ଯାହା ଚଳିତ ବର୍ଷର ଦେଶର ପୂର୍ବ ଉପକୂଳରେ ସୃଷ୍ଟି ହେବାକୁ ଯାଉଥିବା ପ୍ରଥମ ବାତ୍ୟା।
Trending Photos
ଭୁବନେଶ୍ବର: ମାଡି ଆସୁଛି ଆଉ ଏକ ବାତ୍ୟା। ରାଜ୍ୟରେ କୋରୋନା ମହାମାରୀର ଦ୍ୱିତୀୟ ଲହର ଚାଲିଥିବା ସମୟରେ ଶୁଣିବାକୁ ମିଳିଛି ଆଉ ଏକ ମହାବିପତ୍ତିର ପଦଧ୍ବନୀ। ଚଳିତ ମାସ ଶେଷ ସପ୍ତାହରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିବା ନେଇ ଆଭାସ ମିଳିଛି। ବଙ୍ଗୋପସାଗର ରେ ଆସନ୍ତା ୨୨ ତାରିଖରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ ବଳୟ ଯାହା ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏକ ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।
ଯାହା ଚଳିତ ବର୍ଷର ଦେଶର ପୂର୍ବ ଉପକୂଳରେ (East Indian Coast) ସୃଷ୍ଟି ହେବାକୁ ଯାଉଥିବା ପ୍ରଥମ ବାତ୍ୟା। ଏନେଇ ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (Indian Metrological Deaprtment-IMD) ପୂର୍ବାନୁମାନ କରିବା ପହରେ ଛନକା ପଶିଛି। ଗୋଟିଏ ପଟେ ଆରବ ସାଗର (Arabian Sea) ଠାରେ ସୃଷ୍ଟ ବାତ୍ୟା "ତଉକତେ" (Cyclone Tauktae) ପ୍ରଭାବ ହ୍ରାସ ପାଇନଥିବା ବେଳେ ଏବେ ବଙ୍ଗୋପସାଗର (Bay of Bengal) ଠାରେ ସୃଷ୍ଟି ହେବାକୁ ଯାଉଥିବା ଖରାଦିନିଆ ବାତ୍ୟା ଓଡିଶା (Odisha) ସମେତ ପଶ୍ଚିମବଙ୍ଗ (West Bengal) ବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
Also Read: IMD Weather Alert: 'Tauktae' ପରେ ଆସୁଛି 'Yaas'
ଆସନ୍ତା ୨୨ ତାରିଖରେ ଲଘୁଚାପ, ୨୪ ତାରିଖରେ ବାତ୍ୟା ଆଉ ୨୬ ତାରିଖରେ ଛୁଇଁବ ସ୍ଥଳଭାଗ। ଏପରି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର (Northern Andaman Sea) ଏବଂ ଏହାର ଆଖପାଖ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ (East Central Bay of Bengal) ଏକ ଲଘୁଚାପ (Low Pressure) ବଳୟ ସୃଷ୍ଟି ହେବାକୁ ଯାଉଛି। ଯାହା ଆହୁରି ଘନୀଭୂତ ହୋଇ ପରବର୍ତ୍ତୀ ୭୨ ଘଣ୍ଟା ଅର୍ଥାତ ୨୪ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ଝଡରେ ପରିଣତ ହେବ।
ଏହା ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଆସନ୍ତା ୨୫ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବା ପରେ ଧିରେ ଧିରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହାସହ ୨୩ ତାରିଖରୁ ୨୭ ତାରିଖ ମଧ୍ୟରେ ସମୁଦ୍ର ଗର୍ଭରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବା ନେଇ ଜାରି ହୋଇଚି ସତର୍କ ସୂଚନା।
Also Read: Cyclone Tauktae: Maharashtra ପରେ Gujarat ଠାରେ ମଚାଇଲା ତାଣ୍ଡବ
ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ଆସନ୍ତା ୨୩ ତାରିଖ ସୁଦ୍ଧା ସମୁଦ୍ରରୁ ସ୍ଥଳ ଭାଗକୁ ଫେରି ଆସିବା ଲାଗି ମସ୍ତ୍ରଜୀବୀଙ୍କୁ ପରାମର୍ଶ ଦିଆଯାଇଥିବା ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ ଜଣାଇଛନ୍ତି।
ଏହାସହ ଏହି ଲଘୁଚାପ ପ୍ରଭାବରେ ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ (South West Monsoon) ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗର ଅଞ୍ଚଳରେ ୨୧ ତାରିଖ ପର ଠାରୁ ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି ଯେଉଁଥିପାଇଁ ପାଗ ଅନୂକୁଳ ରହିବ। ସେପଟେ ସାମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ଭୟଭୀତ କିମ୍ବା ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଡ.ସୁରେନ୍ଦ୍ରନାଥ ପଶୁପାଳକ।
Also Read: Cyclone Tauktae: ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ Maharstra, ଛାଡିଗଲା ବିନାଶର ଚିହ୍ନ
ଏହି ସାମ୍ଭାବ୍ୟ ବାାତ୍ୟର ନାଁ ହେଉଛି "ୟାସ"(Cyclone Yaas)। ଏହାର ପ୍ରଭାବ କେତେ ମାତ୍ରାରେ ରାଜ୍ୟରେ ଅନୁଭୂତ ହେବ ତାହା ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଶେଷଜ୍ଞ। ମହାବାତ୍ୟା (Super Cyclone) କିମ୍ବା ଅତ୍ୟଧିକ ଭୟଙ୍କର ଝଡ (Extreme Severe Cyclonic Storms) ଅମ୍ଫାନ (Cyclone Amphan) ଠାରୁ ପ୍ରଭାବ କମ୍ ରହିବ ବୋଲି ଆକଳନ କରାଯାଇଛି।
Also Read: Goa ଉପକୂଳରୁ Gujarat ଆଡକୁ ମୁହାଁଇଲା Cyclone Tauktae
ଏହା ସହ ସ୍ଥଳଭାଗ ଛୁଇଁବା ବେଳକୁ ସାମାନ୍ୟ ଦୂର୍ବଳ ହୋଇଯାଇଥିବ ବୋଲି କହିଛନ୍ତି। ବର୍ତ୍ତମାନ ବଙ୍ଗୋପସାଗରରେ ତାପମାତ୍ରା ବେଶ ଅଧିକ ରହିଥିବାରୁ ଏହା ବାତ୍ୟା କରାଇବାରେ ସହାୟକ ହୋଇଛି। ଯଦି ଏହାର ପଶ୍ଚିମବଙ୍ଗ (West Bengal) ଆଡ଼କୁ ରହେ ତାହେଲେ ଉତ୍ତର ଓଡିଶା (Northern Odisha) ଅଧିକ ପ୍ରଭାବିତ ହେବ। ଯଦି ଓଡିଶା ଉପକୂଳ (Odisha Coast) ଦେଇ ଗତି କରେ ତାହଲେ ସାରା ରାଜ୍ୟରେ ଏହାର ପ୍ରଭାବରେ ଭାରି ବର୍ଷା (Heavy Rain) ସହ ପବନ ବହିବ ବୋଲି ଅକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ (Weather Expert)।
Also Read: Cyclone Tauktae: Goa ଉପକୂଳରେ Heavy Rain ସହିତ ବଢିଲା Wind Speed
ସେପଟେ ରାଜ୍ୟରେ କ୍ରମାଗତ ଭାବେ ଗତ ୪ ଦିନ ଧରି ତାତିର ପ୍ରକୋପ ଜାରି ରହିଥିବା ବେଳେ ଗତକାଲି ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆସନ୍ତାକାଲି ଏପରି ସ୍ଥିତି ଲାଗି ରହିବା ପରେ ୨୧ ତାରିଖରୁ ଧିରେ ଧିରେ ତାତିର ପ୍ରକୋପ କମିବାର ସମ୍ଭାବନା ରହିଛି। ସେପଟେ ବାତ୍ୟା ନିର୍ଦ୍ଧିଷ୍ଟ ଭାବେ କେଉଁ ସ୍ଥାନରେ ଏବଂ କେତେ ବେଗରେ ସ୍ଥଳଭାଗ ଛୁଇଁବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।