ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଦ୍ୱାରା ରେପୋ ରେଟ୍ ବୃଦ୍ଧି ପରେ ବ୍ୟାଙ୍କଗୁଡିକ ମଧ୍ୟ ସୁଧ ହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ଲୋନ ଉପରେ ସୁଧ ହାର ବୃଦ୍ଧି ବ୍ୟତୀତ ବ୍ୟାଙ୍କ ଜମା ଉପରେ ସୁଧ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ, ପବ୍ଲିକ ସେକ୍ଟର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (State Bank of India) ସ୍ଥିର ଜମା ଅର୍ଥାତ୍ ଏଫଡି (FD) ଉପରେ ସୁଧ ହାର ବୃଦ୍ଧି କରିଛି ।


COMMERCIAL BREAK
SCROLL TO CONTINUE READING

୧୫ ଜୁଲାଇ ରୁ ନୂଆ ସୁଧ ହାର କାର୍ଯ୍ୟକାରୀ
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ସୁଧ ହାର ଜୁଲାଇ ୧୫ ରୁ କାର୍ଯ୍ୟକାରୀ ହେବ । ବ୍ୟାଙ୍କ ୨ କୋଟିରୁ କମ୍ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କ ୧ ବର୍ଷରୁ ୨ ବର୍ଷ କମ୍ ସମୟରେ ମାଚ୍ୟୁର ଜମା ଉପରେ ସୁଧ ହାର ବୃଦ୍ଧି କରିଛି ।


SBI ନୂଆ ସୁଧ ହାର
୭ ଦିନରୁ ୪୫ ଦିନ ମଧ୍ୟରେ ମାଚ୍ୟୁର ସ୍ଥିର ଜମା ଉପରେ ସୁଧ ହାର ୩.୫୦ ପ୍ରତିଶତରେ ରହିଛି । ବ୍ୟାଙ୍କ ୪୬ ଦିନରୁ ୧୭୯ ଦିନ ମଧ୍ୟରେ ମାଚ୍ୟୁର ସ୍ଥିର ଜମା ଉପରେ ୪.୦୦ ପ୍ରତିଶତ ସୁଧ ହାର ପ୍ରଦାନ କରିବା ଜାରି ରଖିବ । ୧୮୦ ଦିନରୁ ୨୧୦ ଦିନ ପସ୍ଥିର ଜମା ଉପରେ ଏସବିଆଇ ୪.୨୫ ପ୍ରତିଶତ ସୁଧ ହାର ପ୍ରଦାନ ଜାରି ରଖିବ, ଯେତେବେଳେ କି ୨୧୧ ଦିନରୁ ଏକ ବର୍ଷରୁ କମ୍ ସ୍ଥିର ଜମା ଉପରେ ବ୍ୟାଙ୍କ ସୁଧ ହାରକୁ ୪.୫୦ ପ୍ରତିଶତରେ ସ୍ଥିର ରଖିଛି ।


୧ ବର୍ଷରୁ ନେଇ ୨ ବର୍ଷରୁ କମ୍ ସମୟରେ ମାଚ୍ୟୁର ହୋଇଥିବା ଜମା ଉପରେ ବର୍ତ୍ତମାନ ସୁଧ ହାର ୫.୨୫ ପ୍ରତିଶତ ସୁଧ ମିଳିବ, ଯାହା ପୂର୍ବରୁ ୪.୭୫ ପ୍ରତିଶତ ଥିଲା । ୨ ବର୍ଷରୁ ୩ ବର୍ଷରୁ କମ୍ ସ୍ଥିର ଜମା ଉପରେ ବ୍ୟାଙ୍କ ୪.୨୫ ପ୍ରତିଶତ ଓ ୩ ବର୍ଷରୁ ୧୦ ବର୍ଷ ମଧ୍ୟରେ ସ୍ଥିର ହୋଇଥିବା ଜମା ଉପରେ ୪.୫୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବା ଜାରି ରଖିବ ।


ଏହା ବି ପଢ଼ନ୍ତୁ: ଲିଭ୍-ଇନରେ ରହି ସମ୍ପର୍କ ଖରାପ ହେଲେ ଦାଖଲ କରିପାରିବେ ନାହିଁ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟ


ଏହା ବି ପଢ଼ନ୍ତୁ: ସର୍ଭେରେ ଖୁଲାସା: ଅବିବାହିତ ରହିବାକୁ ପସନ୍ଦ କରନ୍ତି ଭାରତରେ ଯୁବବର୍ଗ, ଏହି ରାଜ୍ୟ ରହିଛି ସବୁଠୁ ଆଗରେ...


ଏହା ବି ପଢ଼ନ୍ତୁ: ପତ୍ନୀଙ୍କୁ ହତ୍ୟା କରି ନିଜ ୬ ପିଲାଙ୍କ ସାମ୍ନାରେ ମୃତଦେହକୁ କଡ଼ାଇରେ ରୋଷେଇ କଲା ସ୍ୱାମୀ