Odisha Weather Update: ରାଜ୍ୟରେ ଗତ କିଛି ଦିନ ହେଲା ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ଏକ ଖୁସିର ଖବର ଦେଇଛି। ଜାଡ଼ରୁ କିଛିଟା ମାତ୍ରାରେ ଏବେ ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିବ। ହେଲେ ଆଜିଠାରୁ ରାଜ୍ୟରେ ଶୀତ କମିବ। ୩ ଦିନରେ ପାଖାପାଖି ୩ରୁ ୪ ଡିଗ୍ରୀ ଯାଏ ପାରଦ ଉପରମୁହାଁ ହୋଇରହିବ। ଫଳରେ ରାଜ୍ୟ ପ୍ରବଳ ଜାଡ଼ରୁ ମୁକ୍ତି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସୋମବାର ଦିନ ସେମିଳିଗୁଡ଼ାଠା‌ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୭ଡିଗ୍ରି ରେକର୍ଡ ହୋଇଛି। ଏଥିସହ ୧୪ସହରର ତାପମାତ୍ରା ୧୦ଡିଗ୍ରି ତଳକୁ ରହିଥିଲା। 


COMMERCIAL BREAK
SCROLL TO CONTINUE READING

ତେବେ ଆସନ୍ତା ତିନିଦିନ ରାଜ୍ୟରେ ରାତି ତାପମାତ୍ରା ଉପରମୁହାଁ ରହିବ ଯାହାଫଳରେ ଶୀତ ପ୍ରକୋପ କମିବ । ଜାଡ଼ ରୁ ରକ୍ଷା ପାଇବ ରାଜ୍ୟର କିଛିସ୍ଥାନ। ଯଦି ଗତକାଲି ର ତାପମାତ୍ରା ଦେଖିବା କନ୍ଧମାଳର(Kandhamal) ଦାରିଙ୍ଗବାଡି ଓ ସୁନ୍ଦରଗଡ଼ କୋଇଡାରେ ତୁଷାରପାତ ହୋଇଥିଲା । ସିମିଳିଗୁଡାରେ ତାପମାତ୍ରା ୩.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କିରେଇରେ ୪.୩, ଫୁଲବାଣୀ ୪.୯, ଜି. ଉଦୟଗିରି ୫.୦, କୋରପାୁଟ ୬. ୫, ସୁନ୍ଦରଗଡ଼ ୭.୦, ଭବାନୀପାଟଣା ୭.୫, ଦାରିଙ୍ଗବାଡ଼ି ୭.୫, ଢେଙ୍କାନାଳ ୭.୫, ଝାରସୁଗୁଡା ୭.୮, କେଉଁଝର ୮.୪, ବଲାଙ୍ଗୀର ୮.୮, ସୋନପୁର ୯.୧, ଓ ମହିସାପଟରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। 


ତେବେ ଆଜିଠାରୁ ଶୀତର ପ୍ରକୋପ କମିବ। ଶୀତ ପ୍ରକୋପ କମିବା ସହ କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମଧ୍ୟ ମିଳିବ। ସେପଟେ ଆଜି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ନିର୍ମଳ ଓ ପାଗ ଖରାଟିଆ ରହିଥିଲା । ଦିନରେ ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ୧୩ ଡିଗ୍ରି ରହିଥିଲା।


Also Read: Nisha Maharana: ଥାନାକୁ ଘୋଷରା ହେବେ ଓଡ଼ିଶାର ସନ୍ନି ଲିଓନି ! ଜାଣନ୍ତୁ କାରଣ


Also Read: Shocking: ହକି ଷ୍ଟାଡିୟମକୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲେ ମହିଳା ଗୃହରକ୍ଷୀ