) ଙ୍କ ସମ୍ପତ୍ତି ତାଲିକା