ପରୀ ପାଇଁ ନବୀନଙ୍କୁ ପିହୁର ଚିଠି
Advertisement

ପରୀ ପାଇଁ ନବୀନଙ୍କୁ ପିହୁର ଚିଠି

ବିଷ୍ୟତରେ ଯେମିତି ଆଉ କୌଣସି ପରୀ ନିଖୋଜ ନ ହୁଅନ୍ତି ସେଥିପାଇଁ ସେମାନଙ୍କୁ ହତ୍ୟା କରୁଥିବା ଦୋଷୀ ଯେପରି ଆଇନ୍ ହାତରୁ ଖସି ନ ଯାଏ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପିହୁ ଚିଠି ଲେଖିଛନ୍ତି।

ପରୀ ପାଇଁ ନବୀନଙ୍କୁ ପିହୁଙ୍କ ଚିଠି

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଶିଶୁ ନିଖୋଜ ମାମଲା ଚର୍ଚ୍ଚାରେ ରହିଛି। କେଉଁଠି ୪ ବର୍ଷର ପିହୁ ତ ପୁଣି କେଉଁଠି ୭ ବର୍ଷର ପରୀ, ଜଣକ ପରେ ଜଣେ ନିଖୋଜ ହୋଇ ଚାଲିଛନ୍ତି। ଏପରି ସମ୍ବେଦନଶୀଳ ମାମଲାରେ ଶାସକ ଦଳଠୁ ନେଇ ବିରୋଧୀ ସମସ୍ତେ ଚିନ୍ତିତ ଥିବା ବେଳେ ରାଜଧାନୀର ୭ ବର୍ଷର ପିହୁର ଚିନ୍ତା କିନ୍ତୁ ସମସ୍ତଙ୍କ ଠାରୁ ବଳି ଯାଇଛି। ଭବିଷ୍ୟତରେ ଯେମିତି ଆଉ କୌଣସି ପରୀ ନିଖୋଜ ନ ହୁଅନ୍ତି ସେଥିପାଇଁ ସେମାନଙ୍କୁ ହତ୍ୟା କରୁଥିବା ଦୋଷୀ ଯେପରି ଆଇନ୍ ହାତରୁ ଖସି ନ ଯାଏ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପିହୁ ଚିଠି ଲେଖିଛନ୍ତି।

ବୟସ ମାତ୍ର ୭ ବର୍ଷ, ନାଁଟି ତାର ପିହୁ। ହାତରେ କୁନି ସାଇକଲ, ମୁଣ୍ଡରେ ହେଲମେଟ ଓ ମୁହଁରେ ଲାଗିଛି ମାସ୍କ। ଷ୍ଟାଣ୍ଡାର୍ଡ ୧ରେ ପଢୁଥିବା ପିହୁ ଠିକ୍ ସେ କଥା ସିନା କହି ପାରୁନି ହେଲେ ନା ମନରେ ସାରା ଦୁନିଆଁ ପାଇଁ ଚିନ୍ତା। ରାଜ୍ୟର ଶିଶୁ ନାବାଳିକା ନିଖୋଜ ମାମଲା (child missing and murder case) ରେ ସାରା ରାଜ୍ୟ ବ୍ୟଥିତ ଥିବା ବେଳେ ସେ ବି ଏହି ପୀଡା ଅନୁଭବ କରିଛି। 

Also Read: ମହିଳା ପରେ ଶିଶୁଙ୍କ ପାଇଁ ଅସୁରକ୍ଷିତ ଓଡିଶା

ଦିନେ ସେ ସଂଧ୍ୟାରେ ଟିଭିରେ ନ୍ୟୁଜ ଦେଖିବା ବେଳେ ପରୀ ନିଖୋଜ (pari murder case) ମାମଲା ସଂପର୍କରେ ପିହୁ ଜାଣିବାକୁ ପାଇଲା। ସେ ସଙ୍ଗେ ସଙ୍ଗେ ବାପାଙ୍କୁ ଏହାର କାରଣ ଓ ନିରାକରଣ ପଚାରି ବୁଝିଲା। ତା କୁନି ମୁଣ୍ଡକୁ ବୁଦ୍ଧି ଜୁଟିଲା ଯେ ସେ ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କୁ ଏବାବଦରେ ଚିଠି ଲେଖିବ। ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦଣ୍ଡ ଦେବା ପାଇଁ ଦାବି କରିବ। ଏଥି ପାଇଁ ସେ ନିଜ ଖାତା କଲମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଲା। 

fallback

ନିଜେ ସାଇକଲ ଚଲାଇ ପିହୁ (Pihu) ବାପାଙ୍କ ସହ ନବୀନ ନିବାସ ଗଲା। ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପ୍ରଦାନ କରିଲ। କୁନି ପିହୁ କହିଛି, ଯଦି ଅପରାଧୀମାନେ ଧରା ନ ପଡିବେ ତାହାଲେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ପରୀ, ପିହୁ ଓ ସ୍ବାତୀଙ୍କ ଭଳି କେତେ ଯେ କୁନି ଝିଅ ଏମିତି ନିଖୋଜ ହେଉଥିବେ। ଆଉ ଅପରାଧୀମାନେ (criminal) ଏମିତି ଅପରାଧ ଘଟାଇ ଚାଲିଥିବେ।

Also Read: ପରୀକୁ ହତ୍ୟା ପୂର୍ବରୁ କରାଯାଇଥିଲା ଦୁଷ୍କର୍ମ !

ପିହୁ କେବଳ ଚିଠିରେ ଅଟକି ନାହାଁନ୍ତି। ତାଙ୍କ ବାପାଙ୍କ ସହାୟତାରେ ଏକ ୱେବ୍ ସାଇଟ୍ ତିଆରି କରିଛନ୍ତି। ଯାହାର ନାମ ରଖାଯାଇଛି JUSTICE FOR PIHU.IN, ଏହି ୱେବ୍ ସାଇଟ୍ ଜରିଆରେ କୁନି ପିହୁ ଜନମତ ସଂଗ୍ରହ କରୁଛନ୍ତି  । ଏହା ପରେ ସେ ରାଜ୍ୟପାଳଙ୍କ ନିକଟକୁ ବି ଚିଠି ଲେଖିବ। ଯଦି ରାଜ୍ୟ ସରକାରଙ୍କ ଦ୍ବାରା କୌଣସି ଫଳାଫଳା ନ ମିଳେ ତାହେଲେ ସେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ବି ଚିଠି ଲେଖିବେ ଓ ନିଜେ ସାଇକଲ ଚଲାଇ ଦିଲ୍ଲୀ ଯିବ ବୋଲି ସେ କହିଛନ୍ତି।

ପିହୁ ଜଣେ ଭଲ ସାଇକଲ ଚଳାଳି। ଭୁବନେଶ୍ବ (Bhubaneswar) ରୁ କୋଣାର୍କ (Konark) ସାଇକଲ ଚଳାଇ ସେ ରେକର୍ଡ କରିଛନ୍ତି। ପିହୁର ବାପା ଗୋପାଳ ସାହୁ କହିଛନ୍ତି, ପିହୁ ଯେତେବେଳେ ଟିଭିରେ ପରୀ ନିଖୋଜ ଘଟଣା ଦେଖିଲା, ସେ ନିଜ ଆଡୁ ବିଚଳିତ ହୋଇ ପ୍ରଶ୍ନ କରିଥିଲା ଏବଂ ଅଭିଯୁକ୍ତ କିପରି ଧରା ହେବ ସେ ନେଇ ପ୍ରଶ୍ନ କରିଥିଲା। ପିହୁ ଏବେ ଶିଶୁ ନିଖୋଜ ନେଇ ଏକ ପ୍ଲାକାର୍ଡ କରି ନିଜ ସାଇକଲରେ ଲଗାଇ ସମସ୍ତଙ୍କୁ ସଚେତନ କରୁଛି। ଯାହାକି ଏକ ସମ୍ବେଦନଶୀଳ ଘଟଣା  ଓ ସମସ୍ତଙ୍କ ପାଇଁ ଆହ୍ବାନର ପ୍ରସଙ୍ଗ।