ଠିକାଦାରଙ୍କ ପ୍ରେମରେ ପଡିଛି ପୂର୍ତ୍ତବିଭାଗ! ପାଞ୍ଚ ବର୍ଷ ହେଲା ସରୁନି ରାସ୍ତା କାମ, ଲୋକେ ହନ୍ତସନ୍ତ
Advertisement
Article Detail0/zeeodisha/odisha1045833

ଠିକାଦାରଙ୍କ ପ୍ରେମରେ ପଡିଛି ପୂର୍ତ୍ତବିଭାଗ! ପାଞ୍ଚ ବର୍ଷ ହେଲା ସରୁନି ରାସ୍ତା କାମ, ଲୋକେ ହନ୍ତସନ୍ତ

ରଣ୍ଡିବା ଠାରୁ ରାମଗିରିକୁ ପ୍ରଥମ ପର୍ଯ୍ୟାୟରେ ୫ କିମି ରାସ୍ତାକୁ ପାଞ୍ଚବର୍ଷ ତଳେ ପ୍ରସସ୍ଥିକରଣ ଓ ଉନ୍ନତିକରଣ କାମ ଆରମ୍ଭ କରାଯାଇଥି୍ଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ ଅଧିକାଂଶ ସ୍ଥାନରେ ପିଚୁ ଉଠି ଧୋଇଗଲାଣି।

ଠାକାଦାରଙ୍କ ପ୍ରେମରେ ପଡିଛି ପୂର୍ତ୍ତବିଭାଗ! ପାଞ୍ଚ ବର୍ଷ ହେଲା ସରୁନି ରାସ୍ତା କାମ, ଲୋକେ ହନ୍ତସନ୍ତ

ଗଜପତି: ରାସ୍ତା ପାଲଟିଛି ମରଣଯନ୍ତା। ବାରମ୍ବାର ଦୁର୍ଘଟଣା ପରେ ବି ଚେତୁନି ପ୍ରଶାସନ। ପୂର୍ତ୍ତବିଭାଗର ଖାମଖିଆଲି ଓ ଠିକାଦାରପ୍ରିତିରେ କାମଚଳା ନୀତି ଯୋଗୁଁ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତାକାମ ସଂପୂର୍ଣ୍ଣ ହେଇପାରୁନି। ରାମଗିରି ଦେଇ ଯାଇଥିବା ୧୩ କିମି ରାସ୍ତା ଗଜପତି ଜିଲ୍ଲାର ଲାଇଫ ଲାଇନ ହୋଇଥିବା ବେଳେ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ରାସ୍ତା କାମ ସଂପୁର୍ଣ୍ଣ ପାଇଁ ବାରମ୍ବାର ଅଞ୍ଚଳବାସୀ ପ୍ରତିବାଦ ଓ ଆନ୍ଦୋଳନ କରିଆସୁଥିଲେ ମଧ୍ୟ ଫଳ ଶୂନ। ଯାହାକୁ ନେଇ ଦିନ ପ୍ରତିଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ସେପଟେ ପୂର୍ତ୍ତବିଭାଗର ଅଧିକାରୀ ଠିକାଦାରକୁ ଦୋଷ ଲଦୀ ଚୁପ ବସିଛନ୍ତି।

ରାମଗିରି ରାସ୍ତା ଗଜପତି ଜିଲ୍ଲା ମୋହନା ଠାରୁ ପାରଳାଖେମୁଣ୍ଡିକୁ ସଂଯୋଗ କରୁଛି। ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟକ ଗାଡି ଚଳାଚଳ କରୁଥିବା ବେଳେ ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠି ଖାଲଖମାରେ ପରିପୂର୍ଣ୍ଣ ହୋଇରହିଛି। ଛେଳିଗଡ ଠାରୁ ରାମଗିରି ମାତ୍ର ୧୩ କିମି ରାସ୍ତାର ପୁନଃଉଦ୍ଧାର କାମ ପୂର୍ତ୍ତବିଭାଗ  ଅଧିନରେ ରହିଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳାରୁ ଏହାର ମରାମତି ହେବା ତ ଦୂରର କଥା ସାତ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଅତି ଦୟନୀୟ ପରିସ୍ଥିତି ଦେଇ ଗତି କରୁଛି। ଖରାପ ରାସ୍ତା ଯୋଗୁଁ ରଣ୍ଡିବା ଓ ରାଜପୁର ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ଅନେକଙ୍କ ଧନଜୀବନ ନଷ୍ଟ ହେଉଛି। 

Also Read: ଧନଦାତ୍ରୀଙ୍କ ଧାନବେଣୀ; ପ୍ରତିଯୋଗିତାରେ ବଞ୍ଚିଛି ପରମ୍ପରା

ରଣ୍ଡିବା ଠାରୁ ରାମଗିରିକୁ ପ୍ରଥମ ପର୍ଯ୍ୟାୟରେ ୫ କିମି ରାସ୍ତାକୁ ପାଞ୍ଚବର୍ଷ ତଳେ ପ୍ରସସ୍ଥିକରଣ ଓ ଉନ୍ନତିକରଣ କାମ ଆରମ୍ଭ କରାଯାଇଥି୍ଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ ଅଧିକାଂଶ ସ୍ଥାନରେ ପିଚୁ ଉଠି ଧୋଇଗଲାଣି। ରାସ୍ତା ମଧ୍ୟରେ ମୁକୁଳା ହୋଇ ପଡିରହିଥିବା ଅର୍ଦ୍ଧନିର୍ମିତ କଲଭେର୍ଟ ମଧ୍ୟ ଭାଙ୍ଗିଯାଇଛି। ଯାହାଫଳରେ ସଂପୂର୍ଣ୍ଣ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ସରକାର ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାକାମ ସାରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

fallback

ଆର ଉଦୟଗିରି ପୂର୍ତ୍ତବିଭାଗ ପକ୍ଷରୁ ଛେଳିଗଡ ଠାରୁ ରାମଗିରି ରାସ୍ତାକୁ ଉନ୍ନତିକରଣ ଓ ପ୍ରସସ୍ଥିକରଣ ପାଇଁ ୨୦୧୭ ମସିହାରେ ଟେଣ୍ଟର ପ୍ରକାଶ ପାଇଥିଲା। ଭୁବନେଶ୍ବରର ପ୍ରମୋଦ କୁମାର ସାହୁ ସୁପରକ୍ଲାସ କଣ୍ଟ୍ରାକ୍ଟର ୯, ୪୦,୦୦,୦୦୦ (ନଅ କୋଟି ଚାଳିସି ଲକ୍ଷ) ଟଙ୍କାରେ ଏହି କାମକୁ ଟେଣ୍ଡର ନେଇଥିଲେ। କାମଟି ୦୪.୧୧.୨୦୧୭ରୁ ଆରମ୍ଭ ହୋଇ ଡିସେମ୍ବର ୨୦୧୮ ମସିହାରେ ସଂପୂର୍ଣ୍ଣ କରିବାର ପ୍ରକ୍ରିୟା ରହିଥିଲା। କିନ୍ତୁ ସେହି ସମୟ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହେଲା ନାହିଁ। ଆଉ ପ୍ରଶାସନ ପକ୍ଷରୁ ଠିକାଦାରଙ୍କୁ ଅନକମ୍ପା ଦେଖାଇ କାର୍ଯ୍ୟ ଆବଧି ନିର୍ଦ୍ଧାରିତ ସମୟର ଦୁଇ ପରେ ଅର୍ଥାତ ୩୧.୦୩.୨୦୨୦ ସୁଦ୍ଧା ସମାପ୍ତି କରିବାକୁ ପୂର୍ତ୍ତବିଭାଗ ପକ୍ଷରୁ ସୁଯୋଗ ଦିଆଯାଇଥିଲା। 

Also Read: ଗୋବର ବିଦ୍ୟା! କଅଁଳ କଢ଼ଙ୍କ ଖତରେ ଫୁଟୁଛି ସରଗୀଫୁଲ

୪ ବର୍ଷ ସମୟ ପାଇବା ପରେ ମଧ୍ୟ ସଂପୃକ୍ତ ଠିକାଦାର ନିମ୍ନମାନ ସହ ଅଧପନ୍ଥାରିଆ ଭାବେ ରାସ୍ତା କାମ କରି ବନ୍ଦ କରିଦେଇଛନ୍ତି। ଏନେଇ ଆର ଉଦୟଗିରି ପୂର୍ତ୍ତବିଭାଗର ସହକାରୀ ନିର୍ବହୀ ଯନ୍ତ୍ରୀ ମନମହୋନ ମହାରଣା ନିଜ ଦାୟିତ୍ୱକୁ ଭୁଲି ଯାଇ ଠିକାଦାର ଉପରେ ସମସ୍ତ ଦୋଷ ଲଦି ଦେଇଛନ୍ତି। ସେ କହିଛନ୍ତି ଯେ, ଉକ୍ତ ଠିକାଦାରଙ୍କ ବିଲ କରାଯାଇଛି, ଠିକାଦାର ଜାଣିଶୁଣି କାମ କରୁନଥିବା ହେତୁ ଠିକାଦାର ହିଁ ସଂପୂର୍ଣ୍ଣ ଦାୟି। ସେପଟେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଚରମ ଅବହେଳାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନୀ ଘଟୁଛି। ସରକାର କା ମାଲ ଦରିଆ ମେ ଡାଲ ଭଳି ପ୍ରତିତ ହେଉଥିବା ପୁର୍ତ୍ତବିଭାଗର ଏହି କାମ ରାଜ୍ୟ ସରକାରଙ୍କ ବିକାଶକୁ ଉପହାସ କରୁଛି।

fallback