ଆଜି ୯ ଜିଲ୍ଲାରେ ବର୍ଷା ସମ୍ଭାବନା, ବଢିବ ରାତିର ତାପମାତ୍ରା
ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ଵବର୍ତ୍ତୀ ରୟାଲସୀମାରୁ ଉପକୂଳ ଆନ୍ଧ୍ର ପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡିଶା ଯାଏଁ ସମୁଦ୍ର ପତ୍ତନ ଠାରୁ ଦେଢ଼ କିମି ଉପରେ ସକ୍ରିୟ ଥିବା ଏକ ନିମ୍ନ ଚାପ ରେଖା ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିଛି।
ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ଜାରି ରହିବା ସହ ଶୀତ କମିବ। ରାଜ୍ୟରେ ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ କୋହଲା ପାଗ ଲାଗିରହିବ। ଏହାସହ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ରବିବାରଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ ଆକଳନ କରିଛି। ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ଵବର୍ତ୍ତୀ ରୟାଲସୀମାରୁ ଉପକୂଳ ଆନ୍ଧ୍ର ପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡିଶା ଯାଏଁ ସମୁଦ୍ର ପତ୍ତନ ଠାରୁ ଦେଢ଼ କିମି ଉପରେ ସକ୍ରିୟ ଥିବା ଏକ ନିମ୍ନ ଚାପ ରେଖା ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିଛି।
Also Read: ମୋହରା ସାଜିଲେ ମହିଳା; ସ୍ୱାବାଲମ୍ବୀ ନାଁରେ ଦେଢ଼ କୋଟି ଟଙ୍କା ଠକେଇ
ରବିବାର ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝିପ୍ ଝିପ୍ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆସନ୍ତା ୪ ଦିନ ଯାଏଁ ଶୀତର ବିଶେଷ ସମ୍ଭାବନା ନଥିବା ସହ ୨ ରୁ ୩ ଡ଼ିଗ୍ରୀ ଯାଏଁ ରାତି ତାପମାତ୍ରା ବଢିବା ନେଇ ଆକଳନ କରାଯାଇଛି।