ଚନ୍ଦନ ପାଇକରାୟ, ଭୁବନେଶ୍ୱର: ରାଜ୍ୟରେ ଲାଗୁ ହୋଇଛି ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିସହ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଭିଟାମିନ ଯୁକ୍ତ ଚାଉଣ ଯୋଗାଇବାକୁ କରିଛନ୍ତି ଘୋଷଣା । ଯାହାକୁ ନେଇ ଜନତା ଖୁସିବ୍ୟକ୍ତ କରିଥିବା ବେଳେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ପୁଣିଥରେ ହାଇଯାକ କରିଥିବା କହି କରିଛନ୍ତି ସମାଲୋଚନା । ଜବାବରେ ଶାସକ ଦଳ ନବୀନଙ୍କୁ ବିକାଶ ପୁରୁଷ କହି ବିକାଶିତ ଓଡ଼ିଶାର ରଖିଛନ୍ତି ଉଦାହରଣ । 


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ଲାଗୁ ହେଲା ୱାନ୍ ନେସନ୍ ୱାନ୍ ରାସନ୍ (One Nation-One Ration Card) କାର୍ଡ ବା ଗୋଟିଏ ଦେଶ, ଗୋଟିଏ ରାସନ୍ ବ୍ୟବସ୍ଥା । ଯାହା ଦ୍ୱାରା ଏଣିକି ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏ ସୁବିଧା ପାଇବେ । ଏହା ମଧ୍ୟରେ ମାଲକାନଗିରି (Malkangiri) ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ ଆରମ୍ଭ ହୋଇଛି । ଏହି ଚାଉଳରେ ଭିଟାମିନ ବି-୧୨ ଓ ଫୋଲିକ୍ ଏସିଡ୍ ରହିଛି ।  


Also Read: କୋରୋନା-ଡେଙ୍ଗୁ ମୁକବିଲା ପାଇଁ ଅଣ୍ଟାଭିଡ଼ିଲା BMC; ସହଯୋଗ କରିବେ ବିଦ୍ୟାଳୟ ଛାତ୍ରଛାତ୍ରୀ


ଯାହା ଗରିବ ଶ୍ରେଣୀ ମହିଳା ଓ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବହୁତ ସହାୟକ ହେବ ବୋଲି ରାଜ୍ୟ ସରକାର କହିଛନ୍ତି। ମାତ୍ର ବିରୋଧୀ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗରେ ନବୀନ ସରକାରଙ୍କୁ ଘେରିଛନ୍ତି । ଦୁଇଟି ଯାକ ଯୋଜନା କେନ୍ଦ୍ର ସରକାରଙ୍କର । ମାତ୍ର ରାଜ୍ୟ ସରକାର (Odisha Government) ତାହାକୁ ନିଜର କହି ରାଜ୍ୟବାସୀଙ୍କୁ ପୁଣି ଭୂଆଁ ବୁଲାଉଛନ୍ତି । ସେପଟେ ଶାସକ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ବିରୋଧୀଙ୍କୁ ରାଜ୍ୟ ବିକାଶର ପାଠ ପଢ଼ାଇଛି । 


Also Read: ଜାଣନ୍ତୁ ବେସାହାରା ଓ ଭିକ୍ଷୁକ ମାନେ ଭ୍ୟାକସିନ ନେବେ କେମିତି ? ଜାରି ହେଲା ଆକ୍ସନ Plan


ଜବାବରେ ଦଳ କହିଛି, ରାଜ୍ୟର ବିକାଶ ନକ୍ସା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଛନ୍ତି। ତେଣୁ ନବୀନ (Naveen Patnaik) ଙ୍କ ବିନା ରାଜ୍ୟରେ ବିକାଶ ଅସମ୍ଭବ। ସେମିତି କେନ୍ଦ୍ରର କୌଣସି ଯୋଜନା, ରାଜ୍ୟର ବିନା ସହଯୋଗରେ ସଫଳତା ହାସଲ କରିପାରିବନି । ତେଣୁ ଏପରି ହାଇଯାକ୍ ଶବ୍ଦ ଅମୂଳକ। ତେବେ ଗୋଟିଏ ଦେଶ ଗୋଟିଏ ରାସନ ଯୋଜନାରେ ରାଜ୍ୟର ୯୩ ଲକ୍ଷ ପରିବାର । ଅର୍ଥାତ୍ ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ୨୦୦୮ରେ ରାଜ୍ୟ ସରକାର ୨ ଟଙ୍କିଆ ଚାଉଳ ଓ ପରେ ୨୦୧୩ରୁ ଟଙ୍କିକିଆ ଚାଉଳ ନିରନ୍ତର ଭାବେ ଯୋଗାଇ ଆସୁଛନ୍ତି ।