Shocking: ହକି ଷ୍ଟାଡିୟମକୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲେ ମହିଳା ଗୃହରକ୍ଷୀ
Advertisement
Article Detail0/zeeodisha/odisha1522433

Shocking: ହକି ଷ୍ଟାଡିୟମକୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲେ ମହିଳା ଗୃହରକ୍ଷୀ


Road accident: ଜୋହାନୀ ତଳେ ପଡ଼ିଯିବା ପରେ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ବିଷୟରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଟ୍ରକକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି।

Shocking: ହକି ଷ୍ଟାଡିୟମକୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲେ ମହିଳା ଗୃହରକ୍ଷୀ

Shocking: ରାଜ୍ୟରେ ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା। ପ୍ରତ୍ୟେକ ଦିନ ଦୁର୍ଘଟଣା ଜନିତ ଖବର ସହ ଜୀବନହାନି ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଆଜି ରାଉରକେଲାରୁ ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହକି ଷ୍ଟାଡିୟମକୁ ଡିୟୁଟି କରିବାକୁ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ମହିଳା ଗୃହରକ୍ଷୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାଉରକେଲା ବନ୍ଧମୁଣ୍ଡାର ଜୋହାନୀ ତିର୍କୀ। ଘଟଣାସ୍ଥଳରେ ଉଦିତନଗର ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ଡ୍ରାଇଭରକୁ ମଧ୍ୟ ଅଟକ ରଖିଛି। ମହିଳା ଗୃହରକ୍ଷୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ପୋଲିସ ।

ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ନିଜର ଡିୟୁଟି କରିବାକୁ ସ୍କୁଟିରେ ରାଉରକେଲା ଯାଉଥିଲେ ଜୋହାନୀ। ସକାଳ ସମୟ ପ୍ରାୟ ସାତଟାରେ ହନୁମାନ ବାଟିକା ଛକରେ ପଛରୁ ଦ୍ରୁତଗତିରେ ଆସୁଥିବା ଟ୍ରକ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଏଠାରେ ଜୋହାନୀ ତଳେ ପଡ଼ିଯିବା ପରେ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜୋହାନୀ ତୀର୍କୀଙ୍କର ଆଜି ହକି ହକି ଷ୍ଟାଡିୟମର ୬ ନଂ ଟିକେଟ କାଉଣ୍ଟରରେ ଡିୟୁଟି ଥିଲା। ତେବେ ତାଙ୍କର ଏମିତି ଆକସ୍ମିକ ଭାବେ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ବର୍ଗ । ମୃତ୍ୟୁ ଖବର ପାଇବା ମାତ୍ରେ ସାରା ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। 

ସେହିପରି ଗତକାଲି ଅର୍ଥାତ ସୋମବାର ମୟୂରଭଞ୍ଜ ଜିଲ୍ଲା (Mayurbhanj District) ର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) ଘଟିଥିଲା । ଜିଲ୍ଲାର ବାଙ୍କିସୋଲ ଚକ୍ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ଯୁବ ବ୍ୟକ୍ତି ପ୍ରାଣ ହରାଇଥିଲେ। ସୂଚନା ମୁତାବକ ଏହି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତେ ହେଉଛନ୍ତି ସମ୍ପର୍କରେ ଭାଇ । ଏହା ବ୍ୟତୀତ ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ସୁଲିପଡା ପୋଲିସ ସୀମା ଅନ୍ତର୍ଗତ ବଦନାତାନା ଗାଁର କାଲିପଦା ନାୟକ (୨୫), ଦିଲୀପ ନାୟକ (୨୩), ଚୈତନ୍ୟ ନାୟକ (୨୦) ବୋଲି ଜଣାପଡିଛି ।

ପ୍ରତିଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧା ବଢାଇ ଦେଇଛି। ସୁରକ୍ଷା କ୍ଷେତ୍ରରେ କଠୋରତା ଅବଲମ୍ବନ କଲେ ମଧ୍ୟ ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ଦ୍ରୁତ ଗତିରେ ବଢିଚାଲିଛି। 

Also Read: Puri Bus Fire: ରୋଷେଇ ହେଲା କାଳ, ପର୍ଯ୍ୟଟକ ବସରେ ଲାଗିଗଲା ନିଆଁ

Also Read:  Mission Shakti: ମିଶନ ଶକ୍ତି ଗ୍ରୁପକୁ ନୂଆବର୍ଷ ଗିଫ୍ଟ ଦେଲେ ମୁଖ୍ୟମନ୍ତ୍ରୀ!