Weather Update, ନୂଆଦିଲ୍ଲୀ: ଚଳିତ ସପ୍ତାହରେ ରାଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇପାରେ। କାରଣ ରାଜ୍ୟରେ ପାରା କମୁଥିବା ବେଳେ ଆଗାମୀ ଦିନରେ ବର୍ଷା ହେବାର ସମ୍ଭାବନା ଅଛି। ନଭେମ୍ବର ୧୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ତେବେ ଏହାର ପ୍ରଭାବ ଓଡିଶା ଉପରେ କେତେ ମାତ୍ରାରେ ପଡିବ ତାହା ସ୍ପଷ୍ଟ ହୋଇନାହିଁ। ଯଦି ବର୍ଷା ହୁଏ ତେବେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଶେଷଜ୍ଞଙ୍କ ସୂଚନାନୁସାରେ, ଆସନ୍ତା ୧୬ ତାରିଖ ବେଳରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ତେବେ ଓଡିଶା ଉପରେ ଏହାର କେତେ ପ୍ରଭାବ ପଡିବ ସେ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କିନ୍ତୁ ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ତିନିରୁ ଚାରି ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଗତ ୨୪ ଘଣ୍ଟାରେ ରାଜ୍ୟର ୪ଟି ସହରର ସର୍ବନିମ୍ନ ତାପମାତ୍ରା ପାଖାପାଖି ୧୩ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟ ଓ ଦାରିଙ୍ଗିବାଡିରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି।


Also Read: Malkangiri Encounter: ଗଞ୍ଜେଇ ମାଫିଆଙ୍କୁ ଗୁଳି କରି ମାଓବାଦୀ ସଜାଇ ଦେଲେ ସୁରକ୍ଷାକର୍ମୀ!


ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। କୌଣସି ଜିଲ୍ଲାକୁ ବର୍ଷା କିମ୍ବା ଶୀତ ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇନାହିଁ। ତେବେ ପାଣିପାଗ ବିଭାଗ କହିଛି, ଆସନ୍ତା ତିନି ଦିନ ମଧ୍ୟରେ ରାତିର ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ଖସିବ। କିନ୍ତୁ ଅନ୍ୟକ ଅଞ୍ଚଳର ପାଣିପାଗରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ଗତ ୨୪ ଘଣ୍ଟାରେ କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୋଳ ଓ କେନ୍ଦୁଝର କିଛି ଅଞ୍ଚଳରେ ପ୍ରବଳି ଶୀତ ଅନୁଭୂତ ହୋଇଛି।