ଭୁବନେଶ୍ୱର: ଫେରିବ ଶୀତ, ଆରମ୍ଭ ହେବ ଜାଡ। କୁହୁଡି ସାଙ୍ଗକୁ ପ୍ରବଳ ଜାଡରେ ଅସ୍ତବ୍ୟସ୍ତ ହେବ ଜନଜୀବନ। ଏବେ ଓଡ଼ିଶା ଉପରେ କୌଣସି ପାଣିପାଗର ପ୍ରଭାବ ନାହିଁ। ସେଥିପାଇଁ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଫଳରେ ବାୟୁମଣ୍ଡଳରୁ ଜଳୀୟବାଷ୍ପ ପରିମାଣ କମିବା ସହ ଉତ୍ତର ଦିଗରୁ ଥଣ୍ଡା ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତ୍ରୀର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମିଥିବା ବେଳେ ଶୀତର ପ୍ରକୋପ ବଢିବା ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖ ଠାରୁ ମଧ୍ୟ ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା ଆହୁରି କମିବ। ବିଶେଷ କରି ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପାମାତ୍ରା କମିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। 


Also Read: ଠିକାଦାରଙ୍କ ପ୍ରେମରେ ପଡିଛି ପୂର୍ତ୍ତବିଭାଗ! ପାଞ୍ଚ ବର୍ଷ ହେଲା ସରୁନି ରାସ୍ତା କାମ, ଲୋକେ ହନ୍ତସନ


 


ଗତ ୪୮ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳ ଭାବରେ ବଲାଙ୍ଗିର ଠାରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାହାଡିଆ ଅଞ୍ଚଳ ଭାବରେ ଦାରିଙ୍ଗବାଡିରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ବରରେ ୨.୧ ଡିଗ୍ରୀ ତାପମାତ୍ରା କମିଛି। ତେବେ ଡିସେମ୍ବର ତୃତୀୟ ସପ୍ତାହରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହାଡଭଙ୍ଗା ଶୀତ ଅନୁଭୁତ ହେବ ବୋଲି ଆକଳନ କରାଯାଇଛି।