କମିଲା ଶୀତ, ଏବେ ଉପରମୁହାଁ ହେବ ପାରଦ
ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରାରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଉଠିଲା ପାରଦ, କମିଲା ଶୀତ । ରାଜ୍ୟରେ ଲଗାତର ଶୀତ ଲହରି ପ୍ରକୋପ କମିବା ପରେ ଗତକାଲି ଠାରୁ ତାପମାତ୍ରା ଉପର ମୁହାଁ ହୋଇଛି । ତେବେ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରାରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ଏହାସହ ପଶ୍ଚିମା ଝଡ ଆଗମନର ଆଶଙ୍କା ଏବଂ ବଙ୍ଗୋପସାଗର (Bay Of Bengal) ଅଞ୍ଚଳରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପ୍ରଭାବରେ ୩ ତାରିଖରୁ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ହେବ । ୪ ତାରିଖରେ ବର୍ଷାର ପରିମାଣରେ ବଢିବା ସହ କୁଆ ପଥର ବୃଷ୍ଟି ନେଇ ଆଭ୍ୟନ୍ତରୀଣ-ଉତ୍ତର ଓଡିଶାର ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି ହୋଇଛି ।
Also Read: ଏସିଆ ମହିଳା କପ୍ ପାଇଁ ଥିମ୍ ସଙ୍ଗ ପ୍ରସ୍ତୁତ କଲେ ଓଡ଼ିଆ ଯୁବକ
ତେବେ ଆସନ୍ତାକାଲି ୬ ଜିଲ୍ଲା କନ୍ଧମାଳ, ଗଂଜାମ, ଗଜପତି, ରାୟଗଡା, ନୟାଗଡ ଓ କଟକ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।