Pipili ByPoll 2021: ରୁଦ୍ରଙ୍କୁ ଟିକେଟ ମିଳିବା ପରେ ନବୀନଙ୍କୁ ଭେଟିଲେ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ
ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ (Rudra Pratap Maharathy) ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ (Chief Minister) ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଆଶୀର୍ବାଦ ନେବା ସହ ଟିକେଟ ନେଇଛନ୍ତି ।
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ପିପିଲି ଉପନିର୍ବାଚନ (Pipili By poll)ପାଇଁ ତାରିଖ ଘୋଷଣା ପରେ ଆଚରଣ ବିଧି ଲାଗୁ ହୋଇଛି । ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଥିବା ବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖକୁ ଧାର୍ଯ୍ୟ କରାଯାଇଛି । ମେ ୨ ତାରିଖରେ ଭୋଟ ଗଣତି ସହ ରେଜଲ୍ଟ (By poll Election Result) ପ୍ରକାଶ କରାଯିବ । ତେବେ ବିଜେଡି ଓ ବିଜେପି ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏବେ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିନାହିଁ ।
Also Read: ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ୍': ଟୀକାକରଣ ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ
ସେପଟେ ନାଁ ଘୋଷଣା ପରେ ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ (Rudra Pratap Maharathy) ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ (Chief Minister) ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଆଶୀର୍ବାଦ ନେବା ସହ ଟିକେଟ ନେଇଛନ୍ତି । ଏହି ସମୟରେ ରୁଦ୍ରଙ୍କ ଭଉଣୀ ପଲ୍ଲବୀ ଓ ଭିଣୋଇ ଅଭିନେତା ଅର୍ଦ୍ଧେନ୍ଦୁ ମଧ୍ୟ ଉପସ୍ଥିତ ଥିଲେ । ପରେ ପରେ ଟିକେଟ ନେବା ପରେ ରୁଦ୍ର ନିଆ ମାଆଙ୍କ ଆଶୀର୍ବାଦ ନେଇଥିଲେ । ସେହି ସମୟରେ ପୁରା ପରିବାରଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ବିଜୁ ବାବୁ ଜିନ୍ଦାବାଦ, ନବୀନ ବାବୁ ଜିନ୍ଦାବାଦ୍ ରେ ଫାଟିପଡ଼ୁଥିଲା ଅଞ୍ଚଳ । ପ୍ରଦୀପ ମହାରଥୀ ଅମର ରହେ ନାରା ସମୟରେ ପୁଅ ରୁଦ୍ର କାନ୍ଦିବାକୁ ଲାଗିଥିଲେ ।
Also Read: ପୁଣି ବଢୁଛି କୋରୋନା ଗ୍ରାଫ, ଦିନକରେ ଚିହ୍ନଟ ହେଲେ ୬୦ ହଜାରରୁ ଅଧିକ ସଂକ୍ରମିତ
ଗତବର୍ଷ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରଠାରୁ ପିପିଲି (Pipili Assembly Seat) ବିଧାନସଭା ଆସନ ଖାଲିପଡ଼ିଛି। କିଛିଦିନ ତଳେ ଗଣମାଧ୍ୟମରେ ସ୍ୱର୍ଗତଃ ମହାରଥୀଙ୍କ ପତ୍ନୀ ଓ ପୁତ୍ର ଉଭୟ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ବୋଲି କହିଥିଲେ । ଆଉ ଏହା ପରେ ଲାଗିରହିଥିଲା ଜୋରଦାର ଚର୍ଚ୍ଚା କି କାହାକୁ ଦଳର ମୁଖିଆ ଭରସିବେ । ଆଉ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ରୁଦ୍ର ମହାରଥୀ (Rudra Maharathy) ଙ୍କୁ ଭରସିଛନ୍ତି ନବୀନ ।