ଭୁବନେଶ୍ବର: ଯଦି କୌଣସି କାରଣରୁ ପିଲାଏ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି ତାହେଲେ ସ୍କୁଲ ସେମାନଙ୍କ ପାଖକୁ ନିଶ୍ଚୟ ଯିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ରାଜଧାନୀରେ ଏପ୍ରିଲ ୨୬ ତାରିଖ ସୋମବାର ଠାରୁ କାର୍ଯ୍ୟକାରୀ ହୋଇଛି ଭ୍ରାମ୍ୟମାଣ ବିଦ୍ୟାଳୟ ବ୍ୟବସ୍ଥା। ଯାହା ବୁଲି ବୁଲି ସହର ସାରା ରାସ୍ତା କଡର ପିଲାଙ୍କୁ ଶିକ୍ଷା ପ୍ରଦାନ କରିବ। 


COMMERCIAL BREAK
SCROLL TO CONTINUE READING

କୋରୋନା ମହାମାରୀ (Corona Pandemic) ସଂକଟ କାଳରେ ଛୋଟ ପିଲାଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେଇ ରୁଚିକା ସମାଜ ମଙ୍ଗଳ ଅନୁଷ୍ଠାନ ପକ୍ଷରୁ ଟୁରିଜିମ୍ ଫାଇନାନ୍ସ କର୍ପୋରେସନ ଲିମିଟେଡ୍ (Tourism Finance Corporation Limited) ସହୟତାରେ ଏପରି ଏକ ନିଆରି ପ୍ରୟାସ ହାତକୁ ନିଆଯାଇଛି। ଯାହାକୁ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ ଉଦଘାଟନ କରିଛନ୍ତି ଡିସିପି। ବିଦ୍ୟାଳୟ ଯାଇ ପାରୁନଥିବା ପିଲାଙ୍କୁ ରାସ୍ତାକଡରେ ବିଦ୍ୟାଳୟରେ ଯେଉଁ ବାତାବରଣ ମଧ୍ୟରେ ପାଠପଢା ହେଉଛି ତାହା ଦେବା ଲାଗି ପୋଲିସ ମଧ୍ୟ ସହଯୋଗ କରିବ ବୋଲି କହିଛନ୍ତି ଡିସିପି (Bhubaneswar DCP)। 


Also Read: ପରୀକ୍ଷୀ ବାତିଲ ହେବା ପରେ ମୂଲ୍ୟାୟନକୁ ନେଇ ଉଠିଲା ପ୍ରଶ୍ନ


ଏଣିକି ବିଦ୍ୟାଳୟକୁ ପିଲା ନୁହେଁ ବରଂ ପିଲାଙ୍କ ପାଖକୁ ଯିବ ବିଦ୍ୟାଳୟ। କୋଭିଡ କଟକଣା ହେତୁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବନ୍ଦ ରହିଥିବା ବେଳେ ଏପରି ଏକ ଭିନ୍ନ ଉଦ୍ଦେଶ୍ୟରେ ରୁଚିକା ସମାଜ ମଙ୍ଗଳ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ବିଦ୍ୟାଳୟ (Mobile School)। ଯାହା ହେଉଛି "ସ୍କୁଲ ଅନ୍ ହୁଇଲ୍ସ" (School on Wheel)। କୋଭିଡ ସମୟରେ ପିଲାଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେଇ ରାସ୍ତାକଡରେ ରହୁଥିବା ପିଲାଙ୍କ ସାଥି ଭାବେ ଏହି ବ୍ୟବସ୍ଥା କାର୍ଯ୍ୟ କରିବ। 


Also Read: Corona Returns: ଦୋଦୁଲ୍ୟମାନ ସ୍ଥିତିରେ ଶିକ୍ଷା ଆଉ ଶିକ୍ଷାନୁଷ୍ଠାନ


 


ପ୍ରଥମ ପର୍ଯ୍ୟାୟରେ ୩ଟି ରଥକୁ ଭୁବନେଶ୍ବର ଡିସିପି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଯାହା ବୁଲି ବୁଲି ସହରର ୧୦ କିଲୋମିଟର ବ୍ୟାସାର୍ଦ୍ଧରେ ପିଲାଙ୍କୁ କୋଭିଡ ଶିକ୍ଷା ସହ ମୌଳିକ ଆବଶ୍ୟକତା ଯଥା ଖାଇବା, ପାଠ ପଢିବା, ଖେଳିବା, ମନକୁ ପ୍ରଫୁଲ୍ଲ ରଖିବା ଦିଗରେ କାର୍ଯ୍ୟ କରିବ। ସେଥିପାଇଁ ଏହି ରଥକୁ ମଧ୍ୟ ସୁସଜ୍ଜିତ କରି ରଖାଯାଇଛି। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଏହି ରଥରେ କଣ୍ଢେଇ ସହ ପିଇବା ପାଣି, ପ୍ରାଥମିକ ଚିକିତ୍ସା ସୁବିଧା ମଧ୍ୟ ରହିଥିବା ଅନୁଷ୍ଠାନର ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି।


Also Read: ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ; ବିନା ଅନୁମତିରେ ଚାଲିଛି ଘରୋଇ ବିଦ୍ୟାଳୟ


 


ପ୍ରତି ଗାଡି ଦୈନିକ ହାରରେ ଯୋଜନା କରି ସହରରେ ଚିହ୍ନଟ ହୋଇଥିବା ରାସ୍ତାକଡ ଶିଶୁ ପ୍ରବଳ ଅଞ୍ଚଳ ଯଥା ରେଳ ଷ୍ଟେସନ (Railway Station), ବସଷ୍ଟାଣ୍ଡ (Bus Stand), ମନ୍ଦିର (Temple),  ବିଭିନ୍ନ ସ୍ଥାନକୁ ଗସ୍ତ କରିବ। ପ୍ରତି ଗାଡିରେ ଜଣେ ଚାଇଲ୍ଡ ଲାଇନ ସଦସ୍ୟ (Child Line Member) ପିଲାଙ୍କୁ ପାଠ ପଢାଇବା ସହ କାଉନସେଲିଂ କରିବେ। 


Also Read: 'ମୋ ସ୍କୁଲ' ପରେ ଆସିଲା ‘ମୋ କଲେଜ’


 


କମିଶନରେଟ ପୋଲିସର (Commissionerate Police) ମିଳିତ ସହଯୋଗରେ ଏହା ଆରମ୍ଭ ହୋଇଥିବା ବେଳେ ଏହି ରଥ ଅସହାୟ ପିଲାଙ୍କ ପାଖରେ ପହଞ୍ଚି ମହାମାରୀ ସମୟରେ ଉପଯୁକ୍ତ ସେବା ଯୋଗାଇ ପାରିବ ବୋଲି ଆଶା ରହିଛି। ଯଦି ରାଜଧାନୀର କୌଣସି ସ୍ଥାନରେ ଯଦି ଏଭଳି କିଛି ପିଲା ନଜରକୁ ଆସନ୍ତି ତେବେ ପୋଲିସ ମଧ୍ୟ ସହଯୋଗ କରିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଡ.ଉମାଶଙ୍କର ଦାଶ (Dr.Umashankar Dash)। 


Also Read: Remedial Class: ପୁରୁଣା ପାଠର ହେବ Revision


 


କୋରୋନା ମହାମାରୀ ସମୟରେ ଏଭଳି ପ୍ରୟାସର ଆବଶ୍ୟକତା ଥିଲା। ବାସ୍ତବିକ ରାସ୍ତାକଡରେ ଥିବା ବୁଲା ବିକାଳି ବ୍ୟକ୍ତିଙ୍କ ଶିଶୁ ଶିକ୍ଷାଗତ ଯୋଗ୍ୟତା ଅଭାବରୁ ଅନେକ ସମୟରେ ଭିକ୍ଷାବୃତ୍ତି କରିବାର ନଜିର ରହିଛି। ଏପରି ଶିଶୁଙ୍କ ପାଇଁ ଏହି ଭାମ୍ର୍ୟମାଣ ବିଦ୍ୟାଳୟ ବ୍ୟବସ୍ଥା କେତେ ଫଳପ୍ରଦ ଦେଉଛି ତାହା ଆଗାମୀ ଦିନରେ ଜଣାପଡିବ।