ପତ୍ନୀଙ୍କୁ ହତ୍ୟା କରି ନିଜ ୬ ପିଲାଙ୍କ ସାମ୍ନାରେ ମୃତଦେହକୁ କଡ଼ାଇରେ ରୋଷେଇ କଲା ସ୍ୱାମୀ
Advertisement
Article Detail0/zeeodisha/odisha1258694

ପତ୍ନୀଙ୍କୁ ହତ୍ୟା କରି ନିଜ ୬ ପିଲାଙ୍କ ସାମ୍ନାରେ ମୃତଦେହକୁ କଡ଼ାଇରେ ରୋଷେଇ କଲା ସ୍ୱାମୀ

Crime: ବୁଧବାର ଦିନ ସିନ୍ଧ ପୋଲିସ ଏକ ବଡ କଡ଼ାଇରେ ନର୍ଗିସ ନାମକ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି । ଏହି ମୃତଦେହ ଏକ ଘରୋଇ ବିଦ୍ୟାଳୟର ରୋଷେଇ ଘରେ ପଡ଼ିଥିଲା । ଜିଓ ନ୍ୟୁଜ୍ ଅନୁଯାୟୀ ଏହି ଘଟଣା କରାଚିର ଗୁଲଶାନ୍-ଇ-ଇକବାଲ୍ ଅଞ୍ଚଳର ଅଟେ ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ (Sindh) ପ୍ରଦେଶରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ପ୍ରଥମେ ନିଜ ସ୍ତ୍ରୀକୁ ତକିଆରେ ଦବାଇ ହତ୍ୟା କରିଥିଲେ, ଏହାପରେ ତାଙ୍କର ୬ ସନ୍ତାନଙ୍କ ସାମ୍ନାରେ ପତ୍ନୀଙ୍କ ମୃତଦେହକୁ ଏକ କଡ଼ାଇରେ ରଖି ଫୁଟାଇଲା । ଜିଓ ନ୍ୟୁଜ୍ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଉକ୍ତ ବ୍ୟକ୍ତି ୯ ମାସ ଧରି ବନ୍ଦ ଥିବା ଏକ ବିଦ୍ୟାଳୟର ରୋଷେଇ ଘରେ ଏହି ଘଟଣା ଘଟାଇଥିଲେ ।

ଜିଓ ନ୍ୟୁଜ୍ ର ରିପୋର୍ଟ ଅନୁଯାୟୀ, ବିଦେଶୀ ସ୍ୱାମୀ ଏହି ବିଦ୍ୟାଳୟରେ ଚୌକିଦାର ଭାବରେ କାମ କରୁଥିଲେ । କଡ଼ାଇରେ ଥିବା ମୃତ ଦେହରେ ମହିଳାଙ୍କ ଗୋଡ ଶରୀରରୁ ଅଲଗା ହୋଇଯାଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ଅଭିଯୁକ୍ତଙ୍କ ଧରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ।

ଧବାର ଦିନ ସିନ୍ଧ ପୋଲିସ ଏକ ବଡ କଡ଼ାଇରେ ନର୍ଗିସ ନାମକ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି । ଏହି ମୃତଦେହ ଏକ ଘରୋଇ ବିଦ୍ୟାଳୟର ରୋଷେଇ ଘରେ ପଡ଼ିଥିଲା । ଜିଓ ନ୍ୟୁଜ୍ ଅନୁଯାୟୀ ଏହି ଘଟଣା କରାଚିର ଗୁଲଶାନ୍-ଇ-ଇକବାଲ୍ ଅଞ୍ଚଳର ଅଟେ । ପୋଲିସର ସୂଚନାନୁସାରେ, ମହିଳାଙ୍କ ସ୍ୱାମୀ ଆଶିକ୍ ବାଜୁର ଏଜେନ୍ସିର ବାସିନ୍ଦା ଥିଲେ । ବିଦ୍ୟାଳୟରେ ଚୌକିଦାର ଭାବରେ କାମ କରୁଥିଲେ । ବିଦ୍ୟାଳୟରେ ରହିବାକୁ ତାଙ୍କୁ ଏକ ସର୍ଭେଣ୍ଟ କ୍ୱାର୍ଟର୍ ଦିଆଯାଇଥିଲା । ଏହି ବିଦ୍ୟାଳୟ ଗତ ୯ ମାସ ପାଇଁ ବନ୍ଦ ରହିଥିଲା ​।

ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ୧୫ ବର୍ଷର ଝିଅ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲା । ସେତେବେଳକୁ ଆଶିକ୍ ନାମକ ଏହି ଅଭିଯୁକ୍ତ ତାଙ୍କର ତିନି ପିଲାଙ୍କ ସହ ପଳାଇ ଯାଇଥିଲେ । ସିନ୍ଧ ପ୍ରଦେଶ ଏସଏସପି ଅବଦୁର ରହୀମ ଶେରାଜୀ କହିଛନ୍ତି ଯେ ଅବଶିଷ୍ଟ ତିନି ପିଲାଙ୍କୁ ପୋଲିସ ସୁରକ୍ଷିତ ରଖିଛି । ଏହି ଘଟଣା ଦେଖିବା ପରେ ପିଲାମାନେ ବହୁତ ଡରି ଯାଇଛନ୍ତି ।

ପୋଲିସକୁ ଘଟଣା ବିଷୟରେ କହିଥିଲେ ଅଭିଯୁକ୍ତଙ୍କ ପିଲା
ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଯାଞ୍ଚ ଓ ପିଲାଙ୍କ ବୟାନରୁ ଜଣାପଡିଛି ଯେ ଅଭିଯୁକ୍ତ ନିଜ ପତ୍ନୀଙ୍କୁ ତକିଆରେ ଦବାଇ ହତ୍ୟା କରିବା ପରେ ସେମାନଙ୍କ ସାମ୍ନାରେ ଏକ କଡ଼ାଇରେ ଫୁଟାଇଥିଲେ । କଡ଼ାଇରେ ମହିଳାଙ୍କ ଗୋଟିଏ ଗୋଡ ତାଙ୍କ ଶରୀରରୁ କିପରି ଅଲଗା ହୋଇଗଲା ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଏହା ବି ପଢ଼ନ୍ତୁ: ବିଦେଶରୁ ଆସୁଥିବା ଲୋକଙ୍କ ଠାରୁ ରୁହନ୍ତୁ ସାବଧାନ, ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରିକଲା ଗାଇଡଲାଇନ

ଏହା ବି ପଢ଼ନ୍ତୁ: ରାଜ ଠାକରେଙ୍କୁ ଭେଟିଲେ ଦେବେନ୍ଦ୍ର ଫଡନାଭିସ୍, ସିନ୍ଦେ କ୍ୟାବିନେଟରେ ସାମିଲ ହେବ MNS!