ମୋହରା ସାଜିଲେ ମହିଳା; ସ୍ୱାବାଲମ୍ବୀ ନାଁରେ ଦେଢ଼ କୋଟି ଟଙ୍କା ଠକେଇ
Advertisement
Article Detail0/zeeodisha/odisha1031894

ମୋହରା ସାଜିଲେ ମହିଳା; ସ୍ୱାବାଲମ୍ବୀ ନାଁରେ ଦେଢ଼ କୋଟି ଟଙ୍କା ଠକେଇ

ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଭୁବନେଶ୍ୱରରୁ ଆସିଥିବା କିଛି ଲୋକ ନିଜକୁ ପ୍ରାଥମିକ ବୁଣାକାର ସମବାୟ ସମିତିର ପରିଚାଳନା ପରିଷଦର ଅଧିକାରୀ କହି ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକ ଗ୍ରୁପ୍‌ ଠାରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି।

ମୋହରା ସାଜିଲା ମହିଳା; ସ୍ୱାବାଲମ୍ବୀ ନାଁରେ ଦେଢ଼ କୋଟି ଟଙ୍କା ଠକେଇ

କନ୍ଧମାଳ: ମହିଳାଙ୍କୁ ଶଶକ୍ତି କରିବା ଆଶାରେ ସରକାରଙ୍କ ବିଭିନ୍ନ ଉଦ୍ୟମ ଜାରିରହିଛି। ଆଉ ଖାସ ଏଇଥିପାଇଁଗାଁ ଗାଁରେ ଏବେ ମାଳ ମାଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ଉଠିଛି। ହେଲେ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମୋହରା କରି ଲୁଟ କରିବା ଆଶାରେ କିଛି ଠକଙ୍କ ମଧ୍ୟ ପାଦୃଭାଵ ବଢ଼ିଛି। ଆଉ ବିଭିନ୍ନ ପ୍ରଲୋଭନ ସହ ଆଳ ଦେଖାଇ ମହିଳାଙ୍କ ଠାରୁ ଟଙ୍କା ଠକି ନେଉଛନ୍ତି। ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଠି ଆଦିବାସୀ ମହିଳାମାନେ ଠକଙ୍କ ପ୍ରଲୋଭନର ଶିକାର ହୋଇ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି।

ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଭୁବନେଶ୍ୱରରୁ ଆସିଥିବା କିଛି ଲୋକ ନିଜକୁ ପ୍ରାଥମିକ ବୁଣାକାର ସମବାୟ ସମିତିର ପରିଚାଳନା ପରିଷଦର ଅଧିକାରୀ କହି ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକ ଗ୍ରୁପ୍‌ ଠାରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି। ମହିଳାଙ୍କୁ ବୁଣାକାର ସମବାୟ ସମିତିରେ ନିଯୁକ୍ତି ସହ ବିଭିନ୍ନ ସହାୟତା ଯୋଗାଇଦେବେ କହି ଏହିସବୁ ଟଙ୍କା ଠକି ନେଇଛନ୍ତି। ଯେଉଁଠି ନିଯୁକ୍ତି ପରେ ମହିଳାଙ୍କ ପିଛା ମାସିକ ଦରମା ୧୧ ହଜାର ସହ ନୂଆ ସ୍କୁଟି, ଶାଢ଼ୀ ଓ ମୋବାଇଲ ଆଦି ଦେବା ନେଇ ପ୍ରଲୋଭନ ଦେଖେଇଥିଲେ। 

Also Read: ମୋବାଇଲ ଟାୱାରରେ ଝୁଲିଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ, ଦୁନିଆଠୁ ବିଚ୍ଛିନ୍ନ ମହାଲିକପଡା ପଞ୍ଚାୟତ

ଗୋଟିଏ ଗୋଟିଏ ଗ୍ରୁପର ସଭାପତି ଓ ସମ୍ପାଦକଙ୍କ ଠାରୁ ଗ୍ରୁପ ଗଠନ ପାଇଁ ୧୦୦୦ ଟଙ୍କା, ବାଇକର ଇନ୍ସ୍ୟୁରାନ୍ସ ବାବଦକୁ ୧୫ ହଜାର ଟଙ୍କା, ସାର୍ଟିଫିକେଟ ପ୍ରଦାନ ପାଇଁ ୯ ହଜାର ୬ ଶହ ଟଙ୍କା ଓ ପାସବୁକ୍‌ ଖୋଲିବା ପାଇଁ ୧୫ ଶହ ଟଙ୍କା ସମବାୟ ସମିତି ନେଇଛି। ଆଉ ଏହା ବଦଳରେ ମହିଳାଙ୍କୁ କାମ ଦେବା ନାଁରେ ସୂତାରେ ଗଣ୍ଠି ପକାଇବାକୁ କାମ ଦେଇଥିଲେ। ଯେଉଁ ଗ୍ରୁପ ଯେତେ ସୂତାରେ ଗଣ୍ଠି ପକାଇବ ସେ ଅନୁଯାଇ ଟଙ୍କା ଦିଆଯିବ। ଆଉ ଏଥିପାଇଁ କିଛି ମହିଳାଙ୍କୁ ପ୍ରଥମେ ପ୍ରଥମେ ମାସିକ ଟଙ୍କା ମଧ୍ୟ ଦିଆଯାଇଥିଲା। ତେବେ ଧୀରେ ଧୀରେ ମହିଳାଙ୍କୁ ଏଭଳି ପ୍ରଲୋଭନ ଦେଖାଇ ଗୋଟିଏ ପରେ ଗୋଟିଏ ମହିଳା ଗ୍ରୁପକୁ ଠକ ନିଜ ଫାସରେ ପକାଇ ଥିଲା। 

fallback

ତେବେ ମହିଳାଙ୍କ ଠାରୁ ଯେଉଁସବୁ ଟଙ୍କା ଠକି ନେଇଛନ୍ତି, ତାହାର କିଛି ପ୍ରମାଣ ମହିଳାମାନେ ରଖିନାହାନ୍ତି। କେବଳ ମହିଳାଙ୍କୁ ଗୋଟିଏ ଗୋଟିଏ ସାର୍ଟିଫିକେଟ ଦିଆଯାଇଛି। ଯାହାର କି କୌଣସି ମୂଲ୍ୟ ନାହିଁ। କେବଳ ବୁଣାକାର ନାଁରେ ଜାଲ ସାର୍ଟିଫିକେଟ ଦିଆଯାଇଛି। ଆଉ କିଛି ମହିଳାଙ୍କୁ ମୋବାଇଲ ମଧ୍ୟ ଯୋଗାଇ ଦିଆଯାଇଛି। ଠକ ମହିଳାଙ୍କୁ ଏଭଳି ପ୍ରଲୋଭିତ କରିଛନ୍ତି। ଯେ ମହିଳାମାନେ ନିଜେ ମୋହରା ସାଜି ଭୁବନେଶ୍ୱର ଯାଇ ହାତାହାତୀ ନଗଦ ସବୁ ଟଙ୍କା ପର୍ଯ୍ୟାୟ ଅନୁଯାୟୀ ଠକଙ୍କୁ ଦେଇଛନ୍ତି। ହେଲେ ଏବେ ସେମାନେ କୌଣସି ଧରା ଛୁଆ ଦେଉନଥିବା ବେଳେ ଠକାମୀର ଶୀକାର ହୋଇଥିବା ମହିଳାମାନେ ନ୍ୟାୟ ପାଇବା ପାଇଁ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ସହ ଟଙ୍କା ଠକି ନେଇଥିବା ଠକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Also Read: ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଫସଲ ବୀମା, ଭୋଟ ବର୍ଜନ କରିବେ ଚାଷୀ

ଦାରିଙ୍ଗବାଡ଼ି ପୋଲିସ ଏନେଇ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ହେଲେ କେବଳ ଯେ ଦାରିଙ୍ଗବାଡି ବ୍ଲକରେ ମହିଳାମାନେ ଠକାମୀର ଶିକାର ହୋଇଛନ୍ତି, ତାହା ନୁହଁ। କନ୍ଧମାଳ ଜିଲ୍ଲାରେ ଏବେ ଗୋଟିଏ ପରେ ଗୋଟିଏ ବ୍ଲକକୁ ଠକଙ୍କ ଚେର ଲମ୍ଭିବାରେ ଲାଗିଛି। ଆଉ ସବୁଠି ମହିଳାଙ୍କୁ ପ୍ରଲୋଭନ ଦେଖାଇ ଠକ ଟଙ୍କା ଠକିବାରେ ଲାଗିଛି। ହେଲେ ପୋଲିସର ରାଡ଼ାରରେ ଏମାନେ କେବେ ପଡ଼ିବେ ତାହାହିଁ ଦେଖିବାକୁ ବାକି ରହିଲା।

fallback