5G Smartphone: 5Gକୁ ନେଇ ବଡ଼ ନିଷ୍ପତ୍ତି, ୧୦ ହଜାରରୁ ଅଧିକ ମୂଲ୍ୟର ଫୋନ୍ ତିଆରି କରୁଥିବା କମ୍ପାନୀ ଉପରେ ଲାଗୁ ହେବ ଏହି ନିୟମ
5G Smartphone: ଶିଳ୍ପ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ଭାରତରେ ୭୫ କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଛନ୍ତି । ୧୦ କୋଟି ଲୋକଙ୍କ ପାଖରେ 5G ରେଡି ଫୋନ୍ ଥିବାବେଳେ ୩୫ କୋଟିରୁ ଅଧିକ ଉପଭୋକ୍ତା 3G କିମ୍ବା 4G ରେ କାମ କରୁଥିବା ଫୋନ୍ ବ୍ୟବହାର କରୁଛନ୍ତି ।
ନୂଆଦିଲ୍ଲୀ: 5G Smartphone: 5G ସର୍ଭିସେସକୁ ନେଇ ଲଗାତର ଭାବରେ ନୂତନ ସୂଚନା ସାମ୍ନାକୁ ଆସୁଛି । ଏହି କ୍ରମରେ ସର୍ବଶେଷ ବିବରଣୀ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ (Smartphone Manufacturing Company) ସହିତ ଜଡିତ ରହିଛି । ANI ରିପୋର୍ଟ ଅନୁଯାୟୀ, ହ୍ୟାଣ୍ଡସେଟ ନିର୍ମାତା କମ୍ପାନୀଗୁଡ଼ିକର ପ୍ରତିନିଧୀମାନେ ବୁଧବାର ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କମ୍ପାନୀଗୁଡିକ ୧୦ ହଜାରରୁ ଉପରେ 4G ଫୋନର ଉତ୍ପାଦନକୁ ହ୍ରାସ କରିବାକୁ ଆଶ୍ୱାସନା ଦେଇଛନ୍ତି । କମ୍ପାନୀଗୁଡିକ ଧୀରେ ଧୀରେ 4G ରୁ 5G କୁ ସ୍ଥାନାନ୍ତର ହେବା ବିଷୟରେ ଆଲୋଚନା କରିଛନ୍ତି । ରିପୋର୍ଟ ଅନୁଯାୟୀ, ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେଶନ୍ସ (DoT) ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ର ବରିଷ୍ଠ ଅଧିକାରୀମାନେ ମୋବାଇଲ୍ ଅପରେଟର ଓ ସ୍ମାର୍ଟଫୋନ୍ ନିର୍ମାତାମାନଙ୍କ ସହ ଏକ ବୈଠକ କରିଛନ୍ତି ।
5G ସେବା ବୁଷ୍ଟ ପାଇଁ ଅଧିକାରୀମାନେ ତିନି ମାସର ଟ୍ରାଇଫ୍ରେମ୍ ଦେଇଛନ୍ତି । ଏହି ବୈଠକରୁ ଜଣେ ବ୍ୟକ୍ତି ପ୍ରାପ୍ତ କରିଥିବା ସୂଚନା ANI କୁ ପ୍ରଦାନ କରିଛନ୍ତି । ନାମ ଗୋପନ ରଖିବା ସର୍ତ୍ତରେ ବ୍ୟକ୍ତି ଜଣକ କହିଛନ୍ତି ଯେ, ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଧୀରେ ଧୀରେ 4G ରୁ 5G କୁ ସ୍ଥାନାନ୍ତରିତ ହେବେ । ବିଶେଷକରି ୧୦ ହଜାର ଟଙ୍କାରୁ ଅଧିକ ବଜେଟର ଫୋନ୍ । ଅର୍ଥାତ ଆଗାମୀ ଦିନରେ ଆମେ ୧୦ ହଜାର ଟଙ୍କାରୁ ଅଧିକ ବଜେଟରେ କେବଳ 5G ସ୍ମାର୍ଟଫୋନ୍ ପାଇବୁ । ଶିଳ୍ପ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ଭାରତରେ ୭୫ କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଛନ୍ତି । ୧୦ କୋଟି ଲୋକଙ୍କ ପାଖରେ 5G ରେଡି ଫୋନ୍ ଥିବାବେଳେ ୩୫ କୋଟିରୁ ଅଧିକ ଉପଭୋକ୍ତା 3G କିମ୍ବା 4G ରେ କାମ କରୁଥିବା ଫୋନ୍ ବ୍ୟବହାର କରୁଛନ୍ତି ।
ଅଧିକ ପଢ଼ନ୍ତୁ:-BCCI ହଠାତ୍ ନେଲା ଏକ ବଡ଼ ନିଷ୍ପତ୍ତି, ଟି-20 ବିଶ୍ୱକପ ପାଇଁ ଭାରତୀୟ ଦଳରେ ସାମିଲ ହେବେନି ଏହି ୨ ଖେଳାଳି
ଅଧିକ ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଖରାପ ଖବର! ସରକାରଙ୍କ ନୂଆ ଆଦେଶ ଯୋଗୁଁ ବାତିଲ ହୋଇଯିବ ଏସବୁ କାର୍ଡ
ଅଧିକ ପଢ଼ନ୍ତୁ:-ବିନା ଟେନସନରେ ଥଣ୍ଡାରେ ବ୍ୟବହାର କରନ୍ତୁ ହିଟର ଓ ଗିଜର, ବିଜୁଳି ବିଲ୍ ଆସିବ ଅଧାରୁ କମ୍! ଘରେ କେବଳ ଫିଟ୍ କରିନିଅନ୍ତୁ ଏହି ଛୋଟ ଡିଭାଇସ୍
ଏହି ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଯେଉଁଥିରେ ଆପଲ୍, ସାମସଙ୍ଗ ସମେତ ଅନ୍ୟ ଟେଲିକମ୍ ଅପରେଟରଙ୍କ ସହ ବ୍ରାଣ୍ଡର କାର୍ଯ୍ୟନିର୍ବାହୀମାନେ ମଧ୍ୟ ସାମିଲ ହୋଇଥିଲେ । ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ସ୍ମାର୍ଟଫୋନ୍ କମ୍ପାନୀ ଓ ଟେଲିକମ୍ ଅପରେଟରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପାଇଁ ଏହି ବୈଠକ ଆୟୋଜିତ ହୋଇଛି । 5G ସେବା ଯୋଗାଇବା ପାଇଁ ସ୍ମାର୍ଟଫୋନ୍ ନିର୍ମାତାମାନେ ନିଜ ଫୋନରେ ଟେଲିକମ୍ ଅପରେଟରମାନଙ୍କ ସହିତ ପରୀକ୍ଷା ଆରମ୍ଭ କରିବାକୁ ରାଜି ହୋଇଛନ୍ତି । ଭାରତରେ ୧୦ କୋଟିରୁ ଅଧିକ 5G ରେଡି ଫୋନ୍ ଅଛି, କିନ୍ତୁ ଅନେକ ଡିଭାଇସ୍ 5G ଇନେବଲ ନୁହେଁ ।
ଏହି ତାଲିକାରେ ଆପଲ୍ ଠାରୁ ଆରମ୍ଭ କରି ସାମସଙ୍ଗ ପର୍ଯ୍ୟନ୍ତ ଡିଭାଇସ୍ ସାମିଲ ରହିଛି । ଉଭୟ କମ୍ପାନୀ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଉପଭୋକ୍ତାମାନେ 5G ସପୋର୍ଟର ଅପଡେଟ୍ ପାଇବେ, ଯାହା ପରେ ସେମାନେ ନିଜ ଫୋନରେ 5G ସେବା ବ୍ୟବହାର କରିବାରେ ସକ୍ଷମ ହେବେ । ବର୍ତ୍ତମାନ 5G ନେଟୱାର୍କ କୌଣସି ଆଇଫୋନରେ ଆସୁନାହିଁ ।