Advertisement
Article Detail0/zeeodisha/odisha870853

'ମୋ ସ୍କୁଲ' ପରେ ଆସିଲା ‘ମୋ କଲେଜ’

ଶିକ୍ଷାନୁଷ୍ଠାନର ବିକାଶ ପାଇଁ କେବଳ ପୂର୍ବତନ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ଯେକୌଣସି ଅନୁଷ୍ଠାନ ପ୍ରମୁଖ ଯେକୌଣସି ପ୍ରକାର ସାହାର୍ଯ୍ୟ ସହଯୋଗ କରିପାରିବେ। 

'ମୋ ସ୍କୁଲ' ପରେ ଆସିଲା ‘ମୋ କଲେଜ’

ଭୁବନେଶ୍ବର: 'ମୋ ସ୍କୁଲ' ପରେ ଆରମ୍ଭ ହୋଇଛି 'ମୋ କଲେଜ' ଅଭିଯାନ। ସ୍କୁଲ ଭଳି ଏଥର କଲେଜର ବିକାଶ ଧାରାରେ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ। କିଛି ବର୍ଷ ମଧ୍ୟରେ ମୋ ସ୍କୁଲ ଯୋଜନା ସଫଳ ରୂପାୟନ ହେବା ପରେ ମୋ କଲେଜ ଅଭିଯାନ ପାଇଁ ନୂଆ ସ୍ବପ୍ନ ଏବଂ ଲକ୍ଷ୍ୟ ନେଇ ଏହି ପ୍ରୟାସ ଆରମ୍ଭ କରାଯାଇଛି। ରବିବାର ଅପରାହ୍ନ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ହେଲେ ଏହି ଅଭିଯାନ ଉଚ୍ଚଶିକ୍ଷାନୁଷ୍ଠାନରେ କେତେ ସହାୟକ ହେବ, ଖାସ କରି ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଦାୟ ଏବଂ ଖର୍ଚ୍ଚ ଟଙ୍କାର ସଦୁପଯୋଗ ଦିଗରେ କ'ଣ ପଦକ୍ଷେପ ନିଆଯିବ ତାହାକୁ ନେଇ ସ୍ପଷ୍ଟତା ଆସିଛି। ରାଜ୍ୟରେ ମାତ୍ର କେଇ ବର୍ଷ ମଧ୍ୟରେ ମୋ ସ୍କୁଲ ଅଭିଯାନରେ ସାମିଲ ହେଲାଣି ୨୨ ହଜାରରୁ ଉର୍ଦ୍ଧ୍ୱ ସ୍କୁଲ୍। ଏହାସହ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ କୋଟି କୋଟି ଟଙ୍କା ମଧ୍ୟ ଯୋଡି ହେଲାଣି। 

Also Read: Remedial Class: ପୁରୁଣା ପାଠର ହେବ Revision

Add Zee News as a Preferred Source

ଏହାର ସଫଳ ରୂପାୟନ ପରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ବୃଦ୍ଧି କରିବା ଲାଗି 'ମୋ କଲେଜ' ଅଭିଯାନ ଆରମ୍ଭ ହୋଇଛି। କେବଳ ପୂର୍ବତନ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ଯେକୌଣସି ଅନୁଷ୍ଠାନ ପ୍ରମୁଖ ଯେକୌଣସି ପ୍ରକାର ସାହାର୍ଯ୍ୟ ଯଥା ଆର୍ଥିକ, ଭିତ୍ତିଭୂମି ସମେତ ନିଜ ନିଜ ଅଭିଜ୍ଞତାକୁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇପାରିବେ ବୋଲି ମୋ କଲେଜ ଅଧ୍ୟକ୍ଷ ଆକାଶ ଦାଶନାୟକ କହିଛନ୍ତି। 

ଏହି ଅଭିଯାନରେ ମୋଟ ୭୫୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ସାମିଲ ହୋଇଛି। ନିଜ ମହାବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ବିକାଶଧାରାରେ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ଦେବା ସହ ସେତୁ ସାଜିବ। ମୋ ସ୍କୁଲ ଭଳି ମୋ କଲେଜ ମାଧ୍ୟମରେ ନିଜ ନିଜ କଲେଜକୁ ସହାୟତା କରିପାରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟରେ କୁଳପତି ଅଥବା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ସେମାନଙ୍କୁ ନେଇ ନିୟମିତ ଭାବେ ବୈଠକ ବସିବା ସହ ଆଦାୟ ଖର୍ଚ୍ଚର ହିସାବନିକାଶ ହୋଇ ଆବଶ୍ୟକୀୟ କ୍ଷେତ୍ରରେ ବ୍ୟବହାର କରାଯିବ।

Also Read: ପାଠ ପଢ଼ି କ'ଣ ହେବ? ବେକାରୀ! ରାଜ୍ୟରେ ଅଛନ୍ତି ୪୬, ୭୩୧ ପଞ୍ଜୀକୃତ ଇଞ୍ଜିନିୟର ବେକାର

 

ପୁରାତନ ଛାତ୍ରଛାତ୍ରୀଙ୍କ ସାହାଯ୍ୟ ତଥା ସହଯୋଗରେ ଶିକ୍ଷାନୁଷ୍ଠାନର ବିକାଶ ଧାରା ବଜାୟ ରହିବା ହେଲେ ମହାବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ଅଧ୍ୟାପିକା ପଦବୀର ପୂରଣ ତଥା ପରୀକ୍ଷାଗାର ଭିତ୍ତିଭୂମି ଉନ୍ନତ୍ତିରେ ଏହା କେତେ ସହାୟକ ହେବ ତାହା ଆଗାମୀ ଦିନରେ ଜଣାପଡିବ।

About the Author