ଡେଙ୍ଗୁ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ଆୟୋଜିତ
ରାଜ୍ୟରେ ଡେଙ୍ଗୁକୁ କିଭଳି ନିୟନ୍ତ୍ରଣ କରାଯିବ ସେନେଇ ଶୁକ୍ରବାର ଅପରାହ୍ନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସମୀକ୍ଷା ବୈଠକ। ଚଳିତ ମାସରେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ରାଜ୍ୟରେ ୬୧୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବିଏମସି ଅଞ୍ଚଳରୁ ସର୍ବାଧିକ ୪୮୨ ଏବଂ କଟକରୁ ୩୧ଟି ମାମଲା ବାହାରିଛି। ଭୁବନେଶ୍ୱରର ୩ଟି ସ୍ଥାନରେ ମାଗଣା ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି।
ରାଜ୍ୟରେ ଡେଙ୍ଗୁକୁ କିଭଳି ନିୟନ୍ତ୍ରଣ କରାଯିବ ସେନେଇ ଶୁକ୍ରବାର ଅପରାହ୍ନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ (Chief District Medical Officer) ସିଡିଏମଓ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ସ୍ଥାନରେ ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ସେଠାରେ ପରୀକ୍ଷା କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି।
Also Read: Dengue Alert: ମୁକାବିଲା ପାଇଁ ଅଣ୍ଟାଭିଡ଼ିଲା BMC
ଅନ୍ୟ ପକ୍ଷେ ଯେଉଁ ଘରୋଇ ପରୀକ୍ଷାଗାରରେ ଲୋକ ପରୀକ୍ଷା କରାଉଛନ୍ତି ଯଦି କାହାର ପଜିଟିଭ ଆସିଲା ଏବଂ ଯଦି ଡେଙ୍ଗୁରେ ତାଙ୍କର ମୃତ୍ୟୁ ଘଟିଲା ସେ ବାବଦେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ କୁହାଯାଇଛି। ଏହି ରୋଗରେ ମୃତ୍ୟୁ ପ୍ରତିଶତ ନଗଣ୍ୟ ତେଣୁ ଲୋକେ ଭୟଭୀତ ନହେବା ଉଚିତ। ସରକାରୀ ସ୍ତରରେ ମଧ୍ୟ ଏହି ରୋଗର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି।
Also Read: Dengue@172: ମୁକାବିଲା ପାଇଁ ଅଣ୍ଟା ଭିଡି଼ଲା Khordha Dist Admin-BMC
ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି (BMC) ଅଞ୍ଚଳରୁ ଏହାର ନିରାକାରଣ ହୋଇ ପାରିବ ସେଥିପାଇଁ ଏଠାରେ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ (Health Worker) ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଲୋକେ ପ୍ରଥମେ ସଚେତନ ହେବା ସହ ନିଜ ଆଖ ପାଖ ଅଞ୍ଚଳକୁ ସଫା ରଖିନ୍ତୁ। ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ବେଡ଼ (Special Dengue Beds) ରଖିବାକୁ ସମସ୍ତ ମେଡିକାଲ କଲେଜ (Medical College) ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ (District Head Quarters Hospital) ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ।
Also Read: ରାଜଧାନୀରେ ଡେଙ୍ଗୁ ଆତଙ୍କ! ମୁକାବିଲା ପାଇଁ ଅଣ୍ଟାଭିଡି଼ଲା ସ୍ୱାସ୍ଥ୍ୟ ବିଭାଗ
ଡେଙ୍ଗୁ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଔଷଧ (Dengue Medicine) ରାଜ୍ୟରେ ମହଜୁଦ ଅଛି। ଏହା ସହ ଟେଷ୍ଟିଙ୍ଗ କିଟ (Dengue Testing Kit) ମଧ୍ୟ ଉପଲବ୍ଧ ରହିଛି। ଲୋକେ ଆତଙ୍କିତ ନହୋଇ ସଚେତନ ରହିବାକୁ କୁହାଯାଇଛି। ରାଜ୍ୟରେ ବର୍ତ୍ତମାନ ସରକାରୀ ଭାବେ କୌଣସି ଡେଙ୍ଗୁ ରୋଗୀ (Dengue Patient) ପ୍ରାଣ ହରାଇନଥିବା ବୈଠକ ପରେ ବିଭାଗ ପକ୍ଷରୁ କୁହାଯାଇଛି।