T20 World Cup 2022: BCCI ହଠାତ୍ ନେଲା ଏକ ବଡ଼ ନିଷ୍ପତ୍ତି, ଟି-20 ବିଶ୍ୱକପ ପାଇଁ ଭାରତୀୟ ଦଳରେ ସାମିଲ ହେବେନି ଏହି ୨ ଖେଳାଳି
Advertisement
Article Detail0/zeeodisha/odisha1393020

T20 World Cup 2022: BCCI ହଠାତ୍ ନେଲା ଏକ ବଡ଼ ନିଷ୍ପତ୍ତି, ଟି-20 ବିଶ୍ୱକପ ପାଇଁ ଭାରତୀୟ ଦଳରେ ସାମିଲ ହେବେନି ଏହି ୨ ଖେଳାଳି

T20 World Cup 2022: ଜସପ୍ରୀତ ବୁମ୍ରାଙ୍କ ପରେ ଦୀପକ ଚହର ଆହତ ହେବା ଯୋଗୁଁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଛି । ଏଭଳି ପରିସ୍ଥିତିରେ ବିସିସିଆଇ ସିରାଜ, ଶାମି ଏବଂ ଶାର୍ଦୁଲଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ନିଷ୍ପତ୍ତି ନେଇଛି । ଯାହା ଦ୍ୱାରା ଦ୍ରୁତ ବୋଲରଙ୍କ ଅଭାବ ପୂରଣ ହୋଇପାରିବ । ସେପଟେ ଯୁବ ସ୍ପିନର ରବି ବିଷ୍ଣୋଇ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟରଙ୍କୁ ଝଟକା ଲାଗିଛି ।

T20 World Cup 2022: BCCI ହଠାତ୍ ନେଲା ଏକ ବଡ଼ ନିଷ୍ପତ୍ତି, ଟି-20 ବିଶ୍ୱକପ ପାଇଁ ଭାରତୀୟ ଦଳରେ ସାମିଲ ହେବେନି ଏହି ୨ ଖେଳାଳି

ନୂଆଦିଲ୍ଲୀ: T20 World Cup 2022: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ (Mohammad Siraj), ମହମ୍ମଦ ଶାମି (Mohammed Shami) ଏବଂ ଶାର୍ଦ୍ଦୁଲ ଠାକୁର (Shardul Thakur) ଖୁବ ଶୀଘ୍ର ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ 2022 (T20 World Cup 2022) ଭାରତୀୟ ଦଳ (Team India) ରେ ଯୋଗଦେବେ । ଅନ୍ୟପଟେ ପିଠିରେ ଆଘାତ ଲାଗିଥିବାରୁ ଦୀପକ ଚହର ଆଗାମୀ ଟି-20 ବିଶ୍ୱକପରୁ ବାଦ ପଡିଛନ୍ତି । ଦୀପକ ଚହର (Deepak Chahar) ଜଣେ ଷ୍ଟାଣ୍ଡବାଇ ଖେଳାଳି ଥିଲେ । ମନେ କରାଯାଉଥିଲା ଯେ, ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ତାଙ୍କୁ ମୁଖ୍ୟ ଦଳରେ ସାମିଲ କରାଯାଇପାରେ । କିନ୍ତୁ ତାଙ୍କ ପିଠିରେ ଆଘାତ ଭଲ ହେବା ପାଇଁ କିଛି ସମୟ ଲାଗିବ ବୋଲି ଜଣାପଡିଛି ।

ସେପଟେ ଟି-20 ବିଶ୍ୱକପ ୨୦୨୨ ପୂର୍ବରୁ ଭାରତୀୟ ମ୍ୟାନେଜମେଣ୍ଟ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ ୨ ଖେଳାଳିଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ବଡ଼ ଝଟକା ଦେଇଛି । ଭାରତୀୟ ମ୍ୟାନେଜମେଣ୍ଟ ଏହି ଖେଳାଳିମାନଙ୍କୁ ଟି-20 ବିଶ୍ୱକପ ୨୦୨୨ ପାଇଁ ଅଷ୍ଟ୍ରେଲିଆକୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ନିକଟରେ ଖେଳାଯାଇଥିବା ଏକ ଦିବସୀୟ ସିରିଜରେ ଏହି ଉଭୟ ଖେଳାଳି ଟିମ୍ ଇଣ୍ଡିଆର ଅଂଶ ଥିଲେ । ଟି-20 ବିଶ୍ୱକପ ୨୦୨୨ ପାଇଁ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଯୁବ ସ୍ପିନର ରବି ବିଷ୍ଣୋଇ (Ravi Bishnoi) ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟର  (Shreyas Iyer) ଙ୍କୁ ଅଷ୍ଟ୍ରେଲିଆ ନ ପଠାଇବାକୁ ଭାରତୀୟ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି । 

ମିଡିଆ ରିପୋର୍ଟ ଅନୁଯାୟୀ, ଯଦି କୌଣସି ଖେଳାଳିଙ୍କ ସ୍ଥାନରେ ଦଳ ସେମାନଙ୍କୁ ଆବଶ୍ୟକ କରେ, ତେବେ ସେମାନେ ଦଳରେ ଯୋଗ ଦେଇ ପାରିବେ । ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କୁ ଭାରତରେ ରହିବାକୁ କୁହାଯାଇଛି । ରବି ବିଷ୍ଣୋଇ କିଛି ସମୟ ପାଇଁ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ହୋଇଥିଲେ । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜରେ ରବି ବିଷ୍ଣୋଇଙ୍କୁ କେବଳ ଗୋଟିଏ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଖରାପ ଖବର! ସରକାରଙ୍କ ନୂଆ ଆଦେଶ ଯୋଗୁଁ ବାତିଲ ହୋଇଯିବ ଏସବୁ କାର୍ଡ

ଅଧିକ ପଢ଼ନ୍ତୁ:-ବିନା ଟେନସନରେ ଥଣ୍ଡାରେ ବ୍ୟବହାର କରନ୍ତୁ ହିଟର ଓ ଗିଜର, ବିଜୁଳି ବିଲ୍ ଆସିବ ଅଧାରୁ କମ୍! ଘରେ କେବଳ ଫିଟ୍ କରିନିଅନ୍ତୁ ଏହି ଛୋଟ ଡିଭାଇସ୍

ଅଧିକ ପଢ଼ନ୍ତୁ:-ବଡ଼ ଖୁସି ଖବର! ଦୀପାବଳୀ ପୂର୍ବରୁ ଦରମା ସହ ମିଳିବ ବକେୟା ଟଙ୍କା, ଅର୍ଥ ବିଭାଗ ଜାରି କଲା ଆଦେଶ

ବର୍ତ୍ତମାନ ରବି ବିଷ୍ଣୋଇଙ୍କୁ ଅଷ୍ଟ୍ରେଲିଆ ମଧ୍ୟ ପଠାଯାଉନାହିଁ । ରବି ବିଷ୍ଣୋଇ ଏସିଆ କପ ୨୦୨୨ରେ ଟିମ୍ ଇଣ୍ଡିଆର ଏକ ଅଂଶ ହୋଇଥିଲେ । ସେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବୋଲିଂ କରିଥିଲେ । କିନ୍ତୁ ଟି-20 ବିଶ୍ୱକପ ୨୦୨୨ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳି ନଥିଲା । ରବି ବିଷ୍ଣୋଇ ଟିମ୍ ଇଣ୍ଡିଆ ପାଇଁ ୧୦ଟି ଟି-20 ମ୍ୟାଚରେ ଏପର୍ଯ୍ୟନ୍ତ ୧୬ଟି ୱିକେଟ୍ ନେଇଛନ୍ତି ।

ସେହିପରି ଦକ୍ଷିଣ ଆଫ୍ରିକା ସିରିଜରେ ଶ୍ରେୟସ୍ ଆୟର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଥିଲେ । ସେ ୩ ମ୍ୟାଚରେ ୯୧.୦୦ ଏଭେରେଜରେ ୧୯୧ ରନ୍ ସ୍କୋର କରିଥିଲେ । ଦ୍ୱିତୀୟ ମ୍ୟାଚରେ ଶ୍ରେୟସ୍ ଆୟର ମଧ୍ୟ ଅପରାଜିତ ୧୧୩ ରନର ଇନିଂସ ଖେଳିଥିଲେ । କିନ୍ତୁ ତାଙ୍କୁ ଭାରତରେ ରହିବାକୁ କୁହାଯାଇଛି । ଟିମ୍ ଇଣ୍ଡିଆ ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଆବଶ୍ୟକ କରନ୍ତି ତେବେ ଶ୍ରେୟସ୍ ଆୟର ଅଷ୍ଟ୍ରେଲିଆକୁ ଯିବେ ।