ଭୁବନେଶ୍ବର: ପୁଣି ଥରେ ରାଜ୍ୟରେ କାୟା ମେଲାଇବା ଆରମ୍ଭ କରିଛି କୋରୋନା। ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ବ୍ୟାପୁଛି ମହାମାରୀ। ରାଜ୍ୟରେ କୋରୋନା ପ୍ରକୋପକୁ ନଜରରେ ଦୀର୍ଘ ୧୦ ମାସରୁ ଉର୍ଦ୍ଧ୍ବ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ହେଲେ ପରେ ସ୍ଥିତିକୁ ଦେଖି ଗତ ଜାନୁୟାରୀ ୮ ତାରିଖରୁ ୧୦୦ ଦିନିଆ କଣ୍ଟରେ ବିଦ୍ୟାଳୟ ଖୋଲିଯିବା ସହଆରମ୍ଭ ହୋଇଥିଲା ପାଠପଢା।


COMMERCIAL BREAK
SCROLL TO CONTINUE READING

ଶ୍ରେଣୀଗୃହ ପାଠପଢାକୁ ମାତ୍ର କେଇ ମାସ ସମୟ ବିତିଥିବା ବେଳେ ଏବେ କୋରୋନା ମହମାରୀର (Corona Pandemic) ନୂଆ ରୂପ ତଥା ଦ୍ବିତୀୟ ଲହର (Covid19 Second Wave) ପୁଣି ଥରେ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ଯଦିଓ ବିଗତ କିଛି ସପ୍ତାହ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏକାଧିକ କୋରୋନା ସଂକ୍ରମଣ ଜନିତ ମାମଲା ସାମ୍ନାକୁ ଆସିଛି ହେଲେ ସରକାରୀ ଶିକ୍ଷାନୁଷ୍ଠାନରେ ପ୍ରବେଶ କରିନାହିଁ କୋରୋନା। ଏବେ ସ୍କୁଲ ବନ୍ଦ ହେବାର ସମ୍ଭାବନା ନାହିଁ। 


Also Read: ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ; ବିନା ଅନୁମତିରେ ଚାଲିଛି ଘରୋଇ ବିଦ୍ୟାଳୟ


 


ରାଜ୍ୟରେ ଗୋଟିଏ ପରେ ଗୋଟିଏ ସ୍ଥାନ ରାଉରକେଲା, ଝାରସୁଗୁଡା, କଟକ, ଭୁବନେଶ୍ବର, ଖୋର୍ଦ୍ଧା ଆଦି ଅଞ୍ଚଳରେ ଥିବା କିଛି ଶିକ୍ଷାନୁଷ୍ଠାନରେ କୋରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଯାହାକୁ ନେଇ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଲାଣି। ହେଲେ ସୌଭାଗ୍ୟବଶତଃ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ କୌଣସି ଛାତ୍ରଛାତ୍ର କୋରୋନା ଦ୍ୱାରା କବଳିତ ହୋଇନାହାଁନ୍ତି। 


Also Read: 'ମୋ ସ୍କୁଲ' ପରେ ଆସିଲା ‘ମୋ କଲେଜ’


 


ଯାହା ହୋଇଛି ଘରୋଇ ଶିକ୍ଷାନୁଷ୍ଠାନରେ। ନବମ, ଏକାଦଶ ପାଇଁ ସ୍କୁଲ ବନ୍ଦ ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏହାସହ ଆସନ୍ତା ୩୦ ତାରିଖରେ ସେମାନଙ୍କ ଅଭ୍ୟାସ ପରୀକ୍ଷା ରହିଛି। ଆସନ୍ତା ଏପ୍ରିଲ ମାସରେ ଆହୁରି ଗୋଟିଏ ହେବ। ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ଜାରି ହୋଇଥିବା ସମସ୍ତ ଏସଓପି (SOP) ମାନି ପାଠପଢା କରାଉଛନ୍ତି ତେଣୁ ସ୍କୁଲ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।  


Also Read: Remedial Class: ପୁରୁଣା ପାଠର ହେବ Revision


 


ସେପଟେ ସ୍କୁଲ ବନ୍ଦ ନକରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶିକ୍ଷକ ସଂଘ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି। ସରକାରୀ ସ୍କୁଲରେ ନିରାପଦରେ ପାଠ ପଢାହେଉଛି। ଏବେ ସେପରି ସ୍ଥିତି ଆସିନଥିବା କହିଛନ୍ତି ସେ। ଏପ୍ରିଲ ୧୫ ତାରିଖ ପରେ ସ୍ଥିତିକୁ ଦେଖି କୋରୋନା ଏବଂ ଖରା ପ୍ରକୋପ ଅନୁଯାୟୀ ସ୍କୁଲ ବନ୍ଦ ନିଷ୍ପତ୍ତି ନେବାକୁ ପରମର୍ଶ ଦେଇଛନ୍ତି ଓଷ୍ଟା ସାଧାରଣ ସମ୍ପାଦକ। ସେପଟେ ସ୍କୁଲ ଖୋଲିବା ପରେ ଅଫଲାଇନ କ୍ଲାସ ଦ୍ବାରା ସୁରୁଖୁରୁରେ ପାଠପଢା ହେଉଥିବା ବେଳେ ସ୍କୁଲ ବନ୍ଦ ନହେବା ଘୋଷଣାକୁ ଦଶମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ନିବେଦିତା ସାହୁ ସ୍ବାଗତ କରିଛନ୍ତି।


Also Read: ସରକାରୀ ନିୟମକୁ ବେଖାତିର, ଘରୋଇ ସ୍କୁଲ ବିରୁଦ୍ଧରେ ଅଭିଯୋଗ ଆଣିଲେ ଅଭିଭାବକ


 


ଗୋଟିଏ ପଟେ ବୋର୍ଡ ପରୀକ୍ଷା ଆଉ ପାଠପଢା ଚିନ୍ତା ଅନ୍ୟପଟେ ମହାମାରୀର ପ୍ରକୋପ। ଏହାରି ମଧ୍ୟରେ ଠିକ ସମୟରେ ସଠିକ ନିଷ୍ପତ୍ତି ନେବା ହିଁ ଶ୍ରେୟସ୍କର।