କୋରୋନା-ଡେଙ୍ଗୁ ମୁକବିଲା ପାଇଁ ଅଣ୍ଟାଭିଡ଼ିଲା BMC; ସହଯୋଗ କରିବେ ବିଦ୍ୟାଳୟ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha953938

କୋରୋନା-ଡେଙ୍ଗୁ ମୁକବିଲା ପାଇଁ ଅଣ୍ଟାଭିଡ଼ିଲା BMC; ସହଯୋଗ କରିବେ ବିଦ୍ୟାଳୟ ଛାତ୍ରଛାତ୍ରୀ

ସେପଟେ ସହରରେ ଡେଙ୍ଗୁ ସ୍ଥିତି ଉଦବେଗଜନକ ରହିଥିବା କାରଣରୁ ଏନେଇ ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ପିଲାଙ୍କୁ ଜଣେ ଜଣେ ସଚେତନତାର ବର୍ତ୍ତାବହ ସାଜିବାକୁ ପରାମର୍ଶ ଦିଆଯାଇଛି।

 କୋରୋନା-ଡେଙ୍ଗୁ ମୁକବିଲା ପାଇଁ ଅଣ୍ଟାଭିଡ଼ିଲା BMC; ସହଯୋଗ କରିବେ ବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟରେ କୋଭିଡ୧୯ ସହ ଡେଙ୍ଗୁ ସଚେତନତା। କୋରୋନା କଟକଣା ଭିତରେ ରାଜ୍ୟରେ ଉଭୟ ଦଶମ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଗତ ୨୬ ତାରିଖରୁ ବିଦ୍ୟାଳୟ ଖୋଲିଛି। କୋଭିଡ୧୯ ମାର୍ଗଦର୍ଶିକା କିପରି ପାଳନ ହେଉଛି ସେନେଇ ବିଏମସି ନର୍ଥ ଜୋନ ପକ୍ଷରୁ ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ ରାଜଧାନୀରେ ଅବସ୍ଥିତ ବିଦ୍ୟାଳୟରେ ଏହାର ଯାଞ୍ଚ କରିଛି। ମୁଖ୍ୟତଃ ସାନିଟାଇଜର ବ୍ୟବହାର, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଭଳି ନିର୍ଦ୍ଦେଶନାମା ପାଳନ ହେଉଛି ନା ନାହିଁ ତାହାର ଯାଞ୍ଚ କରିଛି। 

ସେପଟେ ସହରରେ ଡେଙ୍ଗୁ (Dengue) ସ୍ଥିତି ଉଦବେଗଜନକ ରହିଥିବା କାରଣରୁ ଏନେଇ ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ପିଲାଙ୍କୁ ଜଣେ ଜଣେ ସଚେତନତାର ବର୍ତ୍ତାବାହ ସାଜିବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟରେ ଦିଆଗଲା କୋରୋନା ସହ ଡେଙ୍ଗୁ ସଚେତନତା ବାର୍ତ୍ତା। କୋଭିଡ୧୯ କଟକଣା ଭିତରେ ରାଜ୍ୟରେ ଶ୍ରେଣୀଗୃହ ପାଠପଠା ଆରମ୍ଭ ହୋଇଛି। ସେପଟେ କୋରୋନା ସଂକଟ (Corona Crisis) ମଧ୍ୟରେ ଅଣାୟତ୍ତ କରୁଛି ଡେଙ୍ଗୁ। 

Also Read: ଡେଙ୍ଗୁ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ଆୟୋଜିତ

ଏହାକୁ ନଜରରେ ରଖି ବିଦ୍ୟାଳୟ ଉପରେ ନଜର ରଖିଛି ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି (BMC)। ବିଦ୍ୟାଳୟ ଛାତ୍ରଛାତ୍ରୀ କୋରୋନା ଟିକା (Covid19 Vaccine) ନେଇନଥିବାରୁ ସେମାନଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜଧାନୀରେ ଅବସ୍ଥିତ ବିଦ୍ୟାଳୟରେ କୋଭିଡ୧୯ ମାର୍ଗଦର୍ଶିକା (Covid19 Guidelines) କିପରି ପାଳନ ହେଉଛି ତାହାର ଯାଞ୍ଚ କରିଛି ବିଏମସି। ବାଣୀବିହାର ଓ ସପ୍ତମ ବାଟାଲିୟନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କୋଭିଡ଼ ନିୟମ ବାବଦରେ ଆଲୋଚନା କରିଛି ବିଏମସି।  

Also Read: Dengue Alert: ମୁକାବିଲା ପାଇଁ ଅଣ୍ଟାଭିଡ଼ିଲା BMC

ସାନିଟାଇଜର ବ୍ୟବହାର କରିବା, ନିଜେ ପାଣି ବୋତଲ ଆଣିବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଯାଇଛି। ବିଦ୍ୟାଳୟ ସମୟ ସରିବା ପରେ ବାହାରେ ମାସ୍କ ପିନ୍ଧୁନଥିବେ ଲୋକଙ୍କୁ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେବାକୁ କୁହାଯାଇଛି। ଖାଲି ସେତିକି ନୁହେଁ ଡେଙ୍ଗୁ ପ୍ରତିକାର ପାଇଁ ନିଜ ଘର ଚାରିପଟେ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। 

Also Read: ଆସନ୍ତାକାଲି ଠାରୁ SOP ଆଧାରରେ ଖୋଲିବ School; ପ୍ରସ୍ତୁତି ଶେଷ

ସେପଟେ ସବୁ ବିଦ୍ୟାଳୟରେ ଜରୁରୀକାଳୀନ ସଙ୍ଗରୋଧ କକ୍ଷର (Emergency Isolation Room) ମଧ୍ୟ ବ୍ୟବସ୍ଥା ରହିଛି। ପାଠ ପଢ଼ାଇବା ବ୍ୟତୀତ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ (School Authority)। ଯଦି କାହା ପାଖେ କୋରାନା ଲକ୍ଷଣ (Corona Symptoms) ଦେଖା ଦିଏ ତାହେଲେ ତୁରନ୍ତ ଖବର ଦେବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି। ସେହିପରି ଡେଙ୍ଗୁ ମୁକାବିଲା ପାଇଁ ଶ୍ରେଣୀଗୃହକୁ ପରିଷ୍କାର କରିବା ସହ ଶୌଚାଳୟ ସହ ବିଦ୍ୟାଳୟ ପରିବେଶକୁ ସ୍ବଚ୍ଛ ରଖିବାକୁ ପରାମର୍ଶ ଦିଆଯାଇଛି। 

Also Read: ଖୋଲିଲା ବିଦ୍ୟାଳୟ; ଆରମ୍ଭ ହେଲା ଶ୍ରେଣୀଗୃହ ପାଠ ପଢା

ଏନେଇ ପ୍ରସ୍ତୁତ ରହିଥିବା କହିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀ ଟୀକା ନେଇ ନାହାଁନ୍ତି। ବିଦ୍ୟାଳୟକୁ ଆସିବା ପରେ ଉତ୍ତମ ପରିବେଶ ଭିତରେ ପାଠ ପଢାପାଇଁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଆଗକୁ କୋରୋନା ମହାମାରୀର ତୃତୀୟ ଲହର (Corona Third Wave) ଆସିବାର ସମ୍ଭାବନା ରହିଥିବା ବେଳେ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି।