ଆସନ୍ତାକାଲିଠୁ ସବୁ ଜିଲ୍ଲାରେ ଗଡିବ ଘରୋଇ ବସ
ପ୍ରାୟ ଦୁଇ ଘଣ୍ଟା ଧରି ରାଜ୍ୟ ପାରିବହନ ମନ୍ତ୍ରୀ, ବିଭାଗୀୟ ସଚିବ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଘରୋଇ ବସ ମାଲିକ ସଂଘ ଆଲୋଚନା କରିଛନ୍ତି। ସୋମବାରରୁ ଵସ ଚଳାଚଳ ସ୍ବାଭାବିକ ହେବ ବୋଲି ବସ (Private Bus) ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ସୋମବାରଠୁ ସାରା ରାଜ୍ୟରେ ଘରୋଇ ବସ୍ ଚାଲିବ। ଵସ ଚଳାଚଳ ପ୍ରସଙ୍ଗକୁ ନେଇ ଲୋକସେବା ଭବନରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ହୋଇଥିବା ଆଲୋଚନା ପରେ ସୂଚନା ମିଳଛି। ସରକାରଙ୍କ ନିକଟରେ ଘରୋଇ ବସ୍ ମାଲିକ ସଂଘ ସାତ ଦଫା ଦାବି ଉପସ୍ଥାପନ କରିଥିଲା।
ପ୍ରାୟ ଦୁଇ ଘଣ୍ଟା ଧରି ରାଜ୍ୟ ପାରିବହନ ମନ୍ତ୍ରୀ, ବିଭାଗୀୟ ସଚିବ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଘରୋଇ ବସ ମାଲିକ ସଂଘ ଆଲୋଚନା କରିଛନ୍ତି। ସୋମବାରରୁ ଵସ ଚଳାଚଳ ସ୍ବାଭାବିକ ହେବ ବୋଲି ବସ (Private Bus) ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ଟିକସ ଛାଡ ଭଳି ବିଭନ୍ନ ଦାବି ଉପସ୍ଥାପନ ରଖିଥିବାରୁ ସେହି ଦାବିଗୁଡିକୁ ନେଇ ସରକାର ବିଚାର ବିମର୍ଷ କରୁଛନ୍ତି।
Also Read: ଗ୍ରୀନ୍ ଜୋନରେ ୨୬ ଜିଲ୍ଲା; ୫୦୦୦ ଟପିଲା ମୃତ୍ୟୁ ସଂଖ୍ୟା, ୨୦୦୦ ତଳକୁ ଖସୁନି ଦୈନିକ ମାମଲା
ସରକାର (Odisha Govt) ମଧ୍ୟ ଆଶ୍ବାସନା ଦେଇଛନ୍ତି। ଫାଇନାନ୍ସ ଦେଇଥିବା କଂପାନୀ, ମନ ଇଛା ଗାଡି ଜବତ କରି ପାରିବେ ନାହିଁ କି ରାସ୍ତା ମଝିରୁ ବସ୍ ସିଜ୍ କରି କରିପାରିବେ ନାହିଁ। ଏହା ସହ ଆଗାମୀ ମାସର କିସ୍ତି ସହ, ରୋଡ ଟ୍ୟାକ୍ସ ଛାଡ କରିବା ପାଇଁ ସଂଘ କହିଛି। ଏହା ଉପରେ ମଧ୍ୟ ସରକାର ବିଚାର କୁରୁଛନ୍ତି। ଆସନ୍ତାକାଲିଠୁ ୧୬ଟି ରୁଟ୍ରେ ୮୭ଟି ‘ମୋ ବସ୍’, ଚାଲିବ ବୋଲି ମଧ୍ୟ ସୂଚନା ମିଳିଛି।