ପୁଣି ବଢୁଛି କୋରୋନା ଗ୍ରାଫ, ଦିନକରେ ଚିହ୍ନଟ ହେଲେ ୬୦ ହଜାରରୁ ଅଧିକ ସଂକ୍ରମିତ
Advertisement
Article Detail0/zeeodisha/odisha874247

ପୁଣି ବଢୁଛି କୋରୋନା ଗ୍ରାଫ, ଦିନକରେ ଚିହ୍ନଟ ହେଲେ ୬୦ ହଜାରରୁ ଅଧିକ ସଂକ୍ରମିତ

ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସେହିପରି ଗତ ୨୪ ଘଣ୍ଟାରେ କୋରୋନା ମୃତ୍ୟୁ ସଂଖ୍ୟା ୩୧୨ ରହିଛି ।

ପୁଣି ବଢୁଛି କୋରୋନା ଗ୍ରାଫ, ଦିନକରେ ଚିହ୍ନଟ ହେଲେ ୬୦ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ ପୁଣି କୋରୋନା ଭୂତାଣୁର ତାଣ୍ଡବ ଆରମ୍ଭ ହୋଇଛି । ମାରାତ୍ମକ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ଆଗମନ ହୋଇସାରିଛି । ପୁଣିଥରେ ସାରା ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଗୋଟିଏ ଦିନରେ ଦେଶରେ କୋରୋନା ସଂକ୍ରମଣ ୬୨ ହଜାର ୭୧୪ ରୁ ଅଧିକ ରହିବା ପରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଗତକାଲି ଅଧିକ ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସେହିପରି ଗତ ୨୪ ଘଣ୍ଟାରେ କୋରୋନା ମୃତ୍ୟୁ ସଂଖ୍ୟା ୩୧୨ ରହିଛି ।

ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୯ ଲକ୍ଷ ୭୧ ହଜାର ୬୨୪ ମାମଲା ସାମ୍ନାକୁ ଆସିଥିବା ବେଳେ, ସେଥିମଧ୍ୟରୁ ୧ କୋଟି ୧୩ ଲକ୍ଷ ୨୩ ହଜାର ୭୬୨ କୋରୋନାରୁ ଆରୋଗ୍ୟ ମାମଲା ରହିଛି । ସେହିପରି ୪ ଲକ୍ଷ ୮୬ ହଜାର ୩୧୦ ସକ୍ରିୟ ମାମଲା ରହିଛି । ଦେଶରେ କୋରୋନା ସଂକ୍ରମଣ (Corona Virus) ରେ ମୃତ୍ୟୁ ବରଣ କରିଥିବା ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୨ ରହିଛି । ଅନ୍ୟପଟେ ସବୁ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର (Maharashtra) ରାଜ୍ୟରେ ସବୁଠାରୁ ଅଧିକ ସଂକ୍ରମଣ ମାମଲା ରହିଛି ।

Also Read: ଦିଲ୍ଲୀରେ ହେବନି ଲକଡାଉନ, ଜାଣନ୍ତୁ Vaccination ନେଇ କ'ଣ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଏବେ ସୁଦ୍ଧା ମହାରାଷ୍ଟ୍ର( Maharashtra) ରେ ୩ ଲକ୍ଷ ୪ ହଜାର ୮୦୯ ସକ୍ରିୟ ମାମଲା ରହିଛି । ସେହିପରି ୨୩ ଲକ୍ଷ ୧୪ ହଜାର ୫୭୯ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଅନ୍ୟ ରାଜ୍ୟ ଠାରୁ ଅଧିକ ସଂଖ୍ୟକ ଲୋକ ଏଠାରେ ମୃତ୍ୟୁବରଣ କରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୫୪ ହଜାର ୦୭୩ ଜଣ କୋରୋନାରେ ପ୍ରାଣ ହାରିଛନ୍ତି । ICMR ର ତଥ୍ୟ ଅନୁସାରେ, ମାର୍ଚ୍ଚ ୨୭ ସୁଦ୍ଧା ୨୪ କୋଟି ୯ ଲକ୍ଷ ୫୦ ହଜାର ୮୪୨ କୋରୋନା ଟେଷ୍ଟ କରାଯାଇଥିବା ବେଳେ ଗତକାଲି ପୁରା ଦେଶରେ ୧୧ ଲକ୍ଷ ୮୧ ହଜାର ୨୮୯ କୋରୋନା ଟେଷ୍ଟିଂ କରାଯାଇଛି ।

Also Read: ମନ୍ତ୍ରୀଙ୍କୁ ବି ଖାତିରି ନାହିଁ! ପୁରୀରେ BJDର ୨ ଗୋଷ୍ଠୀ ହାତାହାତି

ଅନ୍ୟପଟେ ପୁରା ଦେଶରେ କାଲିସୁଦ୍ଧା ୬ କୋଟି ୨ ଲକ୍ଷ ୬୯ ହଜାର ୭୮୨ କୋରୋନା ଭ୍ୟାକସିନ (Corona Vaccine) ବଣ୍ଟନ କରାଯାଇଛି ।