ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
Advertisement
Article Detail0/zeeodisha/odisha905368

ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ଏହି ସାମୁଦ୍ରିକ ଝଡ଼ ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାନ୍ତ ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି।  

ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: ରାଜ୍ୟର ଉପକୂଳବାସୀଙ୍କ ଲାଗି ପୁଣି ଥରେ ଚିନ୍ତା ବଢାଇଦେଲାଣି ଆଉ ଏକ ସାମୁଦ୍ରିକ ଝଡ଼। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀବଳୟ ଶନିବାର ସୁଦ୍ଧା ଲଘୁଚାପରେ ପରିଣତ ହେବା ପରେ ଧିରେ ଧିରେ ବାତ୍ଯାର ରୂପର ନେବ। ଆସନ୍ତା ୨୬ ତାରିଖ ବୁଧବାର ବେଳକୁ ଏହି ବାତ୍ୟା ବଳ ଗୋଟାଇ ସ୍ଥଳଭାଗ ଛୁଇଁବ। 

ଯଦିଓ ଏହି ସାମୁଦ୍ରିକ ଝଡ଼ ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାନ୍ତରେ (West Bengal-Bangladesh Border) ଅବସ୍ଥିତ ସୁନ୍ଦରବନ (Sunderban) ଠାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି ହେଲେ ଏନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଜାରି ହୋଇନାହିଁ। ହେଲେ ସାମ୍ଭାବ୍ୟ ବାତ୍ୟାର ପ୍ରକୋପକୁ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା (Coastal District) ପାଇଁ ସତର୍କତା ଜାରି କରିଛନ୍ତି ଓଡି଼ଶା ସରକାର (Odisha Govt)। 

Also Read: ଆଣ୍ଡାମାନ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ; ବାତ୍ୟାକୁ ନେଇ ସତର୍କତା ଜାରି

ବଙ୍ଗୋପ ସାଗର (Bay of Bengal) ଅଞ୍ଚରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ର ପ୍ରକୋପକୁ ନଜରରେ ରଖି ଗୋପାଳପୁର ବନ୍ଦର ଲାଗି ୟେଲୋ ୱାର୍ଣ୍ଣିଂ (Yellow Warning for Gopalpur Port) ଜାରିହୋଇଛି। ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରିହୋଇଛି। କୋରୋନା ଭଳି ମହାମାରୀ ସମୟରେ ଏଭଳି ଆଉ ଏକ ମହାବିପତ୍ତିକୁ କିଭଳି ମୁକାବିଲା କରିବେ ସେ ନେଇ ସମସ୍ତଙ୍କ ମନରେ ଛନକା ପଶିଛି। 

ମହାମାରୀକୁ ଭେଦକରି ମାଡି ଆସୁଛି ଆଉ ଏକ ମହାବିପତ୍ତି। ଉପକୂଳ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଛାତି ଥରାଇଲାଣି ସାମୁଦ୍ରିକ ଝଡ "ୟାସ" (Cyclone Yass)। ମୁଣ୍ଡରେ ହାତଦେଇ ବସିଛନ୍ତି ଉପକୂଳିଆ ଅଞ୍ଚଳର ଲୋକ। ମାଛ ଧରା କାର୍ଯ୍ୟରେ ବ୍ୟବହୃତ ହେଉଥିବା ଡଙ୍ଗା (Fishing Boat) ଜାଲକୁ (Net) ସୁରକ୍ଷା ଦେବା ଲାଗି ଏବେ ଠାରୁ ଆରମ୍ଭ ହୋଇଗଲାଣି ପ୍ରୟାସ। ଗୋପାଳପୁର ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। 

Also Read: Yaas Alert: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି

ସାମ୍ଭାବ୍ୟ ବାତ୍ଯାକୁ ନଜରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ରକୁ ମାଛ ମାରିବାକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଥିବା ବେଳେ କୂଳରେ ଅଟକି ରହିଛି ଶହ ଶହ ଡଙ୍ଗା। ସେପଟେ ଜୀବିକା ହରାଇ ହାତରେ ହାତ ବାନ୍ଧି ବସିଛନ୍ତି ସେମାନେ। ବାରମ୍ବାର ପ୍ରକୃତିର ତାଣ୍ଡବ ସହ ସମ୍ମୁଖୀନ ହୋଇ ଦେହ ସୁଆ ହୋଇ ପଡିଥିବା ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଏବେ ଘାରିଛି ପେଟ ପାଟଣା ଚିନ୍ତା। କୋରୋନା କଟକଣା ଜୀବିକା ଉପରେ ବେଶ ପ୍ରଭାବ ପକାଇଥିବା ବେଳେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସରକାରୀ ସହାୟତା ହିଁ ଏକ ମାତ୍ର ଭରସା ବୋଲି କହିଛନ୍ତି ମତ୍ସ୍ୟଜୀବୀ।

ସେପଟେ ସମ୍ଭାବ୍ୟ ବାତ୍ଯାକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ (Ganjam Dist Admin)। ଫାଇଲିନ୍ (Phailin), ତିତିଲି (Titli), ହୁଡ ହୁଡ (Hud Hud), ଫନି (Fani) ଭଳି ବାତ୍ୟାକୁ ସଫଳତାର ସହ ପୁର୍ବରୁ ମୁକାବିଲା କରିପାରିଥିବା ଜିଲ୍ଲା ପ୍ରଶାସନ ଏବେ ପୂର୍ବ ଅଭିଜ୍ଞତାକୁ କାମରେ ଲଗାଇବାକୁ ନିଷ୍ପତ୍ତି ନେଇଛି। ବାତ୍ଯା ହେଉ ଅଅବା ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଚିକିଟି, ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ ଭଳି ଜିଲ୍ଲାର ୫ ବ୍ଲକରେ ସତର୍କତା ଅବଲମ୍ବନ କରିବା ସହ ବ୍ଲକ ଅଧିକାରୀ, ଏନଏସି ଅଧିକାରୀ, ତହସିଲଦାର, ବିଦ୍ୟାଳୟ ଶିକ୍ଷକଙ୍କୁ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

Also Read: ମହାମାରୀରେ ମହାବିପତ୍ତି; ଆସୁଛି 'Yaas' 

ଜିଲ୍ଲାର ୧୦୪ ବନ୍ଯା ବାତ୍ଯା ଆଶ୍ରୟସ୍ଥଳ କୁ ପ୍ରସ୍ତୁତ କରାଯିବା ସହ ସମୁଦ୍ର କୂଳ ଠାରୁ ୩ କିମି ମଧ୍ୟରେ ଥିବା ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବା, ଗର୍ଭବତୀ ମହିଳାଙ୍କ ସହ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦିଆଯାଇଥିବା ଜିଲ୍ଲା ପ୍ରଶାସନ କହିଛି।