ଗ୍ରୀନ୍ ଜୋନରେ ୨୬ ଜିଲ୍ଲା; ୫୦୦୦ ଟପିଲା ମୃତ୍ୟୁ ସଂଖ୍ୟା, ୨୦୦୦ ତଳକୁ ଖସୁନି ଦୈନିକ ମାମଲା
Advertisement
Article Detail0/zeeodisha/odisha944844

ଗ୍ରୀନ୍ ଜୋନରେ ୨୬ ଜିଲ୍ଲା; ୫୦୦୦ ଟପିଲା ମୃତ୍ୟୁ ସଂଖ୍ୟା, ୨୦୦୦ ତଳକୁ ଖସୁନି ଦୈନିକ ମାମଲା

କୋରୋନା ଟିକାର ନେଇ ରାଜ୍ୟରେ ୧୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଦ୍ୱିତୀୟ ତଥ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ବର୍ତ୍ତମାନ କେବଳ ୨ଟି ଜିଲ୍ଲା ଖୋର୍ଦ୍ଧା ଓ କଟକ ରେଡ୍ ଜୋନରେ ଥିବା ବେଳେ ଯାଜପୁର ଓ ବାଲେଶ୍ୱର ୟେଲୋ ଜୋନରେ ଅଛନ୍ତି।

 ସୌ- ସୋସିଆଲ ମିଡିିଆ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିର ହୋଇ ରଖିଛି। ଗତ ୫ ଦିନରୁ ଦୈନିକ ୨ ହଜାରରୁ ଊର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ୯ ଦିନ ହେଲା ଲଗାତାର ୨୪ ଘଣ୍ଟାରେ ୬୦ରୁ ଅଧିକ ଲୋକ କୋରୋନାରେ ପ୍ରାଣ ହରାଉଛନ୍ତି। ସେପଟେ କୋରୋନା ଟିକାର ନେଇ ରାଜ୍ୟରେ ୧୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଦ୍ୱିତୀୟ ତଥ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ବର୍ତ୍ତମାନ କେବଳ ୨ଟି ଜିଲ୍ଲା ଖୋର୍ଦ୍ଧା ଓ କଟକ ରେଡ୍ ଜୋନରେ ଥିବା ବେଳେ ଯାଜପୁର ଓ ବାଲେଶ୍ୱର ୟେଲୋ ଜୋନରେ ଅଛନ୍ତି।

ରାଜ୍ୟରେ ଦିନକରେ ଆଉ ୨ ହଜାର ୨୧୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୯୪୩ ରୋଗୀ ବାହାରିଛନ୍ତି। କେବଳ ଗତ ୧୨ ଓ ୧୩ ତାରିଖରେ ୨୦୦୦ରୁ କମ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାପରେ ପଜିଟିଭ୍ ସଂଖ୍ୟା ପୂର୍ବ ଧାରାକୁ ଫେରିଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬କୁ ବୃଦ୍ଧି ପାଇଛି। ଏଯାଏ ୯ ଲକ୍ଷ ୨୭ ହଜାର ୯୨୬ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୨୧ ହଜାର ୨୮୯ ଜଣ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି।

Also Read: ଲଘୁଚାପ ସକ୍ରିୟ: ୨୪ ଘଣ୍ଟାରେ ଏହି ୪ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଅନ୍ୟପଟେ ଆଜି ମହାମାରୀ ଆଉ ୬୬ ଜୀବନ ନେଇଛି। ଏହି ମୃତ୍ୟୁ ପରେ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୫ ହଜାର ୫୮କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୩, ଗଞ୍ଜାମରେ ୮ କୋଭିଡ ରୋଗୀ ମୃତ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ୬ ଜଣ ଲେଖାଏଁ, ବୌଦ୍ଧରେ ୫ ମୃତ ବରଣ କରିଛନ୍ତି। ଗତ ୪ ତାରିଖରୁ ରାଜ୍ୟରେ କୋରୋନା ଜନିତ ଦୈନିତ ମୃତ୍ୟୁ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଶେଷ ଥର ପାଇଁ ସର୍ବନିମ୍ନ ୪୩ ଜଣଙ୍କ ଦେହାନ୍ତ ହୋଇଥିଲା। କିନ୍ତୁ ୧୧ ତାରିଖରୁ ପ୍ରତିଦିନ ୬୦ରୁ ଊର୍ଦ୍ଧ୍ୱ କୋରୋନା ରୋଗୀ ପ୍ରାଣ ହରାଉଛନ୍ତି।

ଅନ୍ୟପଟେ କୋରୋନାର ତୃତୀୟ ଲହର ଆଶଙ୍କାକୁ ପ୍ରଶାସନର ଚିନ୍ତା ବଢିଛି। ଆଗାମୀ ୧୦୦ରୁ ୧୨୫ ଦିନ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ଦେଇଛି। ଟିକା ନେବା ପରେ ରାଜ୍ୟରେ ୧୮ ହଜାର ୮୦୫ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଜନସାଧାରଣକୁ ଚେତାବନୀ ଦିଆଯାଇଛି।