• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

Vaccine ନେବା ପରେ ଯଦି ଦେଖୁଛନ୍ତି ଏମିତି ଲକ୍ଷଣ ତେବେ ହୋଇଯାଆନ୍ତୁ ସାବଧାନ !

ଯାହା ଫଳରେ ଏହାକୁ ଦେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଗୋଟିଏ ଦିନ ପୂର୍ବରୁ ହିଁ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ଲୋକ ଭ୍ୟାକସିନ ନେବାର ୨୦ ଦିନ ପରେ ହିଁ ରକ୍ତଜମାଟ ବାନ୍ଧୁଥିବା ନେଇ ସମସ୍ୟା ଜଣାଇଛନ୍ତି ।

Vaccine ନେବା ପରେ ଯଦି ଦେଖୁଛନ୍ତି ଏମିତି ଲକ୍ଷଣ ତେବେ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ: କୋରୋନାକୁ ମାତ୍ ଦେବାକୁ ଏବେ ଦେଶରେ ଜୋରଦାର ଚାଲିଛି ଟିକାକରଣ । କାରଣ କୋରୋନାକୁ ହରାଇବାକୁ ହେଲେ ଟିକାକରଣ ବ୍ୟାପକ କରିବାକୁ ହେବ । ମାତ୍ର ଭ୍ୟାକସିନ ଲଗାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ନେଇ ଅନେକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।  ପ୍ରକୃତରେ କୋଭିସିଲ୍ଡ ଭ୍ୟାକସିନ ଲଗାଇବା ପରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଯିବା ନେଇ ଅଭିଯୋଗ ହୋଇଛି । ଯାହା ଫଳରେ ଏହାକୁ ଦେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଗୋଟିଏ ଦିନ ପୂର୍ବରୁ ହିଁ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ଲୋକ ଭ୍ୟାକସିନ ନେବାର ୨୦ ଦିନ ପରେ ହିଁ ରକ୍ତଜମାଟ ବାନ୍ଧୁଥିବା ନେଇ ସମସ୍ୟା ଜଣାଇଛନ୍ତି ।

ଜାରି ହୋଇଥିବା ଆଡଭାଇଜରୀ ମୁତାବିକ, ଯେକୌଣସି ଭ୍ୟାକସିନ (Vaccine) ନେବା ପରେ ଯଦି ଆପଣଙ୍କ ଶରୀରରେ ଛେତାପଣ, ଛାତିରେ ଯନ୍ତ୍ରଣା, ବିନା ବାନ୍ତିରେ ପେଟରେ ଯନ୍ତ୍ରଣା, ପ୍ରଚଣ୍ଡ ମୁଣ୍ଡବ୍ୟଥା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ପରି ଲକ୍ଷଣ ଦେଖାଦେଲେ ତେବେ ଟିକାକରଣ କେନ୍ଦ୍ରକୁ ଯାଇ ରିପୋର୍ଟ କରିବାକୁ କୁହାଯାଇଛି। 

Also Read: M-Yoga app ବିଷୟରେ କିଛି ଅଜଣା କଥା, ଯାହା ଜାଣିବା ଜରୁରୀ

ଏହି ସବୁ ଲକ୍ଷଣ ଦେଖାଦେଲେ ଅଣଦେଖା କରନ୍ତୁନି: 

1- ଯଦି ଇଞ୍ଜେକସନ ନେଇଥିବା ସ୍ଥାନ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ନାଲି ରଙ୍ଗର ଚିହ୍ମ ଦେଖନ୍ତି ତେବେ ସତର୍କ ରୁହନ୍ତୁ।

2-ଯଦି ଆପଣଙ୍କୁ ମାଇଗ୍ରେନର ସମସ୍ୟା ନାହିଁ ତେବେ ବାରମ୍ବାର ବାନ୍ତି ନହୋଇ ପେଟରେ ଯନ୍ତ୍ରଣା ରହିବା ଓ ଲଗାତାର ମୁଣ୍ଡବିନ୍ଧା ରୁହେ ତେବେ ଭ୍ୟାକସିନେସନ ସେଣ୍ଟରକୁ ଯାଇ ଲକ୍ଷଣ ସମ୍ବନ୍ଧ୍ୱରେ ଅବଗତ କରାନ୍ତୁ ।

3-ଭ୍ୟାକସିନ ଲଗାଇବା ପରେ ଥକ୍କାପଣ, ଶରୀରର କୌଣସି ଅଙ୍ଗ ହଠାତ୍ କାମ କରିବା ବନ୍ଦ କରିଦେବା, ବିନା କୌଣସି କାରଣରେ ଲଗାତାର ବାନ୍ତି ହେବା, ଆଖି ବିନ୍ଧା ସହ ଧୂସର ଧୂସର ଦିଶିବା, କନଫ୍ୟୁଜନ ଡିପ୍ରେସନ ଓ ମୁଡ୍ ସ୍ୱିଂଙ୍ଗ ହେବା ବି ସାଧାରଣ କଥା ନୁହେଁ, ଏହି ସବୁ ଲକ୍ଷଣ ବିଷୟରେ ଭ୍ୟାକସିନେସନ ସେଣ୍ଟର(Vaccination Center) ରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଅବଗତ କରାଯିବା ଜରୁରୀ ।

Also Read: ଆମ୍ବ ଖାଇଲା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନହେଲେ ଆସିପାରେ ବିପଦ

କଣ ପାଇଁ ଜାରି ହୋଇଛି ଆଡଭାଇଜରୀ: ପ୍ରକୃତରେ କୋରୋନା ଟିକା (Corona Vaccine) ନେବାପରେ ଜ୍ୱର ଏବଂ ମୁଣ୍ଡବିନ୍ଧାର ଅଭିଯୋଗ ଅନେକ ଲୋକଙ୍କଠାରେ ଦେଖାଦେଇଛି । ଟୀକାକରଣର ପ୍ରତିକୂଳ ପ୍ରଭାବ ଉପରେ ଗଠିତ ଜାତୀୟ କମିଟି ମଧ୍ୟ ଏହା ନିଶ୍ଚିତ କରିଛି। ଏହି କାରଣରୁ, ଟୀକାକରଣ ପରେ ଏହି ଲକ୍ଷଣଗୁଡିକ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଏବଂ ଭୟ ମଧ୍ୟ ଦେଖାଯାଇଥିଲା । ଏହି କାରଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Ministry Of Health and Family Welfare) ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ଟିକା ଗ୍ରହଣକାରୀଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି।

Also Read: ମୋନୋକ୍ଲୋନାଲ ଆଣ୍ଟିବଡି କ’ଣ ଓ ଏହା କୋଭିଡ-୧୯ ଚିକିତ୍ସାରେ କେତେ ପ୍ରଭାବଶାଳୀ?

ଟୀକାକରଣର ପ୍ରତିକୂଳ (Vaccination Side Effects) ପ୍ରଭାବ ଉପରେ ଜାତୀୟ କମିଟି କହିଛି ଯେ, ଦେଶରେ ରକ୍ତ ଜମାଟ ବାନ୍ଧିବା ଘଟଣା କୋଭିସିଲ୍ଡ ଟିକା ସହିତ ଜଡିତ ହୋଇପାରେ। କମିଟି ଅନୁଯାୟୀ, କୋଭିସିଲ୍ଡ (Covishield) ଟିକା ପ୍ରତି ଏକ ମିଲିୟନ୍ ଡୋଜରେ ଭାରତରେ ମାତ୍ର ୦.୬୧ ପ୍ରତିଶତ ରକ୍ତ ଜମାଟ ବାନ୍ଧିଥିବାର ଦେଖାଯାଇଛି।