ବିଦ୍ୟାଶ୍ରୀଙ୍କ ଲାଇଭ୍ ଆତ୍ମହତ୍ୟା ଉଦ୍ୟମ, ICUରେ ଭର୍ତ୍ତି
Advertisement

ବିଦ୍ୟାଶ୍ରୀଙ୍କ ଲାଇଭ୍ ଆତ୍ମହତ୍ୟା ଉଦ୍ୟମ, ICUରେ ଭର୍ତ୍ତି

ଲୋକଙ୍କ ସମାଲୋଚନାରେ ଅତିଷ୍ଟ ହୋଇ ବିଦ୍ୟା ଆତ୍ମହତ୍ୟା କରୁଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିଦ୍ୟାଶ୍ରୀଙ୍କ ଲାଇଭ୍ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ବାଟରେ ପତ୍ନୀ ବିଦ୍ୟଶ୍ରୀ। ବୁଧବାର ସେ ଫେସବୁକ ଲାଇଭ ଭିଡିଓରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଲୋକଙ୍କ ସମାଲୋଚନାରେ ଅତିଷ୍ଟ ହୋଇ ବିଦ୍ୟା ଆତ୍ମହତ୍ୟା କରୁଥିଲେ। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ SCB ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସ୍ୱାମୀ ଆଦିତ୍ୟ (Adiya Dash)ଙ୍କ ମୃତ୍ୟୁକୁ ନେଇ ବିଦ୍ୟାଶ୍ରୀ (Bidyasree) ଭାଙ୍ଗି ପଡିଛନ୍ତି। ଆଦିତ୍ୟଙ୍କୁ ମୃତ୍ୟୁର ତଦନ୍ତ ଚାଲୁଥିଲେ ସୁଦ୍ଧା ସେ କିହିଁକି କଥିତ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ସ୍ୱାମୀର ମୃତ୍ୟୁ ପାଇଁ ଲୋକେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଦୋଷ ଦେଉଥିବା ଅଭିଯୋଗ ହେଉଛି। କେତେକ ବଦ୍ୟାଙ୍କୁ ଫୋନ କରି ମାନସୀକ ନିର୍ଯ୍ୟାତନା ଦେଉଛନ୍ତି। କୋର୍ଟରେ ବାରମ୍ବାର ତାରିଖ ପରେ ତାରିଖ ଦିଆଯାଉଛି। ପୋଲିସ ଏତଲା ଗ୍ରହଣ କରୁନାହିଁ ବୋଲି ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି। 

fallback

Also Read: ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୃତ୍ୟୁ ଦୁର୍ଘଟଣା ଜନିତ ଦର୍ଶାଇ କେସ ବନ୍ଦ କରିବ କ୍ରାଇମବ୍ରାଞ୍ଚ

ଗୋଟେ ପଟେ ସ୍ୱାମୀଙ୍କ ମୃତ୍ୟୁର ନ୍ୟାୟରୁ ବଞ୍ଛିତ ଏବଂ ଅନ୍ୟପଟେ ଲୋକଙ୍କ ତାଡନା, ନିର୍ଯାତନାର ଶିକାର ବିଦ୍ୟାଶ୍ରୀ ମାନସୀକ ଚାପରେ ପଡି ବୁଧବାର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଫେସବୁକ (Facebook) ରେ ଲାଇଭ୍ ଭିଡିଓ (live video) କରିବା ସହ ତାଙ୍କ ଆତ୍ମହତ୍ୟା ପାଇ ଦାୟୀଥିବା ବ୍ୟକ୍ତିଙ୍କ ନାଁ ନେଇଛନ୍ତି। ଯେଉଁଥିରେ ସୁବାଶିଷ ଷଡଙ୍ଗୀ, ବିଶ୍ୱଜିତ ବାଲେଶ୍ୱର, ମନୋଜ ସିଂ (ପିପୁଲ ଫର ସେବା), ଶିବାୟ ସାହୁ, ରାକେଶ ଜେନା (ଦୁବାଇ) ଏସକେ ମହାରଣା, ଶିଳ୍ପୀ ପଣ୍ଡା, କବିତା ଦାସ, ପୁଷ୍ପଲତା ମହାନ୍ତି, ସୁଦୀପ୍ତା ଦାସ, ଶ୍ରୀତମ ମିଶ୍ର (ଅଧ୍ୟକ୍ଷ, ପିପୁଲ ଫର ସେବା), ପପୁ, ବିକାଶ ବରାଳ ସାମିଲ ଅଛନ୍ତି। 

ବିଦ୍ୟାଶ୍ରୀ ୩୦ରୁ ଊର୍ଦ୍ଧ୍ୱ ନିଦ ବଟିକା ଖାଇ ଆତ୍ମହତ୍ୟା (sucide attempt) କରିବାକୁ ଉଦ୍ୟମ କରିଥିଲେ। ଏହା ପୂର୍ବରୁ ଗତ ଜୁନରେ ଆଦିତ୍ୟ ଦାସ ଫେସବୁକଙ୍କ ଶେଷ ପୋଷ୍ଟ (ମୃତ୍ୟୁ ଯେତେବେଳେ ଆସେ ଧୀରେ ଧୀରେ ଆସେ) କୁ ସେୟାର କରି  Miss you ବୋଲି ଲେଖିଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବିଦ୍ୟାଙ୍କୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲ ( SCB hospital) ରେ ଭର୍ତ୍ତି କରାଯାଇଛି। ତେବେ ସ୍ୱାସ୍ଥ୍ୟବସ୍ଥାରେ ସ୍ତିର ରହୁନଥିବାରୁ ତାଙ୍କୁ ଟ୍ରମା ICUକୁ ସ୍ଥାନାନ୍ତରିତ କରାଯାଇଥିବା ମେଡିକାଲ ସୁତ୍ରରୁ ସୂଚନା ମିଳିଛି।