ଏସିଆ ମହିଳା କପ୍ ପାଇଁ ଥିମ୍ ସଙ୍ଗ ପ୍ରସ୍ତୁତ କଲେ ଓଡ଼ିଆ ଯୁବକ
Advertisement
Article Detail0/zeeodisha/odisha1086151

ଏସିଆ ମହିଳା କପ୍ ପାଇଁ ଥିମ୍ ସଙ୍ଗ ପ୍ରସ୍ତୁତ କଲେ ଓଡ଼ିଆ ଯୁବକ

ଗୀତ ରଚନା କରିଛନ୍ତି ଇମ୍ରାନ ଫର୍ ହାନ (Imran Farhan) । କ୍ୟାମେରା ପରିଚାଳନା ଓ ସମ୍ପାଦନା ରେ ଅଛନ୍ତି ମୌସମ୍ ସାହୁ । କ୍ରିଏଟିଭ ହେଡ ଅଛନ୍ତି ପ୍ରଶାନ୍ତ ନନ୍ଦୀ ।

ଏସିଆ ମହିଳା କପ୍ ପାଇଁ ଥିମ୍ ସଙ୍ଗ ପ୍ରସ୍ତୁତ କଲେ ଓଡ଼ିଆ ଯୁବକ

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ନଭି ମୁମ୍ବାଇ ଠାରେ ଆୟୋଜିତ ଏଏଫ୍ ସି ୱିମେନସ ଏସିଆନ କପର ଥିମ୍ ସଙ୍ଗ ପ୍ରସ୍ତୁତ କରି ଓଡ଼ିଆ ଯୁବକ ଏବେ ଚର୍ଚ୍ଚାରେ । ସେ ହେଉଛନ୍ତି ଯୁବ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ। ଜାନୁଆରୀ ୨୦ ରୁ ଫେବୃଆରୀ ୬ ତାରିଖ ଯାଏ ପୁନେ, ମୁମ୍ବାଇ ଓ ନଭି ମୁମ୍ବାଇ ରେ ଅନୁଷ୍ଠିତ ହେଉଥିବା ଏଏଫସି ୱିମେନସ ଏସିଆନ କପ୍ ର ଥିମ୍ ସଙ୍ଗ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ନଭି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ପକ୍ଷରୁ ଏହି ଅଫର୍ ମିଳିଥିଲା। 

ଆଉ ଏଭଳି ସଫଳତାକୁ ହାତଛଡା କରିନଥିଲେ ସେ। ଅନୁରାଗଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏଥିରେ କଣ୍ଠ ଦାନ କରିଛନ୍ତି ନାବ୍ୟା ଜୟତି । ଗୀତ ରଚନା କରିଛନ୍ତି ଇମ୍ରାନ ଫର୍ ହାନ (Imran Farhan) । କ୍ୟାମେରା ପରିଚାଳନା ଓ ସମ୍ପାଦନା ରେ ଅଛନ୍ତି ମୌସମ୍ ସାହୁ । କ୍ରିଏଟିଭ ହେଡ ଅଛନ୍ତି ପ୍ରଶାନ୍ତ ନନ୍ଦୀ । ଷ୍ଟୁଡିଓ 6ରେ ଏହାକୁ ରେକର୍ଡ କରାଯାଇଛି। 

fallback

Also Read: Budget ରେ କ୍ରିପ୍ଟୋକୁ ନେଇ ବଡ଼ ଘୋଷଣା, ଜାଣନ୍ତୁ କେତେ ଦେବାକୁ ପଡ଼ିବ Tax

ସୂଚନାଯୋଗ୍ୟ ଯେ ଏଏଫସି ୱିମେନସ ଏସିଆନ କପ୍ ରେ ଭାରତ ସମେତ ଚାଇନା ପିଆର, ଚାଇନିଜ ତାଇପେଇ, ଆଇ ଆର ଇରାନ, ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ଫିଲିପାଇନସ, ଇଣ୍ଡୋନେସିଆ, ଜାପାନ, କୋରିଆ ରିପବ୍ଲିକ, ଭିଏତନାମ ଓ ମିଆମାର ଆଦି ୧୨ଟି ଦଳ ଭାଗ ନେଉଛନ୍ତି। ତେବେ ଅନୁରାଗ, ନାବ୍ୟା ଓ ମୌସମଙ୍କ ଏହି ସଫଳତା ଓଡି଼ଶାବାସୀ (Odisha) ଙ୍କ ପାଇଁ ନିଶ୍ଚିତ ଗର୍ବର ବିଷୟ।