ବ୍ରହ୍ମପୁର: ସହରରେ ପୁଣିଥରେ ସକ୍ରିୟ ହୋଇ ଉଠିଛନ୍ତି ଚୋରି ଗ୍ଯାଙ୍ଗ। ୨୪ ଘଣ୍ଟା ମଧ୍ୟରେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ହୋଇଥିବା ହୋଇଥିବା ୩ଟି ବଡ ଧରଣର ଚୋରି ଯେମିତି ପୋଲିସର ଯେମିତି ନିଦ ହଜାଇ ଦେଇଛି। ଥାନା ଠାରୁ ଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ଦୋକାନରୁ ତାଲା ଭାଙ୍ଗି ପୋଲିସକୁ ଖୋଲା ଚ୍ଯାଲେଞ୍ଜ ଦେଇ ଚୋର ଚୋରି କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସମାନ ଢଙ୍ଗରେ ରାତି ଅଧିଆ ୩ଟି ଚୋରି ପଛରେ ଏରଗୁଲା ଗ୍ଯାଙ୍ଗର ହାତ ଥିବା ଅନୁମାନ କରାଯାଉଛି। ସେପଟେ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନ କୁକୁର ସହାୟତାରେ ତଦନ୍ତ  ଆରମ୍ଭ କରିଛି।


Also Read: ଲୁଟ ହୋଇଥିବା ଅଳଙ୍କାର ଜବତ; ପେସାଦାର ଚୋର ସହ ବଣିଆ ଗିରଫ


ବ୍ରହ୍ମପୁର ସହରରେ ପୁଣିଥରେ ସକ୍ରିୟ ଏରଗୁଲା ଗ୍ଯାଙ୍ଗ! ରାତି ଅଧିଆ ପୋଲିସକୁ ଚୋର ଗ୍ଯାଙ୍ଗର ଖୋଲା ଚ୍ଯାଲେଞ୍ଜ। ଥାନା ଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ହାର୍ଡୱେର ଦୋକାନ ଘରୁ ତାଲା ଭାଙ୍ଗି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା। ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି ଚୋରଙ୍କ ଗତିବିଧି। ଗତ ୨୪ ଘଣ୍ଟା ମଧ୍ୟରେ ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ୩ଟି ବଡ ଧରଣର ଚୋରି ଘଟଣା ପୋଲିସର ନିଦ ହଜାଇ ଦେଇଛି।  


ଦୀପ ତଳ ଅନ୍ଧାର ହେଲା ଭଳି ଭିଜିଲାନ୍ସ ଏସପି ଅଫିସ, ତହସିଲଦାର କାର୍ଯ୍ଯାଳୟ, ବୈଦ୍ୟନାଥପୁର ଥାନ ଭଳି ହାଇ ଟାଇଡ ଅଞ୍ଚଳରେ ଏବେ ଢିଲା ପେଟ୍ରୋଲିଂ ବ୍ୟବସ୍ଥାର ଫାଇଦା ଚୋର ଉଠାଇଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ହାର୍ଡୱେର ଦୋକାନରୁ ତାଲା ଭାଙ୍ଗି ନଗଦ ୭ ଲକ୍ଷ ଟଙ୍କା ସହ ଆସବାବପତ୍ର ଏବଂ ସେହି ରାତିରେ ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଏକ ସପିଂ ମଲରୁ ତାଲା ଭାଙ୍ଗି ୮ ଲକ୍ଷ ଟଙ୍କା ଚୋରି କରି ଚମ୍ପଟ ମାଗିଛନ୍ତି ଚୋର। 


Also  Read: ଛାତ କରି ଲୁଟିଥିବା ଗହଣା ଚୋରକୁ ବାନ୍ଧିଲା ପୋଲିସ


ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଟିଫିକ୍ ଟିମ୍ ସହ ସନ୍ଧାନ କୁକୁର ସହାୟତାରେ ଏ ଘଟଣାରେ ତନାଘନା ଆରମ୍ଭ କରିଛି। ଚୋରଙ୍କ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିବା ସହ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ଚୋରି ପଛରେ ଏରଗୁଲା ଗ୍ୟାଙ୍ଗ ରହିଥିବା ଅନୁମାନ କରାଯାଉଥିବା ବେଳେ ଅତିଶୀଘ୍ର ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।