ଭୁବନେଶ୍ବର: ସତ ହେଲା ଆକଳନ। ଘନୀଭୂତ ହେଲା ଲଘୁଚାପ। ପାଣିପାଗ ବିଭାର ପୂର୍ବ ଆକଳନ ମୁତାବକ ଶନିବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଠାରେ ଘନୀଭୂତ ହୋଇଛି ଏକ ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ତାରିଖରେ ବାତ୍ୟା ରୂପ ଧାରଣ କରିବ। ଏହା ପରେ ଆହୁରି ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇ ୨୬ ତାରିଖ ବୁଧବାର ସନ୍ଧ୍ୟା ସୁଦ୍ଧା ଉତ୍ତର ଓଡିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ମଧ୍ୟରେ ଛୁଇଁବାର ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ସାମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD) ପକ୍ଷରୁ କରାଯାଉଥିବା ଗୋଟିଏ ପରେ ଗୋଟିଏ ଆକଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିକୁ ଆହୁରି ମଜବୁତ କରାଯାଉଛି।


Also Read: ମହାମାରୀରେ ମହାବିପତ୍ତି; ଆସୁଛି 'Yaas'


ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଗତକାଲି ବଙ୍ଗୋପ ସାଗର (Bay of Bengal) ଠାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମେ ୨୨ ତାରିଖ ଶନିବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର (East-Central Bay of Bengal) ଅଞ୍ଚଳରେ ଏକ ଲଘୁଚାପ ବଳୟ (Low Pressure Area) ସୃଷ୍ଟି କରିଛି। ଯାହା ଉକ୍ତ ସ୍ଥାନରେ ୨୩ ତାରିଖରେ ଅବପାତରେ (Depression) ପରିଣତ ହେବ।


ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖରେ ଏକ ସାମୁଦ୍ରିକ ଝଡ (Storm) ଅର୍ଥାତ ବାତ୍ୟା (Cyclone) ରୂପ ନେବା ପରେ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ (Severe Cyclone) ପରିଣତ ହେବ। ଏହା ପରେ ଆହୁରି ଶକ୍ତିଶାଳୀ ହୋଇ ସମାନ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଓଡିଶା (Northern Odisha), ପଶ୍ଚିମବଙ୍ଗ (West Bengal), ବାଂଲାଦେଶ (Bangladesh) ଉପକୂଳରେ ସ୍ଥଳଭାଗ (Landfall) ଛୁଇଁବା ନେଇ ଆକଳନ କରିଛି ବିଭାଗ। 


Also Read: Yaas Alert: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି


ଏହାର ପ୍ରଭାବରେ ୨୫ ତାରିଖ ମଙ୍ଗଳବାର ଉତ୍ତର ଓଡିଶା ସମେତ ଉପକୂଳବର୍ତ୍ତୀ (Coastal Odisha) ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning), ୨୬ ତାରିଖ ବୁଧବାର ଏବଂ ୨୭ ତାରିଖ ଶନିବାର ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ସହ ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 


ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କ ହୋଇଉଠିଛନ୍ତି ରାଜ୍ୟ ସରକାର। ଶନିବାର ସକାଳ ମଧ୍ୟରେ ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜୀବୀ ଉପକୂଳକୁ ଫେରିଆସିଛନ୍ତି। ଚାଷୀ ମାନଙ୍କ ଲାଗି ମଧ୍ୟ କୃଷି ବିଭାଗ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଇଛି। ଆଶ୍ରୟସ୍ଥଳ ସମେତ ଉଦ୍ଧାର କାର୍ଯ୍ୟ ଏବଂ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ପରିଚାଳନା କରିବା ପାଇଁ ପ୍ରସ୍ତୁତି କରାଯାଇଛି। ସେହିପରି ଅକ୍ସିଜେନ ଉତ୍ପାଦନ ସହ ଯୋଗାଣ ପ୍ରକ୍ରିୟା ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। 


Also Raad: ଆଣ୍ଡାମାନ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ; ବାତ୍ୟାକୁ ନେଇ ସତର୍କତା ଜାରି


ସମସ୍ତ କୋଭିଡ ହସ୍ପିଟାଲ, କୋଭିଡ କେୟାର କେନ୍ଦ୍ର ସମେତ ଡାକ୍ତରଖାନାରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳ ସହ ଡାକ୍ତର, ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ରଖିବା ଲାଗି ବ୍ୟବସ୍ଥା ହୋଇଛି। ଆସନ୍ନ ପ୍ରସବା ଗର୍ଭବତୀଙ୍କୁ ଆଗୁଆ ହସ୍ପିଟାଲ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ଦିଆଯିବା ସହ ରାପିଡ ରେସପନ୍ସ ଟିମ୍ ମାଧ୍ୟମରେ ପ୍ରାରମ୍ଭିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। 


Also Read: ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ


ଏହା ସହ ୧୭ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF) ଟିମ୍, ୨୦ ବାଟାଲିୟନ ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ-ଓଡ୍ରାଫ୍ (Odisha Disaster Rapid Action Force-ODRAF) ସମେତ ୧୫୦ ଅଗ୍ନିଶମ ବିଭାଗ (Fire Brigade Department) ଟିମ୍କୁ ନିୟୋଜିତ କରି ଆସନ୍ତା ରବିବାର ଠାରୁ ବିଭିନ୍ନ ଜିଲ୍ଲାକୁ ପଠାଯିବ। ବନ ବିଭାଗ ପକ୍ଷରୁ ଗଛ କଟାଳୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ଟେଲିକମ୍ ବିଭାଗ ପକ୍ଷରୁ ସର୍ବନିମ୍ନ କ୍ଷତିକୁ ଦୃଷ୍ଟିରେ ରଖାଯାଇଛି। ସେପଟେ ସମୁଦ୍ର ଅଶାନ୍ତ ହେତୁ ଆସନ୍ତା ୨୩ ତାରିଖ ରବିବାର ଠାରୁ ୨୭ ତାରିଖ ଗୁରୁବାର ପର୍ଯ୍ୟନ୍ତ ସମୁଦ୍ରରେ ପ୍ରବେଶ କରିବା ଲାଗି ବାରଣ କରାଯାଇଛି।