ଲୁଟ ହୋଇଥିବା ଅଳଙ୍କାର ଜବତ; ପେସାଦାର ଚୋର ସହ ବଣିଆ ଗିରଫ
Advertisement
Article Detail0/zeeodisha/odisha918619

ଲୁଟ ହୋଇଥିବା ଅଳଙ୍କାର ଜବତ; ପେସାଦାର ଚୋର ସହ ବଣିଆ ଗିରଫ

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ପେସାଦାର ଚୋର ରହିଥିବା ବେଳେ ଜଣେ ବଣିଆ ଏହି ଚୋରିରେ ସମ୍ପୃକ୍ତ ଅଛନ୍ତି।

ଲୁଟ ହୋଇଥିବା ଅଳଙ୍କାର ଜବତ; ପେସାଦାର ଚୋର ସହ ବଣିଆ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ପୋଲିସକୁ ମିଳିଛି ବଡ ସଫଳତା। ଏହି ଥାନା ଅନ୍ତର୍ଗତ ଲେଙ୍କାଖାଲି ଗ୍ରାମର କାଶୀନାଥ ଦଳେଇଙ୍କ ଘରୁ ମଧ୍ୟ ରାତ୍ରରେ ଦୁର୍ବୁତ୍ତ ପ୍ରାୟ ୨୧୦ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏ ଘଟଣାରେ ପୋଲିସ ଘଟଣାର ଛାନଭିନ କରି ଚୋରି ହୋଇଯାଇଥିବା ଅଳଙ୍କାର ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ପେସାଦାର ଚୋର (Professional Thief) ରହିଥିବା ବେଳେ ଜଣେ ବଣିଆ (Gold Smith) ଏହି ଚୋରିରେ ସମ୍ପୃକ୍ତ ଅଛନ୍ତି। ଜବତ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏନେଇ ଥାନାରେ କେସ ନମ୍ବର ୨୯୭/୨୧ ଆଧାରରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ (Ganjam) ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ (Additional Superintendent of Police) ବିଜୟ କୁମାର ମଲ୍ଲିକ ହିଞ୍ଜିଳି ଥାନାରେ (Hinjilicut Police) ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।