`ତୃତୀୟ ଲହର ରୋକିବାକୁ ହେଲେ ଟିକାକରଣ ଜରୁରୀ`
ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସେହିପରି ତୃତୀୟ ଲହର ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି ତୃତୀୟ ଲହର ପାଇଁ ରାଜ୍ୟ ସରକର ପ୍ତସ୍ତୁତ ଅଛନ୍ତି।
ସରୋଜ ବେହେରା, ଭୁବନେଶ୍ୱର: ବିଭିନ୍ନ ଦେଶରେ କୋରୋନାର ତୃତୀୟ ଲହର ଆସିବା ପରେ ଓଡି଼ଶାରେ ମଧ୍ଯ ଏହା ଆସିବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି ବିଶେଷଜ୍ଞଙ୍କ ଆକଳନ ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ସେପଟେ ରାଜ୍ୟରେ ଏବେ ତଳମୁହାଁ ସଂକ୍ରମଣ ଗ୍ରାଫ।ଆଉ ଚଳିତ ମାସ ଶେଷ ସୁଦ୍ଧା ଆହୁରି ତଳକୁ ଖସିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।
ଗତ ୫ ଦିନ ଧରି ରାଜ୍ଯରେ ୩ ହଜାର ଟ୍ରେଣ୍ଡ ଜାରି ରହିଛି । ହେଲେ ଗତ ୨୪ଘଣ୍ଟାର ରିପୋର୍ଟ ସାମାନ୍ୟ ଆଶ୍ୱସ୍ତକର ରହିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୩ ହଜାର ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ସଂକ୍ରମଣ ଯଥେଷ୍ଟ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯଦିଓ ରାଜ୍ୟରେ ଏବେ ସଂକ୍ରମଣ ହାର ଓ ଦୈନିକ ସଂକ୍ରମଣ ତଳମୁହାଁ ଅଛି ହେଲେ ମୁଣ୍ଡ ଉପରେ ତୃତୀୟ ଲହର (Corona Third Wave) ଚିନ୍ତା ରହିଛି । ସେପଟେ କିନ୍ତୁ ଏହାର ପ୍ରଭାବକୁ ନେଇ ବିଶେଷଜ୍ଞଙ୍କ ଆକଳନ ସାମାନ୍ୟ ଚିନ୍ତା କମାଇଛି । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସେହିପରି ତୃତୀୟ ଲହର ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ତସ୍ତୁତ ଅଛନ୍ତି।
Also Read: Vaccine ନେବା ପରେ ଯଦି ଦେଖୁଛନ୍ତି ଏମିତି ଲକ୍ଷଣ ତେବେ ହୋଇଯାଆନ୍ତୁ ସାବଧାନ !
ସେପଟେ ଆମଦେଶରେ ମାତ୍ର ୭ ଜଣ ମାରାତ୍ମକ ଡେଲଟା ପ୍ଲସ ଭାରିଆଣ୍ଟ (Delta Plus Variant) ରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଚିହ୍ନଟ କରି ଆଇସୋଲେଟ କରାଯାଇଛି। ଯଦି ଆଉ କିଏ ଏହି ଭାରିଆଣ୍ଟରେ ଆକ୍ରାନ୍ତ ହୁଅନ୍ତି ତାଙ୍କୁ ଯଥଶୀଘ୍ର ଆଇସୋଲେଟ (Isolate) କଲେ ଏହା ଅଧିକ କ୍ଷତି କରିପାରିବ ନାହିଁ । ସେପଟେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଲୋକେ ଭୟରେ ଅଛନ୍ତି । କାରଣ କୋରୋନା ନେଗେଟିଭ୍ ହେବା ପରେ ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁ ହେଇଛି । ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ଜୋରଦାର କରିବାକୁ ପଡିବ । କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଆମେ ଟୀକାକରଣ କରିବୁ । ଟିକାକରଣ (Corona Vaccination) ନେଇ ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଓ ଆମେ ପ୍ରସ୍ତୁତ ବି ରହିଛୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ।