କୋରୋନା ଅଟକାଇବାକୁ ଗାଧୁଆ ତୁଠ ଜଗିବ ପୋଲିସ
Advertisement
Article Detail0/zeeodisha/odisha874603

କୋରୋନା ଅଟକାଇବାକୁ ଗାଧୁଆ ତୁଠ ଜଗିବ ପୋଲିସ

ଜନ ଗହଳି ହେବାର ଆଶଙ୍କା କରି ବିଭିନ୍ନ ଜିଲ୍ଲାରେ ସର୍ବସାଧାରଣରେ ହୋଲି ଖେଳକୁ ବ୍ୟାନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହୋଲି ଖେଳକୁ ବାରଣ କରାଯାଇଥିବା ବେଳେ ସୁରକ୍ଷା କଡାକଡି କରାଯାଇଛି।

ଡିଜାଇନ ଫଟୋ

ଭୁବନେଶ୍ବର: ସରକାରଙ୍କ ଟେନସନ ବଢାଇଛି ହୋଲି ଖେଳ। ସମବାର ରାଜ୍ୟବ୍ୟାପୀ ହୋଲି ପାଳନ ହେବ। ଏହି ଅବସରରେ ଜନ ଗହଳି ହେବାର ଆଶଙ୍କା କରି ବିଭିନ୍ନ ଜିଲ୍ଲାରେ ସର୍ବସାଧାରଣରେ ହୋଲି ଖେଳକୁ ବ୍ୟାନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହୋଲି ଖେଳକୁ ବାରଣ କରାଯାଇଥିବା ବେଳେ ସୁରକ୍ଷା କଡାକଡି କରାଯାଇଛି।

ରାଜଧାନୀରେ ହୋଲି କଟକଣା ନେଇ ଡିସିପି (Bhubaneswar DCP) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କୋଭିଡ କଟକଣା ମାନିବାକୁ ଭୁବନେଶ୍ବରବାସୀଙ୍କୁ ଅନୁରୋଧ କରିଛନ୍ତି।  ବାହାରେ ନ ଖେଳି ନିଜ ପରିବାର ସହ ଘରେ ହୋଲି ଖେଳନ୍ତୁ ବୋଲି ସେ କହିଛନ୍ତି। ତେବେ ହୋଲି ପାଇଁ ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ବିଭିନ୍ନ ଛକ ଓ ଗାଧୁଆ ତୁଠରେ ପୋଲିସର ନଜର ରହିବ ବୋଲି ଡିସିପି କହିଛନ୍ତି।

Also Read: Holi Special : ଭାଙ୍ଗ ପ୍ରସ୍ତୁତ କରିବାର ୩ଟି ସରଳ ପ୍ରଣାଳୀ

ସେହିପରି ରାଜଧାନୀ (Bhubaneswar) ରେ ୨୦ଟି PCR ପାଟ୍ରୋଲିଂ କରିବ ଓ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ମୃତୟନ ହେବେ। ଯେଉଁମାନେ ସରକାରଙ୍କ ଆଇନ ଭାଙ୍ଗି ହୋଲି ଖେଳିବେ ଓ କୋଭିଡ ନିୟମ (Covid Guideline) ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସୌମେନ୍ଦ୍ର ପ୍ରିୟଦର୍ଶୀ (Soumendra Pridarshi) ସୂଚନା ଦେଇଛନ୍ତି।

ସେପଟେ ଭୁବନେଶ୍ୱରରୁ ଆଜି ୫୧ କୋରୋନା ପଜିଟିଭ୍ (Coronavirus) ବାହାରିଛନ୍ତି। ସେଥିମଧ୍ୟରୁ ୪୫ଟି ଲୋକାଲ୍ କେସ୍ ଥିବା ବେଳେ ୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ହୋଲି ପାଇଁ ସୋମବାର ଅପରାହ୍ଣ ୩ଟା ଯାଏଁ ମୋ ବସ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହପରି ପର୍ଯ୍ୟଟକଙ୍କ ପାଇଁ ଦିନଟିଏ ବ୍ରହ୍ମପୁର ଗୋପାଳପୁର ବେଳାଭୂମି ବନ୍ଦ ରହିବ। ହୋଲି ଉତ୍ସବ (Holi Fetival) ପରେ ଭିଡ଼ ସମ୍ଭାବନା ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ବନ୍ଦ କରିଛି।