ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ରାଜରାସ୍ତାରେ ଯୌନକର୍ମୀ । କାନ୍ଦି କାନ୍ଦି ସରକାରୀ ସହାୟତା ଦାବି କରି ଧାରଣାରେ ବସିଲେ ଯୌନକର୍ମୀ । କୋଭିଡ ୧୯ (Corona) ମହାମାରୀ (Pandemic) ହେତୁ ଅନେକ ଜୀବନଜିବିକା ପ୍ରଭାବିତ ହୋଇଥିବା ବେଳେ ସେଥିରୁ ବାଦ୍ ପଡିନାହାନ୍ତି ଯୌନକର୍ମୀ । ସେମାନଙ୍କୁ ନେଇ ଓଡିଶା ପତିତା ଉଦ୍ଧାର ସମିତି ପକ୍ଷରୁ ରାଜଧାନୀ ରାଜରାସ୍ତାର ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ପରୀ ପାଇଁ ନବୀନଙ୍କୁ ପିହୁର ଚିଠି


ସେମାନଙ୍କ ବ୍ୟବସାୟ ଉଜୁଡିଯିବା ସହ ଜୀବନ ଧାରଣ କରିବା ଦୁର୍ବିଶୟ ହୋଇପଡିଛି ଏବଂ ଦୁର୍ଦ୍ଦିନ ସମୟ ଦେଇ ଅତିକ୍ରାନ୍ତ କରୁଥିବା କହିଛନ୍ତି । ଏହାକୁ ଦେଖି ପୂର୍ବରୁ କଲିକତାର ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସର୍ବୋଚ୍ଚ ନ୍ୟାୟଳୟରେ ଆବେଦନ କରି ଯୌନକର୍ମୀଙ୍କୁ (Sex Worker) ମାସିକ ଶୁଖିଲା ସାମଗ୍ରୀ ଓ ୫ ହଜାର ଟଙ୍କା ପାଇଁ ପ୍ରାର୍ଥନା କରିଥିଲେ । ସର୍ବୋଚ୍ଚ ନ୍ୟାୟଳୟ ଏହାକୁ ଗୁରୁତର ସହ ନେଇ ସେପ୍ଟେମ୍ବର ୨୯ ତାରିଖରେ ଆବେଦନର ଶୁଣାଣି କରି ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (Aids Control Board) ଦ୍ବାରା ଚିହ୍ନଟ କରାଯାଇଥିବା ଯୌନକର୍ମୀଙ୍କୁ ବିନା ପ୍ରମାଣପତ୍ରରେ ମାସିକ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଜିଲ୍ଲା ଆଇନ ସେବା କର୍ତ୍ତୁପକ୍ଷଙ୍କୁ ସହାୟତା କରିବା ଦିଗରେ ପଦକ୍ଷେପ ନେବାକୁ କହିଥିଲେ ।


ଅଧିକ ପଢନ୍ତୁ: ବିଦ୍ୟାଶ୍ରୀଙ୍କ ଲାଇଭ୍ ଆତ୍ମହତ୍ୟା ଉଦ୍ୟମ, ICUରେ ଭର୍ତ୍ତି


ଏହାପରେ ଦେଶରେ କର୍ଣ୍ଣାଟକ (Karntak), ମହାରାଷ୍ଟ୍ର (Maharastra), ପଶ୍ଚିମବଙ୍ଗ (Westbengal) ଆଦି ରାଜ୍ୟ ଗୁଡିକ ଯୌନକର୍ମୀଙ୍କୁ (Sex Workers) ଶୁଖିଲା ଖାଉଟି ସାମଗ୍ରୀ ପ୍ରଦାନ କରିଥିଲେ । ହେଲେ ରାଜ୍ୟରେ ଓଡିଶା ସରକାର (Odisha Government) ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହାର ପ୍ରତିବାଦରେ ରାଜଧାନୀର ଶତାଧିକ ଯୌନକର୍ମୀ ଗାନ୍ଧିମାର୍ଗରେ ଏକତିତ୍ର ହୋଇ ଧାରଣା ଦେବା ସହ ସହାୟତା ପ୍ରଦାନ କରିବାକୁ କୋହଭରା କଣ୍ଠରେ ଦାବି କହିଛନ୍ତି । 


ଅଧିକ ପଢନ୍ତୁ: ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୃତ୍ୟୁ ଦୁର୍ଘଟଣା ଜନିତ ଦର୍ଶାଇ କେସ ବନ୍ଦ କରିବ କ୍ରାଇମବ୍ରାଞ୍ଚ


ସେପଟେ ଯୌନକର୍ମୀଙ୍କ ଏହି ଆନ୍ଦୋଳନ ପରେ ଚେଇଁ ଉଠିଛି ଆଇନ ବିଭାଗ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଓଡିଶା ପତିତା ଉଦ୍ଧାର ସମିତି ପକ୍ଷରୁ ଆଇନ ସଚିବଙ୍କୁ ଏକ ଦାବିପତ୍ର ଦେଇଥିଲେ। ଏହାରି ଆଧାରରେ ସୁପ୍ରିମକୋର୍ଟଙ୍କ (Supremecourt) ନିର୍ଦ୍ଦେଶ ମୁତାବକ ଆବଶ୍ୟକ ପଦକ୍ଷେପ ନେବାକୁ ଆଇନ ବିଭାଗ ସଚିବ ଯୋଗାଣ ବିଭାଗକୁ ଚିଠି ଲେଖିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାପରେ ସହାୟତା ନେଇ ଯୌନକର୍ମୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।